ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

” ଆରମ୍ଭ ଏବଂ ନବ ସୃଜନ ପ୍ରତିଯୋଗିତା” କର୍ମଶାଳା 

” ଆରମ୍ଭ ଏବଂ ନବ ସୃଜନ ପ୍ରତିଯୋଗିତା” କର୍ମଶାଳା 

ବାଲିଗୁଡା, ତା, ୨୨/୦୭:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ପରିସରରେ +୩ ଛାତ୍ରଛାତ୍ରୀଙ୍କୁ ନେଇ ବୁଧବାର ଉଚ୍ଚ ଶିକ୍ଷା ବିଭାଗର ପ୍ରତ୍ଯକ୍ଷ ଅନୁଦାନରେ ଏକ ସଚେତନତା କାର୍ଯ୍ୟକ୍ରମ ” ଆରମ୍ଭ ଏବଂ ନବ ସୃଜନ ପ୍ରତିଯୋଗିତା” କର୍ମଶାଳା (ଷ୍ଟାର୍ଟ ଅପ୍ ଏଣ୍ଡ ଇନୋଭେସନ) ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ସ୍ଥାନୀୟ ଭାରତୀୟ ଷ୍ଟେଟ୍ ବ୍ଯାଙ୍କର ମୁଖ୍ଯ ପରିଚାଳକ ଅକ୍ଷୟ କୁମାର ବେହେରା ସମ୍ୱଳ ବ୍ଯକ୍ତିତ୍ୱ ଭାବେ ଯୋଗ ଦେଇ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ l ଅଧ୍ଯକ୍ଷ ଡ.ବିଭୂତି ଭୂଷଣ ଆଚାର୍ଯ୍ଯ ସ୍ୱାଗତ ସମ୍ଭାଷଣ ସହ କାର୍ଯକ୍ରମର ଅନ୍ତ୍ରନିହିତ ଉଦ୍ଦେଶ୍ଯ ପ୍ରଖ୍ଯାପନ କରିଥିଲେ l ଏକାଉଣ୍ଟ ବର୍ସର ସରୋଜ କୁମାର ପାଠୀ ବିଶ୍ଳେଷଣାତ୍ମକ ଟିପ୍ପଣୀ ରଖିଥିଲେ l ଅନ୍ତଃ ଗୁଣବତ୍ତା ପ୍ରକୋଷ୍ଠ ସଂଯୋଜକ ହିମାଂଶୁ ଚରଣ ସାହୁ, କାର୍ଯ୍ୟକ୍ରମ ସଂଯୋଜକ ତାପସ କୁମାର ବାରିକ ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ l ଶେଷରେ ନାକ୍ ସଂଯୋଜକ ଡ.ସୁଶାନ୍ତ କୁମାର ଦାସ ଧନ୍ଯବାଦ ଅର୍ପଣ କରିଥିଲେ l

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ବନ୍ଧୁଗାଁ ବ୍ଳକ ରେ ନୂତନ ଜିଲ୍ଲାପାଳ ଙ୍କ ପରିଦର୍ଶନ

Sunil Chandra Nayak

କଙ୍କଡ଼ାହାଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପ୍ରବେଶ ଉତ୍ସଵ ଅନୁଷ୍ଠିତ

Sunil Chandra Nayak

ମୋ ଘର ଯୋଜନା ସମ୍ପର୍କିତ ସଚେତନତା କର୍ମଶାଳା

Sunil Chandra Nayak

Leave a Comment

error: Content is protected !!