ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ଗସ୍ତରେ ଭୋଟର ତାଲିକା ପର୍ଯ୍ୟବେକ୍ଷକ, ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର କଲେ ସମୀକ୍ଷା

ରାୟଗଡ଼ ଗସ୍ତରେ ଭୋଟର ତାଲିକା ପର୍ଯ୍ୟବେକ୍ଷକ, ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର କଲେ ସମୀକ୍ଷା

ରାୟଗଡ଼,୨୩/୭- ରାୟଗଡ଼ା ଜିଲ୍ଲାରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା କରିବା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ତଥା IDCO ପରିଚାଳନା ନିର୍ଦ୍ଦେଶକ ଡକ୍ଟର ପ୍ରଶାନ୍ତ କୁମାର ରେଡ୍ଡୀ ଏବଂ ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଗୃହ ନିର୍ବାଚନ ବିଭାଗର ଉପ ଶାସନ ସଚିବ ଶ୍ରୀ ଉମା ଶଙ୍କର ମହାପାତ୍ର ବୁଧବାର ରାୟଗଡ଼ ଗସ୍ତରେ ଆସିଥିଲେ ।ଉକ୍ତ ସମୀକ୍ଷା ବୈଠକରେ ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀ ନବୀନ ଚନ୍ଦ୍ର ନାୟକ, ରାୟଗଡ ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା, ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଦୁଦାଳ ଅଭିଷେକ ଦିଲୀପ ନିଜର ପ୍ରଥମ ଗସ୍ତରେ ପର୍ଯ୍ୟବେକ୍ଷକମାନେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବା ସହ ଜିଲ୍ଲାରେ ଚାଲିଥିବା ଏସଆଇଆର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଉକ୍ତ ବୈଠକ ରେ ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀ ନବୀନ ଚନ୍ଦ୍ର ନାୟକ, ରାୟଗଡ ଉପଜିଲ୍ଲାପାଳ ରମେଶ କୁମାର ଜେନା, ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଦୁଧାଳ ଅଭିଷେକ ଦିଲ୍ଲୀପ, ଡେପୁଟି କଳଲେକ୍ଟର ନିର୍ବାଚନ, ସହକାରୀ ଜିଲ୍ଲାପାଳ ନିର୍ବାଚନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ଅନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।

 ଏହାବ୍ୟତୀତ ସେମାନେ ରାୟଗଡ଼ ବ୍ଲକ କାର୍ଯ୍ୟାଳୟ ଏବଂ ପୌରାଞ୍ଚଳରେ ଥିବା ବିଭିନ୍ନ ଶୁଣାଣି କେନ୍ଦ୍ର ଗୁଡ଼ିକ ବୁଲି ଦେଖିଥିଲେ। ରାୟଗଡ଼ ବ୍ଲକ ସହକାରୀ ଇଲେକ୍ଟୋରାଲ୍ ରେଜିଷ୍ଟ୍ରେସନ୍ ଅଫିସର ଭାବେ ଦାୟିତ୍ୱରେ ଥିବା ରାୟଗଡ଼ ବିଡିଓ ଏବଂ ତହସିଲଦାରଙ୍କ ଦ୍ୱାରା ବିଭିନ୍ନ ଦାବି ଓ ଆପତ୍ତି ନୋଟିସ୍ ର ଶୁଣାଣି କରାଯାଇଥିଲା। ପର୍ଯ୍ୟବେକ୍ଷକମାନେ ଏଠାରେ ଭାଗ ନମ୍ବର ୨୦୯, ୨୧୦, ୨୧୧, ୨୧୨, ୨୧୩, ୨୧୪, ୨୧୫, ୨୧୬, ୨୧୭, ୨୧୮ ଏବଂ ୨୧୯ ର ଶୁଣାଣି ପ୍ରକ୍ରିୟାକୁ ଅନୁଧ୍ୟାନ କରିଥିଲେ। ସେହିପରି ରାୟଗଡ଼ ପୌରାଞ୍ଚଳ ଅଧୀନସ୍ଥ ତୁମ୍ବିଗୁଡା ପୋଲିଂ ଷ୍ଟେସନରେ ମଧ୍ୟ ପର୍ଯ୍ୟବେକ୍ଷକମାନେ ପହଞ୍ଚି ସମୀକ୍ଷା କରିଥିଲେ। ସେଠାରେ ପୌରାଞ୍ଚଳର ଏଇଆରଓ ତଥା ନିର୍ବାହୀ ଅଧିକାରୀ କୁଲଦୀପ କୁମାରଙ୍କ ଦ୍ୱାରା ଭାଗ ନମ୍ବର ୨୨୬, ୨୨୭, ୨୨୮, ୨୩୫ ଏବଂ ୨୩୬ ର ନୋଟିସ୍ ଗୁଡ଼ିକର ଶୁଣାଣି କରାଯାଇଥିଲା। ଏହି ପରିଦର୍ଶନ ସମୟରେ ଏକ ତ୍ରୁଟିମୁକ୍ତ ତଥା ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଶାଳ ସାମୁହିକ “ବନ୍ଦେ ମାତରମ୍” ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ହେତୁବାଦୀ ସଂଗଠନ ପକ୍ଷରୁ ବନ୍ଧୁମିଳନ ଅନୁଷ୍ଠିତ

Sunil Chandra Nayak

ମିସ ଆଶନି ଏଏଲ  ହେଲେ ରାଇରଙ୍ଗପୁର ପୌରପାଳିକାର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ

masiha

Leave a Comment

error: Content is protected !!