ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ବ୍ଲକର କର୍ପା ଠାରେ ମିଳିତ ବନ ମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୋଲାମୁଣ୍ଡା ବ୍ଲକର କର୍ପା ଠାରେ ମିଳିତ ବନ ମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜୁନାଗଡ଼ (ମ ନି ସ): ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଙ୍ଗସାପାଲି ଗ୍ରାମପଞ୍ଚାୟତର କର୍ପା ଗ୍ରାମଠାରେ ବନ ବିଭାଗ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନହର୍ଷ ଟ୍ରଷ୍ଟ ର ମିଳିତ ଉଦ୍ୟମରେ ବନ ମହୋତ୍ସବ ସହ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ପରିବେଶ ସୁରକ୍ଷା ଏବଂ ସବୁଜିମା ସୃଷ୍ଟି କରିବା ଲକ୍ଷ୍ୟରେ କେଗାଁ ରେଞ୍ଜ ବନ ବିଭାଗ ଏବଂ ଦଶପୁର ସେକ୍ସନର ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ହର୍ଷ ଟ୍ରଷ୍ଟ’ ପକ୍ଷରୁ ଏହି ମିଳିତ ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବନ ବିଭାଗ ପକ୍ଷରୁ ଫରେଷ୍ଟର ପ୍ରଦୀପ କୁମାର ବିଶି, ମଧୁକର ପଟେଲ, ଯଶୋବନ୍ତ ପାତ୍ର ଏବଂ ଫରେଷ୍ଟ ଗାର୍ଡ ବିଭୂତି ବାଗ ଉପସ୍ଥିତ ରହି ବୃକ୍ଷରୋପଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ରେଙ୍ଗସାପାଲି ଗ୍ରାମପଞ୍ଚାୟତର ସରପଞ୍ଚ ରଜନୀ ବୁଦ୍ଧିଆ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ସ୍ଥାନୀୟ ବନ ସଂରକ୍ଷଣ ସମିତି ର ସଦସ୍ୟମାନଙ୍କୁ ସାମିଲ କରିଥିଲେ। ହର୍ଷ ଟ୍ରଷ୍ଟର ଟିମ୍ ଲିଡର ଘନଶ୍ୟାମ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଗଠନର ସଦସ୍ୟ ହରିଶଙ୍କର ଟୋଲଟିଆ, ଶଙ୍କର ସୁନା, ସ୍ମିତାରାଣୀ କବାଟ, ଦୀପ୍ତିରାଣୀ କୁଜୁର ଏବଂ ଦିବ୍ୟଜ୍ୟୋତି ପଣ୍ଡା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଏହା ସହିତ ସ୍ଥାନୀୟ ସିଆରପି, ଏମବିକେ ଏବଂ ଛାତ୍ର ହିମାଂଶୁ ଶେଖର ବାରିକଙ୍କ ସମେତ ବହୁ ସଂଖ୍ୟାରେ ଗ୍ରାମବାସୀ ଓ ହର୍ଷ ଟ୍ରଷ୍ଟ ର ସମସ୍ତ କ୍ଷେତ୍ର କର୍ମଚାରୀ ଉପସ୍ଥିତ ରହି ବୃକ୍ଷରୋପଣ କରିବା ସହ ଏହାର ରକ୍ଷଣାବେକ୍ଷଣ ପାଇଁ ସଙ୍କଳ୍ପ ନେଇଥିଲେ। ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାୟ ୭୫୦ଟି ବୃକ୍ଷ ଚାରା ରୋପଣ କରାଯାଇଛି ଏବଂ ୨୨୦୦ଟି ସିଡ୍-ବଲ୍ ର ବ୍ୟବହାର କରାଯାଇଛି, ଯାହା ଆଗାମୀ ଦିନରେ ଅଞ୍ଚଳରେ ସବୁଜିମା ସୃଷ୍ଟି କରିବାରେ ବେଶ୍ ସହାୟକ ହେବ। ଏହି ମିଳିତ ପ୍ରୟାସ ଜଙ୍ଗଲର ସୁରକ୍ଷା ଓ ବିସ୍ତାର କରିବା ସହ ଆଞ୍ଚଳିକ ସାମାଜିକ ଜୀବନକୁ ସୁନ୍ଦର ଓ ସୁଖମୟ କରିବାରେ ବେଶ୍ ସହାୟକ ହେବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ମ୍ୟୁଜିକ୍ ସର୍କଲ ଓ ସୁନ୍ଦରଗଡ଼ ଜିଲ୍ଲା ଲେଖିକା ସଂସଦର ମିଳିତ ଆନୁକୂଲ୍ୟରେ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

masiha

ଜନଜାତୀୟ ଗୌରବ ଦିବସ ପାଳନ 

Sunil Chandra Nayak

ଶିକ୍ଷକଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!