ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆହୁରି ସଶକ୍ତ ହେବ ମିଶନ ଶକ୍ତି

ସବୁ ପଞ୍ଚାୟତରେ ମିଶନ୍‌ ଶକ୍ତି ଭବନ
ସ୍ୱୟଂ ସହାୟକ ଗୋଷ୍ଠୀ କୁ ୫୦ ହଜାର କୋଟି ଋଣ…

 ‘ମିଶନ୍ ଶକ୍ତି’ ପାଇଁ ରାଜ୍ୟ ସରକାର ବୁଧବାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୫ ବର୍ଷ ପାଇଁ ମିଶନ୍‌ ଶକ୍ତି ଯୋଜନାରେ ୪,୯୭୩ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ପ୍ରତ୍ୟେକ ପଞ୍ଚାୟତ ଓ ସହରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ମିଶନ୍ ଶକ୍ତି ଭବନ ନିର୍ମାଣ କରାଯିବ। ଏହା ସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ବିଭିନ୍ନ ସାମଗ୍ରୀ ବିକିବାକୁ ୫୦୦ଟି ମିଶନ୍ ଶକ୍ତି ବଜାର ସ୍ଥାପନ ହେବ। ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସହ ମୋଟ୍‌ ୩୨ଟି ପ୍ରସ୍ତାବକୁ ବୁଧବାର ଦିନ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ପ୍ରଦାନ କରିଛି।

ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିଥିଲା। ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ମନ୍ତ୍ରୀମାନେ ଏହି ବୈଠକରେ ସାମିଲ୍‌ ହୋଇଥିଲେ। ପ୍ରାୟ ୩୦ ମିନିଟ୍‌ ଧରି ହୋଇଥିବା ବୈଠକରେ ୩୨ଟି ପ୍ରସ୍ତାବ ପାରିତ ହୋଇଥିଲା। କ୍ୟାବିନେଟ୍‌ ନିଷ୍ପତ୍ତି ଅନୁଯାୟୀ, ୫ ବର୍ଷ ଅର୍ଥାତ୍ ୨୦୨୨-୨୩ରୁ ୨୦୨୬-୨୭ ଭିତରେ ମିଶନ୍ ଶକ୍ତି ଯୋଜନାରେ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୫୦ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ବ୍ୟବସ୍ଥା କରାଯିବ। ଏସ୍‌ଏଚ୍‌ଜିଙ୍କୁ ୧୨ ଶହ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା ବି ରହିବ। ପ୍ରାୟ ୩୫ରୁ ୪୦ ଲକ୍ଷ ମହିଳା ଏସ୍ଏଚ୍‌ଜି ସଦସ୍ୟାଙ୍କୁ ଜୀବିକା ନିର୍ବାହ ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅଧୀନରେ ତାଲିମ ଦିଆଯିବ। ପ୍ରତି ପଞ୍ଚାୟତରେ ମିଶନ୍ ଶକ୍ତି ଭବନ ସହ ବ୍ଲକ୍‌ ଓ ଜିଲ୍ଲାସ୍ତରରେ ମଧ୍ୟ ଭବନ ନିର୍ମାଣ ହେବ। ବିଭିନ୍ନ ସରକାରୀ ବିଭାଗଙ୍କ ସହଭାଗିତାରେ ମିଶନ୍ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ତଥା ମହାସଂଘଙ୍କୁ ୬୬୦୦ କୋଟିରୁ ଅଧିକ ବ୍ୟବସାୟ ଯୋଗାଇ ଦିଆଯିବ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଥୁଆମୂଳ ରାମପୁର ବିଜେଡ଼ି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା 

Sunil Chandra Nayak

ନେହୁରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ନବରଙ୍ଗପୁର ମହାବିଦ୍ୟାଳୟରେ ଜିଲ୍ଳା ସ୍ତରୀୟ ଯୁବ ମହୋତ୍ସବ ପାଳିତ 

Sunil Chandra Nayak

ଶିକ୍ଷକ ସମସ୍ୟାକୁ ନେଇ ବିଦ୍ୟାଳୟରେ ପଡିଲା ତାଲା

Sunil Chandra Nayak

Leave a Comment

error: Content is protected !!