ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂସ୍କାର ପବ୍ଲିକ ସ୍କୁଲରେ ସମ୍ମାନ ସମାରୋହ

ସଂସ୍କାର ପବ୍ଲିକ ସ୍କୁଲରେ ସମ୍ମାନ ସମାରୋହ

କାମାକ୍ଷାନଗର – କାମାକ୍ଷାନଗର ଉପଖଣ୍ଡ ରହଣୀ ସ୍ଥିତ ସଂସ୍କାର ପବ୍ଲିକ ସ୍କୁଲରେ ୨୦୨୬ ମସିହାର ସି. ବି.ଏସ୍. ଇ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍କୃଷ୍ଟ ଫଳାଫଳ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭବ୍ୟ ସମ୍ମାନ ସମାରୋହ ଆୟୋଜିତ ହୋଇଯାଇଅଛି। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶାନ୍ତନୁ ଚାଟାର୍ଜୀ, ପ୍ରତିଷ୍ଠାତା ଡକ୍ଟର ମଳୟ ରଞ୍ଜନ ପତି, ଟ୍ରଷ୍ଟି ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସାହୁ, ଖାରବେଳ ଏକାଡେମୀର ଅଧ୍ୟକ୍ଷ ଡକ୍ଟର ଅନିଲ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ମାର୍ଗଦର୍ଶନ, ବିଦ୍ୟାଳୟର ସହଯୋଗ ତଥା ପିତାମାତା ଓ ଈଶ୍ୱରଙ୍କ ଆଶୀର୍ବାଦକୁ ସଫଳତାର ମୂଳ କାରଣ ବୋଲି କହିଥିବା ବେଳେ ଅଭିଭାବକ ମାନେ ବିଦ୍ୟାଳୟର ଶିକ୍ଷାଦାନ ପ୍ରଣାଳୀ, ଶିକ୍ଷକ ମାନଙ୍କ ନିଷ୍ଠା ଓ ଛାତ୍ରଛାତ୍ରୀ ମାନଙ୍କ ସାମଗ୍ରିକ ଉନ୍ନତି ପାଇଁ କରାଯାଉଥିବା ପ୍ରୟାସକୁ ଅତ୍ୟନ୍ତ ପ୍ରଶଂସା କରିଥିଲେ। ବିଦ୍ୟାଳୟର ଦ୍ଵାଦଶ ଶ୍ରେଣୀର ରାଜକୁମାର ସୋନି ଅଭିଭାବକ ମାନଙ୍କୁ ଏକାଦଶ ଓ ଦ୍ଵାଦଶ ଶ୍ରେଣୀର ଶିକ୍ଷା ପ୍ରଣାଳୀ ସମ୍ବନ୍ଧରେ ଅବଗତ କରାଇଥିଲେ। ପରିଶେଷରେ ବିଦ୍ୟାଳୟର ଉପାଧ୍ୟକ୍ଷା ଶ୍ରୀମତୀ ବିମଳା ବାରିକ୍ ସମସ୍ତ ଅତିଥି, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଏହି ସମାରୋହରେ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ବିଶାଖାପାଟଣା-ରାୟଗଡା ପାସେଞ୍ଜର ଟ୍ରେନ ଜୁନାଗଡ଼ପର୍ଯନ୍ତ ସମ୍ପ୍ରସାରଣ ଦାବୀ

masiha

ବନିକରଣ ନାଁରେ ଲକ୍ଷାଧିକ ଟଙ୍କା ହଡପ ଘଟଣା , ଘଟଣା ଚାପିବାକୁ ରାତି ଅଧିଆ ବୃକ୍ଷ ରୋପଣ, ଘଟଣା ରଫାଦଫା କରିବାକୁ ଚାଲିଛି ଉଦ୍ୟମ 

masiha

ପ୍ରତିଶ୍ରୁତି ସାହିତ୍ୟ ସଂସଦର ଦ୍ଵିତୀୟ ବାର୍ଷିକ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ

masiha

Leave a Comment

error: Content is protected !!