ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୋନ୍ସ ମହାରଣାଙ୍କୁ ଶ୍ରଦ୍ଧାଞ୍ଜଳି

ଜୋନ୍ସ ମହାରଣାଙ୍କୁ ଶ୍ରଦ୍ଧାଞ୍ଜଳି

ଭବାନୀପାଟଣା ସହର ଅନ୍ତର୍ଗତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରେ ମନ୍ଦିର ସମୂହ କମିଟି ପକ୍ଷରୁ ସ୍ୱର୍ଗତ ଜୋନ୍ସ ମହାରଣାଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।

ମନ୍ଦିର ସମୂହ କମିଟିର ସଭାପତି ଶ୍ରୀ ଇନ୍ଦ୍ରଜିତ ମହାଖୁଡ଼ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସ୍ୱର୍ଗତ ଜୋନ୍ସ ମହାରଣାଙ୍କ ଆତ୍ମାର ସଦ୍ଗତି କାମନା କରି ନୀରବ ପ୍ରାର୍ଥନା କରାଯିବା ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

ଏହି ଅବସରରେ ଉପସ୍ଥିତ ଅତିଥି ଓ ପୁରୁଣାପଡ଼ାର ବୁଦ୍ଧିଜୀବୀମାନେ ସ୍ୱର୍ଗତ ଜୋନ୍ସଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ ଏକାଧାରରେ ଜଣେ ଶିକ୍ଷକ, ସମାଜସେବୀ, ସୁସଂଗଠକ ଓ କଳାପ୍ରେମୀ ଭାବେ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବୋଲି ବକ୍ତାମାନେ କହିଥିଲେ।

ଶୋକସଭାରେ ଭାବଗ୍ରାହୀ ନାୟକ, ପ୍ରଶାନ୍ତ ପ୍ରଧାନ, ପ୍ରଦୀପ ପ୍ରଧାନ, ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ସବିତା ପ୍ରଧାନ, ଦାମ ମହାରଣା, ପ୍ରଶନ୍ନ ମହାରଣା, ପରୀକ୍ଷିତ ବିଶ୍ୱାଳ, ସନ୍ତୋଷ ପ୍ରଧାନ, ସୁଦେଶ ନାୟକ, ରାଜୁ ନାୟକ, ସୁବାଷ ପ୍ରଧାନ, ରବି ସ୍ୱାଇଁ, ଆଲୋକ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଜୋନ୍ସ ମହାରଣାଙ୍କ ସ୍ମୃତିଚାରଣ କରିଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଚିଲିଗୁଡା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦଣ୍ଡ ନୃତ୍ୟ

masiha

ସାରା ଓଡ଼ିଶା ଏବେ ଡାଇରିଆରେ କବଳିତ; ପ୍ରଦୂଷିତ ପରିବେଶରେ ଖାଦ୍ୟ ବିକ୍ରି ପ୍ରତି ପ୍ରଶାସନ ହୃଉଛି କଠୋର; ରାଇରଙ୍ଗପୁର ପ୍ରଶାସନ ପକ୍ଷରୁ ହୋଟେଲ ମାନଙ଼୍କରେ ଖାଦ୍ଯ ଯାଞ୍ଚ

masiha

ଠିକାଦାର ର ଖାମଖିଆଲି ମନୋଭାବ ଯୋଗୁଁ ଅଧାରେ ପଡ଼ିରହିଛି ଅଙ୍ଗନବାଡି କେନ୍ଦ୍ର   

masiha

Leave a Comment

error: Content is protected !!