ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର  ଙ୍କ କବିତା ମଦୁଆ ବେଭାର

ମଦୁଆ ବେଭାର

ଜୟ କୁମାର ମିଶ୍ର 

 

ମଦ ଗ୍ରାସକରେ, ଅତି ସେ ହିତରେ 

ଜୀବନ ଓ ଧନ ମାନ, 

ହୀତ ଶତ୍ରୁ ଠାରୁ, ବଡ଼ ଭୟଙ୍କର 

ଅଭୁଝା ଅଜ୍ଞାନ ମନ ll

ଶୁଭ ଅଶୁଭରେ, ଅବା ନିର୍ବାଚନେ 

ମାହାଳିଆ ମିଳେ ବୋଲି, 

ସବୁତ ପିଅନ୍ତି, ଗରାଖ ବଢ଼ନ୍ତି 

ବୋତଲ କରନ୍ତି ଖାଲି ll

ଆଙ୍ଗୁଳି ପ୍ରବେଶ, ବାହୁ ପ୍ରବେଶରେ 

ସବୁ କିଛି ଯାଏ ସରି, 

ପ୍ରଳୟ ପ୍ରତାପ, ଅଯ୍ୟଥା ବହପ

ମାନବିକିତା ଦିଏ ସାରି ll

ବଚନ ନିଷ୍ଠୁର, ସଂସ୍କାରକୁ ଦୂର 

କରି ବିଶୃଙ୍ଖଳା କରେ, 

ହିତାହିତ ଜ୍ଞାନ, କରଇ ସେ ଶୂନ୍ୟ 

ମଣିଷ ପଣିଆ ମାରେ ll

ସ୍ୱାସ୍ଥ୍ୟ ଓ ସମ୍ପଦ, ହୁଅଇ ପ୍ରମାଦ 

କୁଟୁମ୍ବ ହୁଅନ୍ତି ହୀନ, 

ମାନ ମର୍ଯ୍ୟାଦା, ଧୀରେ ଧୀରେ ପଦା 

ଅଭାବରେ ଯାଏ ଦିନ ll

ଘରେ ଓ ବାହାରେ, ସମ୍ମାନକୁ ହାରେ 

ଛାଡି ଯାଏ ନୀତି ଗତି, 

ଅବାଟ ବାଟର, ବାଟୋଇ ହୋଇ କେ 

ହରାଏ ଆଦର ପ୍ରୀତି ll  

ହୋଇ ଗୁରୁଜନ, ପାଏନା ସମ୍ମାନ 

ଛୋଟ କରେ ହେୟଜ୍ଞାନ, 

ଆଗରେ ନାଟକ, ପ୍ରଶଂସାରେ ଟେକ 

ପଛେ ହୁଡ଼ାଗାଳି ନ୍ୟୁନ ll

ବୃଥା ବଡ଼ପଣ, ବୃଥା ଟାଣପଣ 

ବୃଥା ପଉରଷ ମନେ, 

ନିୟନ୍ତ୍ରଣ ହାରି, ଯାଏ କିଏ ସରି

କନ୍ଦାଇ କନ୍ଦାଇ ଦିନେ ll

ଗାଳି ମାଡ ଘୃଣା, ଆଳି ଅଳଙ୍କାର 

ମଦୁଆ ଭୂଷଣ ତାହା, 

ଥାନା ଓ ହାଜତ, ମାମୁଁଘର ପଥ 

ନିର୍ଲଜ ଜନଙ୍କ ରାହା ll

ହୋଇ ଅଳସୁଆ, ପର ଧନ ଖିଆ, 

କରେ ବାରବାଟି ଚାଷ, 

କୋଟିଏ କଥାରେ, ଗୋଟିଏ ତ ସତ 

ହୁଏନା ତାହାର ଭାଷ ll

ଦିବସକୁ ରାତି, ରାତିକୁ ଦିବସ 

ଓଲଟ ପାଲଟ କହି, 

ଘୃଣା ଓ ବିରକ୍ତି, ବଇରୀ ଭାବନା 

କରଇ ସ୍ୱାଗତ ସେହି ll

ଏକା ତୁଣ୍ଡ ମୁଣ୍ଡ, ଅରୁଆ ଉଷୁନା 

ଅରୁଚିର ଶିଷ୍ଟାଚାର, 

ଚରଣ ଚୁଟିଆ, ଚରଣ ଚୁଟିକୁ 

ଧରି କରେ କାରବାର ll

କେତେବେଳେ ବୀର, 

କେତେ ବେଳେ ଜ଼ିରୋ 

କନ୍ଦାକଟା, କେତେବେଳେ, 

ଅଜିର କଥାଟି, କାଲିକି ନଥାଏ 

ଲାଭ ଲୋଭେ ସବୁ ଚଳେ ll

ବରଷା ସାଥିରେ, ଛତା ବୁଲୁଥାଏ 

ମତ ପଥ ବଦଳାଏ, 

ଭଦ୍ର ବେଶରେ, ଅଭଦ୍ର ବେଭାର 

ମଦୁଆଙ୍କୁ ଶୋଭା ପାଏ ll

ସମ୍ପର୍କ ମାନ୍ୟତା, ହଜିଯାଏ ପତ୍ତା 

ନିଶାର ସ୍ରୋତରେ ବୁଡି , 

ବଡ଼ ସାନ ବନ୍ଧୁ, ଆତ୍ମୀୟ ସ୍ବଜନ 

ମନରୁ ଦିଅଇ ତଡି ll

ସବୁ ଯାଉ ପଛେ, ନିଶା ରହିଥାଉ 

କ୍ଷଣେ ଅନୁକ୍ଷଣେ ପାଶେ, 

ସେଇ ପରା ସବୁ, ସେଇ ପରା ପ୍ରଭୁ 

ସମର୍ପଣ ତାର ଆଶେ ll

ସେଇତ ସପନ ସେଇତ ଆଦର୍ଶ 

ସବୁକିଛି ସେଇ ପରା, 

ସବୁ ଛାଡି ଦେବା, ତାକୁ ନଛାଡିବା

ମଦୁଆଙ୍କ ଚିନ୍ତାଧାରା ll

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 

ଡାକ -ଗୋରିବନ୍ଧା, ମାଧ୍ୟମ-କାଶୀନଗର,

ଜିଲ୍ଲା-ଗଜପତି 

ଓଡିଶା, 761206

Related posts

କଣ୍ଟାଗାଁ ମୌଜାରେ ଧାନ ଫସଲ ନଷ୍ଟ :କ୍ଷତିପୂରଣ ଦାବୀ

Sunil Chandra Nayak

ଜିଲ୍ଲା ପରିଷଦ ସପ୍ତମ ସ୍ଥାୟୀ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Leave a Comment

error: Content is protected !!