ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଅଲ ଇଣ୍ଡିଆ କ୍ଷେତ ମଜୁଦୁର କିଷାନ ର ସଭା ଅନୁଷ୍ଠିତ ,୨- ଯୁବତୀକୁ ଦୁଷ୍କର୍ମ ଅଭିଯୋଗରେ ସମିତି ମେମ୍ବର ଥାନାରେ ଅଟକ 

ଅଲ ଇଣ୍ଡିଆ କ୍ଷେତ ମଜୁଦୁର କିଷାନ ର ସଭା ଅନୁଷ୍ଠିତ 

ବନ୍ଧୁଗାଁ ତା, ୧୩/୬/୨୬, ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କୁମ୍ଭାରି ପୁଟ ଗ୍ରାମ ସଦର ଆମ୍ବତଟା ଠାରେ ଅଲ ଇଣ୍ଡିଆ କ୍ଷେତ ମଜଦୂର କିସାନ ସଙ୍ଘ ଦ୍ୱାରା ଆଜି ଏକ ମହା ସଭାର ଆୟୋଜନ ରାଜ୍ୟ ସମ୍ଫାଦକ ଶ୍ରୀକାନ୍ତ ମହାନ୍ତିଙ୍କ ଆୟୋଜନ ଦ୍ୱାରା ହୋଇଥିଲା I ଆଜିର ରାଲିର ମୂଳ ଲକ୍ଷଥିଲା ଆଦିବାସି ମାନେ ଜଙ୍ଗଲରେ ରହି ଜଙ୍ଗଲ ଜମି ଉପରେ ବର୍ଷ ବର୍ଷ ଧରି ଚାଷ କରି ଖାଉଚନ୍ତି ଓ ଉକ୍ତ ଚାଷ ଜମିର ପଟା ପାଇଁ ଅନେକ ଥର ସଭାଯାତ୍ରା ଓ ଅନେକ ସମୟରେ ରାଲି ଓ ଧରଣା କରି ଲିଖିତ ଭାବରେ ତହସିଲଦାରଙ୍କୁ ମଧ୍ୟ ରାଜ୍ୟ ସରକାରଙ୍କ ଜରିଆରେ ପହଞ୍ଚିବା ପାଇଁ ପତ୍ର ଗୁଡିକ ପ୍ରଦାନ କରା ଯାଇଛି I ଜଙ୍ଗଲ ଜମିର ଆଇନ ଅନୁଯାଇ ଆଦିବାସୀ ଙ୍କୁ ପ୍ରଥମେ ଜଙ୍ଗଲ ଜମିର ଅଧିକାର ଦିଆଯାଉ I ଯେଉଁ ଜଙ୍ଗଲ ଜମିରେ ଆଦିବାସି ପରିବାର ଲୋକେ ଚାଷ କରି ଖାଉଥିବା ଜଙ୍ଗଲ ଜମିରେ ସରକାର ଜାଣିବୁଝୀ ଚାରା ରୋପଣ କରାଯାଉଛି I ଏଥିସହ ବାରମ୍ଭାର ଦାବି କଲେ ସୁଦ୍ଧା ଆଦିବାସୀଙ୍କ ପାଇଁ ଘରବାରି ପଟା ମିଳୁନି I ଏହି ଅଞ୍ଚଳରେ ରହିଥିବା ଡାକ୍ତର ଖାନାରେ ଉଚିତ ଅନୁଯାଇ ଉପଯୁକ୍ତ ଡାକ୍ତର ନାହାନ୍ତି କି ଉପଯୁକ୍ତ ରୋଗୀଙ୍କ ପାଇଁ ଔଷଧ ମଧ୍ୟ ନାହିଁ I ସାଧାରଣ ରୋଗ ହେଲେ ମଧ୍ୟ ବାହାରକୁ ଯାଇ ଚିକିତ୍ସା ହବା ପାଇଁ ଅଞ୍ଚଳ ବାସି ବାଧ୍ୟ ହବାକୁ ପଡୁଛି I ବ୍ୟାଙ୍କରେ ମଧ୍ୟ ସରକାରଙ୍କ ଦ୍ୱାରା ଗରିବଙ୍କ ପାଇଁ ଋଣ ବ୍ୟବସ୍ତା କରାଯାଇଥିଲେ ସୁଦ୍ଧା ଋଣ ମିଳିବାର ସାତ ସପନ ହୋଇ ପାରିବ ଓ ଅଞ୍ଚଳ ବାସି ବାଧ୍ୟ ହୋଇ ସାହୁକାରିଙ୍କ ଠାରୁ ଋଣ ଆକାର ଟଙ୍କା ନେଇ ୠଣୀର ଶିକାର ହୋଉଛନ୍ତି ଆମ ଅଞ୍ଚଳର କୋରାପୁଟ ରାୟଗଡା ଦୁଇ ଜିଲ୍ଲାରେ ରହିଥିବା ବକ୍ସସାଇଡ ଖଣି ମାଳିଗୁଡିକ ମଧ୍ୟ ଆଦାନି ଓ ବେଦାନ୍ତ ପରି କମ୍ଫାନୀଙ୍କ ହାତରେ ଟେକି ଦିଆ ଯାଉଛି ଏହି ବକ୍ସସାଇଡ ଖଣି ପାହାଡ଼ ଗୁଡିକ ଖୋଳି ନେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଜେପିର ଡବଲ ଇଞ୍ଜିନ ସରକାର ମଞ୍ଜୁର ପ୍ରଦାନ କରିଛନ୍ତି I ଏହି ବକ୍ସସାଇଡ ଖଣି ଖଳି ନେବାଦ୍ୱାରା ପାହାଡ଼ରେ ରହିଥିବା ଝରଣା ନାଳ ଗୁଡିକ ଶୁଖିଯାଇ ଅଞ୍ଚଳର ପରିବେଶ ଉପରେ କ୍ଷତି ର ପ୍ରଭାବ ପଡୁଛି I ତେଣୁ ଏହା ବିରୁଦ୍ଧରେ ସିଜିମାଳି ଠାରୁ ବାଳଦା ନାଗେଶ୍ୱରି ପାହାଡ଼ ପର୍ଯ୍ୟନ୍ତ ସୁରକ୍ଷା ଦେବାପାଇଁ ଆଜି ଆଦିବାସି ଓ ଦଳିତ ଲୋକେ ଆଜି ଲଢେଇ କରୁଛନ୍ତି I ଏହିସବୁ ଦାବିକୁ ନେଇ ଆଜି ଅଲ ଇଣ୍ଡିଆ କ୍ଷେତ ମଜଦୂର କିସାନ ସଙ୍ଘ ଦ୍ୱାରା ରାଲି କରା ଯାଇଥିଲା I ଏହି ରାଲି ସହ ସଭାରେ ଅଞ୍ଚଳରୁ ଏକ ହଜାରରୁ ଉର୍ଦ୍ଧ କର୍ମୀ ଉପସ୍ଥିତ ହୋଇଥିଲେ I ଓଡିଶା ରାଜ୍ୟ ଆଦିବାସୀ ଚାଷୀ ମୁଲିଆ ସଙ୍ଘ ସଭାପତି ବାସୁଦେବ ଦାସ,ଓ ଚାଷୀ ମୁଲିଆ ସଙ୍ଘ ର ରାଜ୍ୟ ସମ୍ଫାଦକ ନିରାକାର ନାୟକ,ଚାଷୀ ମୁଲିଆ ସଙ୍ଘର କରାପୁଟ ଜିଲ୍ଲା ଜିଲ୍ଲା ସଭାନେତ୍ରୀ କଣ୍ଡାଗୋରୀ ପାଇଡ ଆମା, ଓ ସମ୍ଫାଦକ ପିଡ଼ିକା ସୁରିଆମା,ଆନ୍ଦ୍ର ପ୍ରଦେଶ ର କ୍ଷେତ ମୋଜଦୂର ସଙ୍ଘ ସଭାପତି ଏଙ୍କାଟି ସ୍ୱମି, ବନ୍ଧୁଗାଁ ଅଞ୍ଚଳର ମାଣ୍ଡିଙ୍ଗ ଶ୍ରୀନୁ, କାଡ୍ରାକା ଆଦାନା,ଆବାହବ କେଣ୍ଡରୁକା ସୁବାରାଓ, ଓ ଅଞ୍ଚଳରୁ ଅନେକ କର୍ମୀ ଯୋଗଦେଇଥିବାର ଦେଖିବାକୁ ମିଳିଛି I 

ଯୁବତୀକୁ ଦୁଷ୍କର୍ମ ଅଭିଯୋଗରେ ସମିତି ମେମ୍ବର ଥାନାରେ ଅଟକ 

ବନ୍ଧୁଗାଁ ତା ୧୦/୬ ବନ୍ଧୁଗାଁ ବ୍ଲକ କାନାଗାଁ ପଞ୍ଚାୟତ ସଦର ଜଣେ ୧୮ ବର୍ଷ ର ଝିଅ କୁ ଦୁଷ୍କର୍ମ ହୋଇ ଥିବାରୁ ଅଭିଯୁକ୍ତା ଝିଅ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଝିଅ ର ଲିଖିତ ଅଭିଯୋଗ ଅନୁଯାୟୀ ମଙ୍ଗଳବାର ଦିନ ଝିଅ ଓ ମାଆ କୁଡ଼ିଆ ରେ ଶୋଇ ଥିବା ବେଳେ ରାତ୍ର ୩ ଘଣ୍ଟା ସମୟରେ ଝିଅ ପରିଶ୍ରା ଯିବା ପାଇଁ ବାହାରେ ବାହାରି ଥିଲେ। ଏହି ସମୟରେ ପୁଅ ସିନାଜି ପିଡ଼ିକା ବାହାରେ ଛୋକି ବସି ଝିଅକୁ ଉଠାଇ ନେଇ ପାଖ ଜଙ୍ଗଲରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଥାନା ଆଇଆଇସି ସିନ୍ଧୁ ସାରାକା ଲିଖିତ ଅଭିଯୋଗ ପାଇବା ପରେ ପୁଅକୁ ଥାନାରେ ଆଣି ଅଟକ ରଖିଛନ୍ତି। ଅଧିକ ତଦନ୍ତ ପାଇଁ ଲକ୍ଷ୍ମୀପୁର ଏସଡିପିଓ ମୋନଜ କୁମାର ବେହେରା ପହଞ୍ଚି ଥିଲେ। ପରେ ଥାନା ଆଇଆଇସି ଝିଅକୁ ଲକ୍ଷ୍ମୀପୁର କୋର୍ଟ କୁ ନେଇ ଥିବା ଜାଣିବାକୁ ମିଳିଛି। ଥାନା ଆଇଆଇସି ସିନ୍ଧୁ ଙ୍କୁ ଫୋନ କରିବାରୁ ଉଠାଇ ନ ଥିଲେ।

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଅନ୍ୟେଷା ର ୧୦୩ ତମ ସାମୁହିକ ଜନ୍ମ ମହୋତ୍ସବ ପାଳନ

masiha

ଆର କେ ଜୁନିୟର କଲେଜରେ ” ସ୍ୱେଚ୍ଛାସେବୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ “

Sunil Chandra Nayak

ଇନ୍ଦ୍ରାବତୀ ସ୍ଥିତ ପି ଏମ ଶ୍ରୀ ଜୱାହର ନବୋଦୟ ବିଦ୍ୟାଳୟ ରେ ବିଜ୍ଞାନ ପ୍ରଦର୍ଶନୀ: ଉଦ୍ଭାବନ ଏବଂ ବୈଜ୍ଞାନିକ ମନୋଭାବର ପ୍ରଦର୍ଶନ

Sunil Chandra Nayak

Leave a Comment

error: Content is protected !!