ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାବର ଶ୍ରୀକ୍ଷେତ୍ର -ଚିନ୍ତାପୋଖରୀ ଠାରେ କଳସ ଯାତ୍ରା ଓ ରତ୍ନମୁଦ ମହୋତ୍ସବ

ଢେଙ୍କାନାଳ: ଓଡ଼ପଡ଼ା ବ୍ଲକ୍ ର ମୋଟଙ୍ଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚିନ୍ତାପୋଖରି ଗ୍ରାମ ରେ ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷ ନବମୀ_ତିଥି ରେ ଗ୍ରାମ ସଭାପତି ଶ୍ରୀଯୁକ୍ତ ରବିନାରାୟଣ ସାହୁ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷା ଶ୍ରୀମତୀ ଡାଳିମ୍ବ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗ୍ରାମ ବାସୀ ଙ୍କ ଆକୁଣ୍ଠ ସହଯୋଗ କ୍ରମେ ଭାବ ର ଶ୍ରୀକ୍ଷେତ୍ର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ରେ ବିଧି ବିଧାନ ମୁତାବକ ରତ୍ନ ମୁଦ ମହୋତ୍ସବ ପାଳିତ ହେବା ପରିପ୍ରେ୍ଷୀରେ ଆଜି ପ୍ରାତଃ ୬:୩୦ଘ୍. ରେ ମହାପ୍ରଭୁ ଆଜ୍ଞା ମାଳ ବିଜେ ଓ ପ୍ରାତଃ ୭ ଘ. ସମୟ ରେ କଳସ ଯାତ୍ରା ସମାପନ ହୋଇ ଯାଇଛି । ଗ୍ରାମ ର ଶତାଧିକ ପୁରୁଷ, ମହିଳା,ଶ୍ରଦ୍ଧାଳୁ, ସଙ୍କୀର୍ତ୍ତନ ମଣ୍ଡଳୀ ତଥା ବହୁ ଜଗନ୍ନାଥ ପ୍ରେମୀ ନିକଟସ୍ଥ ବ୍ରାହ୍ମଣୀ ନଦୀ ଘାଟ ରୁ ଆରମ୍ଭ କରାଯାଇଥିବା କଳସ ଯାତ୍ରା ରେ ସାମିଲ୍ ହୋଇଥିଲେ । ଏହି ପବିତ୍ର ଓ ଧର୍ମୀୟ ପରିବେଶ ରେ ସନ୍ଧ୍ୟା ୮ ଘ. ସମୟ ରେ ରାମଚଣ୍ଡୀ ଡ୍ୟାନ୍ସ ଗ୍ରୁପ୍ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି । ତତ୍ ସହିତ୍ ଆସନ୍ତା କାଲି ଯଜ୍ଞ ପୂର୍ଣ୍ଣାହୂତି ହେବା ସହିତ ରାତ୍ର ସମୟ ରେ ପଣ୍ଡିତ ବିରଞ୍ଚି ନାରାୟଣ ରଥ ମହୋଦୟ ଙ୍କ ଦ୍ଵାରା ପ୍ରବଚନ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି ବୋଲି ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସମ୍ପାଦକ ଶ୍ରୀଯୁକ୍ତ ପ୍ରମୋଦ କୁମାର ସିଂହ ସୂଚନା ଦେଇଛନ୍ତି । ଅତଏବ ଏହି ପାବନ କ୍ଷେତ୍ର ରେ ଭକ୍ତ ବୃନ୍ଦ, ଜଗନ୍ନାଥ ପ୍ରେମୀ ଉପସ୍ଥିତ ରହିବା ସହିତ ବିଭୁକୃପା ଲାଭ କରିବାକୁ ନିବେଦନ କରାଯାଇଛି ।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

କବିତା ଦାଶ ଙ୍କ କବିତା ଗୋଟିଏ ଅଳି 

Sunil Chandra Nayak

ଶ୍ରୀ ସତ୍ୟସାଇ ବାବାଙ୍କ ୫୦ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ଲକ ଆଇନ ପରାମର୍ଶ ଦାତାଙ୍କ ଯୋଗଦାନ

Leave a Comment

error: Content is protected !!