ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ଶାସନରେ ପ୍ରଶ୍ନ ପତ୍ର ଲିକ କୁ ନେଇ କଂଗ୍ରେସ ପକ୍ଷରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ନେଇ ପ୍ରତିବାଦ 

ବିଜେପି ଶାସନରେ ପ୍ରଶ୍ନ ପତ୍ର ଲିକ କୁ ନେଇ କଂଗ୍ରେସ ପକ୍ଷରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ନେଇ ପ୍ରତିବାଦ 

ବନ୍ଧୁଗାଁ ତା, ୨୬/୭/୨୬, ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ସାନ ସରପଲି ଛକ ଠାରେ ଆଜି କଂଗ୍ରେସ ପକ୍ଷରୁ ବିଜେପି ସରକାରଙ୍କ ଶାସନରେ ନିଟ, ୟୁପିଏସଷି ପ୍ରଶ୍ନ ପତ୍ର ଲିକକୁ ନେଇ ଭାରତର ଅନେକ ରାଜ୍ୟରେ ଛାତ୍ରଛାତ୍ରି ଏକତ୍ରିତ ହୋଇ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀଙ୍କ ଶିକ୍ଷା ପଦବୀରୁ ଇସ୍ତଫା ଦାବି ପାଇଁ ୨୨ ଦିନ ଧରି ଚାଲି ରହିଥିଲା I ଅନେକ ଛାତ୍ର ଛାତ୍ରୀଙ୍କ ଭବିଶ୍ୟତକୁ ପ୍ରଶ୍ନପତ୍ର ଲିକ କରି ଛାତ୍ରଛାତ୍ରୀଙ୍କୁ ନିରାସ ସହ ନିଜର ଉଜ୍ୱଳ ଜୀବନକୁ ନେଇ ଦେଖିଥିବା ସପ୍ନ କୁ ଏହି ସରକାର ର ଦାୟୀତ୍ୱ ଠିକ ଭାବରେ ଚଲଉ ନ ଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ଭବିସ୍ୟତ ଅନ୍ଧାର କୋରେଇବା ସହିତ ସମାନ ଖେଳ ଖେଳୁଥିବା ସରକାର ର ଶିକ୍ଷା କେନ୍ଦ୍ର ମନ୍ତ୍ରୀ ଙ୍କ ଇସ୍ତଫା କୁ ନେଇ କିଛି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି I କେନ୍ଦ୍ରରେ ଅଯୋଗ୍ୟ ଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପାଠ ପୁସ୍ତକରେ ସହ ସହ ତ୍ରୁଟି ରହୁଛି, ବର୍ତମାନ ର ଛାତ୍ରଛାତ୍ରୀ ବହିରେ ଥିବା ତ୍ରୁଟି ପାଠକୁ ଅଧ୍ୟୟନ କଲେ କିପରି ଭାବରେ ଉଚିତ ଶିକ୍ଷା ପାଇ ପାରିବେ ଓ ପରୀକ୍ଷା ପୂର୍ବରୁ ପ୍ରଶ୍ନ ପତ୍ର ଲିକ କିପରି ଭାବରେ ଏପରି ଘଟଣା ଘଟୁଅଛି ତାର ଉଚିତ ଜବାବ ଦେବା ପାଇଁ ଭାରତରେ ଅନେକ ରାଜ୍ୟ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବିରେ ଛାତ୍ରଛାତ୍ରୀ ଓ ବାପା ମା ମାନଙ୍କ ସହ ପ୍ରତିବାଦ ପାଇଁ ଭୁକ ଶୋଷରେ ଲଢେଇ ହୋଇଥିଲା I ଦିଲ୍ଲୀ ରେ ଚାତ୍ରଛାତ୍ରୀଙ୍କ ପ୍ରତିବାଡ଼ କୁ ଭାରତରୁ ଓ ଭାରତ ବାହାରରୁ ମଧ୍ୟ ଅନେକ ସମର୍ଥକ ଙ୍କ ସୁଅ ଚୁଟିଥିଲା I ୨୨ ଦିନ ଧରି ଚାଲିଥିବା ଛାତ୍ରଛାତ୍ରୀଙ୍କ ମୁଖ୍ୟ ଲକ୍ଷ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା କୁ ଆନସନ ପ୍ରତିବାଦ କରିଥିବା ମୁଦାକୁ ନେଇ ଆଜି ରାଜ୍ୟ କଂଗ୍ରେସ ପିସିସି ସଭାପତି ଶ୍ରୀ ଭକ୍ତ ଚୋରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଓ କୋରାପୁଟ ଜିଲ୍ଲା କଂଗ୍ରେସ ଦଳର ସଭାପତି ଡ. ରୂପକ ତୁରୁକଙ୍କ ପରାମର୍ଶ୍ଵରେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ର କଂଗ୍ରେସ ଦଳର ବ୍ଲକ ସଭାପତି ଙ୍କ ଆୟୋଜନ ଦ୍ୱାରା ସାନ ସରପଲି ଠାରେ ବନ୍ଧୁଗାଁ ବ୍ଲକର ୧୩ ଗୋଟି ପଞ୍ଚାୟତ ର କଣ କଣରୁ ଆସି ଉପସ୍ଥିତ ହୋଇ ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ଯେଉଁ ପ୍ରଶ୍ନ ପତ୍ର ଲିକ କୁ ନେଇ ସାରା ଭାରତ ରେ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପ୍ରତିବାଦ କରୁଥିବା ବିଷୟକୁ ଆଜି ସୋରପୋଲି ଛକ ଠାରେ କଂଗ୍ରେସ ପକ୍ଷରୁ ଭାରତର ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମଦି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ଓ ଓଡିଶା ଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶ ପୁତୁଳାକୁ ଲାତ ବିଧା ଓ ଚୋପଲ ସହ ମାରି ଦାହ କରିଥିବାର ଦେଖିବାକୁ ମିଳିଛି I ଆଜିର ପ୍ରତିବାଦ ଗର୍ଜନ ରେ କୋରାପୁଟ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ଫାଦକ ଓ ବନ୍ଧୁଗାଁ ବ୍ଲକର ୧୩ ଟି ପଞ୍ଚାୟତ ର ପଞ୍ଚାୟତ ସମସ୍ତ ସଭାପତି ଓ ଜନ ୧ ଓ ଜନ ୨ ସଭାପତି ଓ ସଦାନା ପିଡ଼ିକ, କାଡ୍ରାକା ଗୁମ୍ଫା, କାଡ୍ରାକା ପାଣ୍ଡୁ, ଯୋଗାଲୁ ପଟ୍ଟନାୟକ, ହୁଲୁକା କାଣ୍ଟୁ,ବଣମାଲି ସାଇବ, ସୁନ୍ଦୁରୁ ପିଡ଼ିକ,କୁମର ଖସଲା, ବାବୁଲା ଖସଲା ଓ ଛୋଟ ବଡ଼ ପୁରୁଖା ନେତାଙ୍କ ଉପସ୍ଥିତରେ ଆଜିର ପ୍ରତିବାଦ ସାଫଲ୍ୟ କରିଥିଲେ ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବନ୍ଧୁଗାଁ ଥାନା ପଲିସ ଷ୍ଟାଫ ଉପସ୍ଥିତ ରହିଥିଲେ I

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ

Sunil Chandra Nayak

ବିଜୁ ଯୁବ ଓ ଛାତ୍ର ଜନତା ଦଳର ସାଂଗଠନିକ ବୈଠକ ଛାତ୍ର ସଂସଦ ନିର୍ବାଚନ ନିମନ୍ତେ ପ୍ରସ୍ତୁତ ରହିବାକୁ ଆହ୍ବାନ 

masiha

ବିଜେପି ଜିଲ୍ଲା ସଭାପତି ଙ୍କୁ କୋକସରା ଓ ଧର୍ମଗଡ଼ ଗ୍ରସ୍ତ ମଣ୍ଡଳ ବିଜେପି କର୍ମକର୍ତ୍ତା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!