ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବ୍ଯ କଳସ ଯାତ୍ରା ସହ ସିନାପାଲିରେ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ 

ଭବ୍ଯ କଳସ ଯାତ୍ରା ସହ ସିନାପାଲିରେ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ 

ସିନାପାଲି ୨୩/୦୪- ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ବିରାଟ କଳସ ଶୋଭାଯାତ୍ରା ମାଧ୍ଯମରେ ନବନିର୍ମିତ ଭବ୍ଯ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଗୁରୁବାର ଆରମ୍ଭ ହୋଇଛି l ଏହି ଉପଲକ୍ଷେ ଆଜି ଅପରାହ୍ନରେ ଅନୁଷ୍ଠିତ କଳସ ଶୋଭାଯାତ୍ରାରେ ପ୍ରାୟ ପାଞ୍ଚ ଶହ ମହିଳା ସ୍ଥାନୀୟ ଉଦନ୍ତୀ ନଦୀରୁ ଅଭିମନ୍ତ୍ରିତ୍ତ ପୂର୍ଣ୍ଣ କଳସ ଧାରଣ କରି ନଗର ପରିକ୍ରମା ପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ l କଳସ ଶୋଭାଯାତ୍ରାରେ ବିଭିନ୍ନ ସ୍ଥାନରୁ ଆସିଥିବା ଘଣ୍ଟ, ସଂକିର୍ତ୍ତନ, ଘୁମୁରା, ରାମକାଠି ଆଦି ପାରମ୍ପରିକ ସାଂସ୍କୃତିକ ଦଳ ମୁଖ୍ୟ ଆକର୍ଷଣ ଥିଲା ା ମନ୍ଦିର ପ୍ରତିଷ୍ଠା ଅବସରରେ ଘୃତଯଜ୍ଞ, ଜ୍ଞାନଯଜ୍ଞ, ଅନ୍ନଯଜ୍ଞ ଆଦି ସହ ନୂତନ ମନ୍ଦିରର ଗର୍ଭାଧାନ, ରୁଦ୍ରାଭିଷେକ, ଷୋଡଶଉପଚାର, ଚଣ୍ଡୀପାଠ, ସୂର୍ଯ୍ୟପୂଜା, ବିଗ୍ରହଙ୍କ ନଗର ପରିକ୍ରମା, ଧ୍ବଜାରୋହଣ ଆଦି ଧାର୍ମିକ କାର୍ଯ୍ୟକ୍ରମ ଆସନ୍ତା ସୋମବାର ଯାଏଁ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି l ମନ୍ଦିର ପ୍ରତିଷ୍ଠା ଉତ୍ସବ ପରିଚାଳନା କମିଟିର ସଭାପତି ସୁବାଷ ଅଗ୍ରୱାଲ, ଉପସଭାପତି ଈଶ୍ୱର ପ୍ରସାଦ ମେହେର, ସମ୍ପାଦକ ଚନ୍ଦ୍ରଶେଖର ମେହେର, ସହ ସମ୍ପାଦକ ଗଣେଶରାମ ମେହେର, କୋଷାଧକ୍ଷ ସନ୍ତୋଷ କୁମାର ମେହେର, ଙ୍କ ସହ ଲୋକନାଥ ମେହେର, ଉଦ୍ଧବ ମେହେର, କ୍ଷୀରସିନ୍ଧୁ ମେହେର, ପ୍ରମୋଦ ମେହେର, ମୁରଲୀଧର ମେହେର, କେଶରୀ ମେହେର ପ୍ରମୁଖଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଆଗେଇଚାଲିଥିବା ଜଣାପଡିଛି l ଏଥିସହ ହରେକୃଷ୍ଣ ମେହେର, ଲମ୍ବୋଦର ମେହେର, ବଜ୍ଜୁ ଅଗ୍ରୱାଲ, ସୁବାଷ ଗର୍ଗ, ବିଘ୍ନରାକ ମେହେର, ରସିକ ମେହେର, ଈଶ୍ୱର ପ୍ରସାଦ ମେହେର, ଆଲୋକ ମେହେର, ପ୍ରମୋଦ ମେହେର, ରିପୁଧର ସା ପ୍ରମୁଖ ସପତ୍ନୀଙ୍କ ସହ କର୍ତା ଦାୟିତ୍ୱରେ ରହିଛନ୍ତି l ସେହିପରି ମୁଖ୍ୟ ପୂଜକ ଭାବରେ ହରିଶ୍ଚଂଦ୍ର ଖମାରୀ ଓ ସାଥି ପୂଜା ଦାୟିତ୍ୱରେ ରହିଛନ୍ତି l ଆଜିର ଶୋଭାଯାତ୍ରାରେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା l

Related posts

ଜାତୀୟ ଦାବୀ ଦିବସ ଅବସରରେ ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ରଙ୍ଗେଈଲୁଣ୍ଡା ଶାଖା ତରଫରୁ ବିକ୍ଷୋଭ ପ୍ରଦର୍ଶନ 

Sunil Chandra Nayak

ଦୀର୍ଘ ୩୦ ବର୍ଷ ପରେ ପଂଚାୟତକୁ ଜମି ହାତେଇବା ପାଇଁ ମିଳିଲା ନ୍ୟାୟ 

ଗୋପବନ୍ଧୁ ପାଠାଗାରରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!