ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଓଡ଼ିଶା ଜନତା କଂଗ୍ରେସ ଦଳର ସାଂଗଠନିକ ଦାୟିତ୍ୱ । ଜୟନ୍ତ କୁମାର ନାୟକ ଜିଲ୍ଲା ସଭାପତି ମନୋନୀତ….

ଓଡ଼ିଶା ଜନତା କଂଗ୍ରେସ ଦଳର ସାଂଗଠନିକ ଦାୟିତ୍ୱ 

ଜୟନ୍ତ କୁମାର ନାୟକ ଜିଲ୍ଲା ସଭାପତି ମନୋନୀତ….

ଭବାନୀପାଟଣା : ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପକ୍ଷରୁ ସଂଗଠନକୁ ଜିଲ୍ଲାସ୍ତରରେ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସାଙ୍ଗଠନିକ ନିଯୁକ୍ତି ଘୋଷଣା କରାଯାଇଛି।ଏହି କ୍ରମରେ ଜୟନ୍ତ କୁମାର ନାୟକ ଙ୍କୁ କଳାହାଣ୍ଡି ଜିଲ୍ଲା ସଭାପତି ଭାବେ ମନୋନୀତ କରାଯାଇଛି। ଦଳର ସଭାପତି ଇଂ.ମହମ୍ମଦ ମୋକିମଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଘୋଷଣା କରାଯାଇଛି। ସେହିପରି ବିଦ୍ୟାଧର ମୁଣ୍ଡ ଙ୍କୁ ସଂଗଠନ ସଧାରଣ ସଂପାଦକ ଓ ସୁନନ୍ଦ ପଟ୍ଟନାୟକ ଓ ପ୍ରଣବ ଭୋକ୍ତା ଙ୍କୁ ଓଡ଼ିଶା ଜନତା କଂଗ୍ରେସ ର ରାଜ୍ୟ ସଂପାଦକ ଭାବେ ଚୟନ କରାଯାଇଛି।

ଓଡ଼ିଶା ଜନତା କଂଗ୍ରେସର ସୁପ୍ରିମୋ ମହମ୍ମଦ ମୋକିମ ଏହି ଗୁରୁଦାୟିତ୍ୱ ପ୍ରଦାନ କରିଥିବାରୁ ତାଙ୍କୁ ଅନ୍ତରର ସହ କୃତଜ୍ଞତା ଜ୍ଞାପନ କରିବା ସହ କଳାହାଣ୍ଡି ଜିଲ୍ଲାରେ ଓଡିଶା ଜନତା କଂଗ୍ରେସ ର ସଂଗଠନ ଆହୁରି ସଶକ୍ତ କରିବା ଏବଂ ଦଳର ନୀତି ଓ କାର୍ଯ୍ୟକ୍ରମକୁ ଆହୁରି ତୃଣମୂଳ ସ୍ତରରେ ଅଧିକ ଗତିଶୀଳ କରାଯିବ ବୋଲି ଜିଲ୍ଲା ସଭାପତି ଜୟନ୍ତ କୁମାର ନାୟକ ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଜ୍ୟ ପରିଷଦକୁ ନିର୍ବାଚିତ ହେଲେ ଇ. ରାଜେଶ ମହାକୁଡ଼

masiha

ସଚିବଙ୍କୁ କାଳି ମାଡ଼ ଘଟଣାକୁ ନିନ୍ଦା କଲେ କୋକସରା ବିଜେଡି କର୍ମକର୍ତ୍ତା

masiha

ନିର୍ବାଚନ ମଣ୍ଡଳୀ ସ୍ତରୀୟ କଂଗ୍ରେସ ପରିବାର ପକ୍ଷରୁ ବନ୍ଧୁ ମିଳନ

Sunil Chandra Nayak

Leave a Comment

error: Content is protected !!