ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ମନୋରମ ସୁଗନ୍ଧରେ ମୋହିତ କଲାଣି ସୁନ୍ଦର କାଶତଣ୍ଡୀ , ୨- ଲଘୁ ଖଣିଜ ଦ୍ରବ୍ୟ ଲୁଟ୍ ବଢୁଛି,ଢେଙ୍କାନାଳରେ ମାତିଛନ୍ତି ଖଣି ମାଫିଆ , ୩-ବିନା ଫଳକରେ ଗୃହ ନିର୍ମାଣ କୁ ନେଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ , ୪- ପ୍ରସିଦ୍ଧ ଗଣେଶ ପୂଜା ଶାନ୍ତି କମିଟି ବୈଠକ  ୨୧ ଟି ମଣ୍ଡପରେ ପୂଜା ପାଇବେ ଗଜାନନ ୨୫ ରେ ମିଳିତ ଭସାଣି , ୫- ନୂଆ ରାସ୍ତା ଚାରି ମାସ ଗଲାନି ଏବଂ କଲେଜ ବାଇପାସ ରାସ୍ତା ଉପରେ ନଦୀ, ପୂର୍ତ୍ତ ବିଭାଗ ଓ ପୌର ପରିଷଦ କୁମ୍ଭକର୍ଣ୍ଣ ନିଦ୍ରାରେ, ରାସ୍ତା ଉପରେ ଧାନ ଗଛ ରୋଇ ଆପ୍ ର ଅଭିନଵ ପ୍ରତିବାଦ , ୬- ଜୋଇଁ କୁ ହାଣିଲା ଶଶୁର , ୭- ବିଜେଡି ଅନୁସୂଚିତ ଜାତି ଓ ଜନଜାତି ଅଧ୍ୟକ୍ଷ ମହେଶ ସାହୁ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା  , ୮-ସାଧାରଣରେ ପ୍ରଶ୍ନ ? ଭାପୁର ଛଦେଶ ଅଞ୍ଚଳରେ ବଢ଼ି ଚାଲିଛନ୍ତି ମଦ ମାଫିଆ: , ୯- କାମାକ୍ଷାନଗର ସହରରେ ଖାଦ୍ୟ ବିଭାଗର ଚଢ଼ାଉ ଧର୍ମକୁ ଆଖିଠାର 

ମନୋରମ ସୁଗନ୍ଧରେ ମୋହିତ କଲାଣି ସୁନ୍ଦର କାଶତଣ୍ଡୀ

ଢ଼େଙ୍କାନାଳ – ଆଉ କିଛିଦିନ ପରେ ଧରାବତରଣ କରିବେ ଜଗତ ଜନନୀ ମା’ ଦୁର୍ଗା। ମା’ଙ୍କ ଆସିବା ନେଇ କାଶତଣ୍ଡୀ ଫୁଲର ଆଗମନ ସହିତ ସାରା ଓଡ଼ିଶାରେ ଉତ୍ସାହ ଏବଂ ପ୍ରତୀକ୍ଷାର ଏକ ସ୍ପଷ୍ଟ ଭାବନା ଭରିଯାଏ। ସେମାନଙ୍କର ଆଗମନ କେବଳ ପାଗର ପରିବର୍ତ୍ତନ ନୁହେଁ ବରଂ ଲକ୍ଷ ଲକ୍ଷ ଲୋକଙ୍କ ଦ୍ବାରା ପ୍ରତୀକ୍ଷିତ ଏକ ପାର୍ବଣ ଋତୁର ଦୁର୍ଗା ପୂଜା ଆରମ୍ଭର ସଙ୍କେତ ଦିଏ। ଏହି ସମୟରେ ପ୍ରକୃତିର ପାଳନ କରିବାର ନିଜସ୍ୱ ଉପାୟ ଅଛି। କାଶତଣ୍ଡି ଫୁଲଗୁଡିକ ଉତ୍ସବ ସହିତ ଲୋକମାନଙ୍କ ସାମୂହିକ ଆନନ୍ଦ ଏବଂ ଭକ୍ତିକୁ ମୂର୍ତ୍ତିମନ୍ତ କରନ୍ତି। ଅଟଳ ଶ୍ରଦ୍ଧା ସହିତ ଦେବୀ ଦୁର୍ଗାଙ୍କ ଦିବ୍ୟ ଉପସ୍ଥିତିକୁ ସ୍ବାଗତ କରନ୍ତି। ତେବେ କାଶତଣ୍ଡି ଫୁଲର କିଛି କାହାଣୀ ମଧ୍ୟ ରହିଛି। ଏହି ଫୁଲ ଫୁଟିବା ମାତ୍ରେ ଜଣାପଡ଼େ ଯେ ପାରର୍ବଣ ଋତୁ ପାଖେଇ ଆସୁଛି,ପ୍ରାତଃ ସୂର୍ଯ୍ୟ କିରଣ ପଡ଼ିବା ବେଳେ ସମୁଦ୍ରର ଲହଡ଼ି ହୀରା ଭଳି ଚକ୍ ଚକ ଚମକୁ ଥାଏ କାଶତଣ୍ଡି। ଆଗମନରୁ ହିଁ ଏହି ଫୁଲ ଫୁଟିବା ଆରମ୍ଭ ହୋଇ ମା ଦୁର୍ଗାଙ୍କ ପୂଜା ଶେଷ ହେବା ପରେ ଧରାପୃଷ୍ଠଠାରୁ ବିଦାୟ ନେଇଥାଏ କାଶତଣ୍ଡି। ସେହିପରି ଢେଙ୍କାନାଳ ଜିଲ୍ଲାର ସବୁ ନଈ ପଠାରେ ଦେଖିବକୁ ମିଳେ କାଶତଣ୍ଡି ଦୃଶ୍ୟ ସହ ସୂନ୍ଦର ଘାସଗୁଡ଼ିକ ପବନରେ ଧୀରେ ଧୀରେ ଝୁଲୁଥାଏ କାଶତଣ୍ଡି । ସେମାନଙ୍କର ମନୋରମ ସୁଗନ୍ଧରେ ବାୟୁକୁ ପୂର୍ଣ୍ଣ କରିଥାଏ। ଏହି ଫୁଲ ଫୁଟିବା ଦ୍ୱାରା ପ୍ରକୃତିରେ ଆସେ, ଲୋକମାନେ ପ୍ରାୟତଃ କୁହନ୍ତି ଫୁଲଗୁଡ଼ିକ ପବନରେ ଆନନ୍ଦରେ ସେମାନଙ୍କ ପରିବେଶରେ ଉଜ୍ଜ୍ଵଳ ଭାବରେ ଝୁଲୁଥାଏ। ଏହି ଦୃଶ୍ୟ କବି ଏବଂ ଲେଖକମାନଙ୍କୁ ଆହୁରି ଭାବପ୍ରବଣ ହେବାକୁ ପ୍ରେରଣା ଦିଏ।

ଲଘୁ ଖଣିଜ ଦ୍ରବ୍ୟ ଲୁଟ୍ ବଢୁଛି,ଢେଙ୍କାନାଳରେ ମାତିଛନ୍ତି ଖଣି ମାଫିଆ

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲାରେ ବୈଧଡ଼କ ଭାବେ ଲଘୁ ଖଣିଜ ସମ୍ପଦ ଲୁଟ୍ ହେବାରେ ଲାଗିଛି। ଲଘୁ ଖଣିଜ ସମ୍ପଦ ବିଭାଗରେ ମାନବ ସମ୍ବଳ ସଙ୍କଟ ମାଫିଆଙ୍କୁ ବେଶ୍ ସୁହାଉଛି। ସ୍ଥାନୀୟ ପୋଲିସ୍,ତହସିଲଦାର ଓ ଖଣି ବିଭାଗ ମିଳିତ ଦଳ ଖଣିଜ ସମ୍ପଦର ସୁରକ୍ଷା ତଥା ଲୁଟ୍ ରୋକିବାକୁ ସରକାର ନିୟମ ପ୍ରଣୟନ କରିଛନ୍ତି। ଢେଙ୍କାନାଳ ଜିଲ୍ଲାରେ କିନ୍ତୁ କୌଣସି ବିଭାଗ ମଧ୍ୟରେ ସମନ୍ବୟ ରହୁନଥିବା ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରହୁନି ନିଲାମ ହୋଇ ନ ଥିବା ଖଣିକୁ ଟାର୍ଗେଟ୍ ଏବଂ ଏହାକୁ ରୋକିବା ପାଇଁ ନିର୍ଦ୍ଦିଷ୍ଟ କିଛି ଯୋଜନା ନଥିବାରୁ ଦିନକୁ ଦିନ ଖଣିଜ ସାମଗ୍ରୀ ଲୁଟ୍ ବଢ଼ି ଚାଲିଛି। ରାତାରାତି ଶହ ଶହ ଟ୍ରିପ୍ ପଥର,ମୋରମ ଓ ବାଲି ଚୋରାଚାଲାଣ ହେଉଛି। ଖଣି ମାଫିଆମାନେ ଏହାର ଲାଭଉଠାଉଥ‌ିବା ବେଳେ ରାଜ୍ୟ ରାଜକୋଷକୁ କ୍ଷତି ପହଞ୍ଚୁଛି। ଜିଲ୍ଲାରେ ଖଣି ମାଫିଆ ମାତି ଉଠିଛନ୍ତି। ପୋଲିସ୍ ଓ ପ୍ରଶାସନର ନାକତଳେ ସବୁକିଛି ସଲାସୁତୁରାରେ ଚାଲିଥିବା ଅଭିଯୋଗ ହେଉଛି। ମାଙ୍କଡ଼ା ପଥର,କଳାମୁଗୁନି ପଥର,ମୋରମ,ବାଲି ଆଦି ଲଘୁ ଖଣିଜ ସମ୍ପଦ ଜିଲ୍ଲାରେ ଭର୍ତ୍ତି ହୋଇରହିଛି। ଏହିସବୁ ଉତ୍ସରୁ ଯେତିକି ପରିମାଣରେ ରାଜସ୍ବ ଆଦାୟ ହେବା କଥା ତାହା ହୋଇପାରୁନାହିଁ। ଅଧିକାଂଶ ଖଣି ମାଫିଆ ନିଜ ନିୟନ୍ତ୍ରଣରେ ରଖି ଚୋରା କାରବାର ଚଳାଇଛନ୍ତି। ଖଣି ବିଭାଗ ତଥ୍ୟ ଅନୁସାରେ, ଜିଲ୍ଲାରେ ବର୍ତ୍ତମାନ ୭୨ଟି ଖଣି ଚାଲୁଛି। ବର୍ଷାଦିନେ ବାଲିଘାଟ ନିଲାମ ବନ୍ଦ ଥିବାରୁ କଳାମୁଗୁନି ପଥର,ମାଙ୍କଡ଼ାପଥର ଓ ମୋରମ ଖଣି ନିଲାମ ଦିଆଯାଇ ରାଜସ୍ବ ଆଦାୟ କରାଯାଉଛି। ୪୦ରୁ ଅଧିକ ଖଣି ନିଲାମ ଅପେକ୍ଷାରେ ରହିଛି। ମାଫିଆମାନେ କିନ୍ତୁ ନିଲାମ ହୋଇନଥିବା ଖଣିକୁ ଟାର୍ଗେଟ୍ କରୁଛନ୍ତି। ବନ୍ଦ ଥିବା ଖଣି ଓ ଏହାର ଆଖପାଖରୁ ମାଫିଆମାନେ ବୈଧଡ଼କ ପଥର ଲୁଟ୍ କରୁଛନ୍ତି। କଳା ମୁଗୁନି ପଥରରେ ଭର୍ତ୍ତି ନିଶ୍ଚିତା,ଭୁଆଷୁଣି ପାହାଡ଼ ଭଳି ବଡ଼ ବଡ଼ ଅଞ୍ଚଳରୁ ପଥର ଲୁଟ୍ ହେଉଛି। ନିଶ୍ଚିତା ପାହାଡ଼ରୁ କେବଳ ଦିନକୁ ୨୦ରୁ ୩୦ ହଜାର ଟନ୍ ପଥର ଲୁଟ୍ ହେଉଛି। ଏଠାରୁ ସରକାର ମାସକୁ ପ୍ରାୟ ୨୦୦ କୋଟିରୁ ଅଧିକ ଟଙ୍କା ରାଜସ୍ୱ ହରାଉଛନ୍ତି। ସବୁଠୁ ଆଶ୍ଚଯ୍ୟ କଥା ହେଉଛି ନକଲି ଟ୍ରାନ୍‌ଜିଟ୍ ପାସ୍‌ରେ ପଡ଼ୋଶୀ ଯାଜପୁର ଅଞ୍ଚଳକୁ ପଥର ଚାଲାଣ ହେଉଛି। ଏହାର ଟେର୍ ପାଉନାହାନ୍ତି ପୋଲିସ୍ କି ପ୍ରଶାସନିକ ଅଧିକାରୀ। ମଝିରେ ମଝିରେ ଚଢ଼ାଉ ହେଉଛି ମାତ୍ର ତାହା ଲୋକ ଦେଖାଣିଆ। ମାଫିଆମାନେ ଜିଲ୍ଲାରେ ଏକାଧିକ ପାହାଡ଼ର ପରିଚୟ ହଜାଇ ଦେଲେଣି। ସେହିପରି କାଗଜପତ୍ରରେ ବାଲିଘାଟଗୁଡିକୁ ବନ୍ଦ ଥିବା ଦର୍ଶାଯାଉଥିଲେ ମଧ୍ୟ ସେଥିରୁ ମନଇଚ୍ଛା ବାଲି ଖନନ ହେଉଛି। ଜିଲ୍ଲା ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀର ବିଭିନ୍ନ ଘାଟରୁ ବେଧଡ଼କ ଭାବେ ବାଲି ଲୁଟ୍ ଚାଲିଛି। କମଳାଙ୍ଗ,ସରାଙ୍ଗ ,ମହୁଲପାଳ ଆଦି ଅଞ୍ଚଳ ଦେଇ ବ୍ରାହ୍ମଣୀ ନଦୀରେ ବ୍ରିଜ୍ ଥିବାରୁ ସେହିସବୁ ବାଲିଘାଟକୁ ବନ୍ଦ କରିଦିଆଯାଇଛି। ମାତ୍ର ମାଫିଆମାନେସେହିସବୁ ସ୍ଥାନରୁ ବେଧଡ଼କ ବାଲି ଉତ୍ତୋଳନ ଓ ପରିବହନ କରୁଥିବା ଅଭିଯୋଗ ହେଉଛି। ନିର୍ଦ୍ଧାରିତ ପରିମାଣରୁ ଅଧିକ ବାଲି ଉତ୍ତୋଳନ କରାଯାଇ ନକଲି ଟ୍ରାନ୍‌ଜିଟ୍ ପାସ୍‌ ଜରିଆରେ ଚାଲାଣ କରାଯାଉଛି। ସେହିପରି ଜିଲ୍ଲାରେ ୧୦ଟି ମାଙ୍କଡ଼ପଥର । ଖଣି ନିଲାମ ଦିଆଯାଇଥିବା କୁହାଯାଉଥିବାବେଳେ ୧୦୦ରୁ ଅଧିକ ଖଣି ବେଆଇନ୍ ଚାଲିଛି। ଗ୍ରାମ୍ୟ ଜଙ୍ଗଲ,ବନବିଭାଗ,ଦେବୋତ୍ତର ବିଭାଗ ଆଦି ଜମିରେ ବେଆଇନ୍ ଭାବେ ମାଙ୍କଡ଼ାପଥର ଖନନ ଓ ପରିବହନ ହେଉଛି। ସଂଧ୍ୟା ହେଲେ ମାଫିଆମାନେ ମେସିନ୍‌ରେ ପଥର କାଟିବା ସହ ଟ୍ରାକ୍ଟର ଓ ଟ୍ରକ୍ ଯୋଗେ ପରିବହନ କରୁଛନ୍ତି। ଢେଙ୍କାନାଳ ସଦର ବ୍ଳକ୍‌ର ଜଙ୍ଗଲ ବିଭାଗ ଅଧୀନରେ ଥିବା କୁରୁମଟାଙ୍ଗର,ଗଜମରା ଆଦି ଅଞ୍ଚଳରେ ଥିବା ପଥର ଖଣି ନିଲାମ ଦିଆଯାଇ ନଥିବାବେଳେ ସେହି ଖଣିରୁ ଅହରହ ପଥର ଉତ୍ତୋଳନ ଓ ପରିବହନ ଚାଲିଛି। ସେହିପରି ସଦର ଥାନା ଇଲାକାର କମନିଙ୍ଗ୍,ଇନ୍ଦିପୁର,ଗୁଣ୍ଡୁରାପଶି, ବଳରାମପୁର ଅଞ୍ଚଳରୁ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ପଥର ଲୁଟ୍ ଚାଲିଛି। ପଥର ଲୁଟ୍ ପାଇଁ ମାଫିଆମାନେ ସଂଧ୍ୟା ପ୍ରହର ଓ ଭୋର୍ ସମୟକୁ ଅଧିକ ସୁରକ୍ଷିତ ମଣୁଛନ୍ତି। ଭୁଲ୍ ନମ୍ବର ଓ ନମ୍ବର ନଥିବା ଏସ୍କଭେଟର, ଟ୍ରାକ୍ଟର ସହାୟତାରେ ଶହ ଶହ ଟ୍ରିପ୍ ପଥର ଓ ମୋରମ ଉତ୍ତୋଳନ ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଉଛି। ରାତି ହେଲେ ଢେଙ୍କାନାଳ ସହର ମଧ୍ୟକୁ ବାଲି,ମାଟି ଓ ପଥର ଗାଡ଼ି ପଶୁଛି। ବର୍ଷେ ପୂର୍ବରୁ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍ ଉପରେ କଡା଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ପରେ ପୋଲିସ୍ ଓ ପ୍ରଶାସନର ହଠାତ୍ ତପ୍ରତ ଦେଖୁବାକୁ ମିଳିଥିଲ। ମାତ୍ର ଦୁଇ ଚାରିଦିନ ପରେ ସବୁକିଛି ଶିଥିଳ ପଡ଼ିଗଲ।। ଫଳସ୍ବରୂପ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଧଡ଼କ ଲଘୁ ଖଣିଜ ଲୁଟ୍ ଚାଲିଛି। ମାଫିଆମାନେ ଏହାର ଲାଭ ଉଠାଉଥିବାବେଳେ ସରକାର କୋଟିକୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ଏହାପଛରେ କିଛି ଅସାଧୁ ଅଧିକାରୀ ସାମିଲ୍ ଥିବା ଚର୍ଚ୍ଚା ହେଉଛି। ଖଣି ବିଭାଗରେ ମାନବ ସମ୍ବଳ ଅଭାବରୁ ବିଭାଗ ନିରବ ରହୁଛି। ଏ ସମ୍ପର୍କରେ ଖଣି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,ଖଣି ବିଭାଗରେ ଚଢ଼ାଉ କରିବା ପାଇଁ ଆବଶ୍ୟକ କର୍ମଚାରୀ ନାହାନ୍ତି। ତହସିଲ୍ ଓ ପୋଲିସ୍‌କୁ ନେଇ ଚଢ଼ାଉ କରିବାକୁ ହେଲେ ବିଭିନ୍ନ ଅନୁମତି ଆବଶ୍ୟକ ପଡ଼ୁଛି। ଏକାଧିକ ବିଭଗ ସହଯୋଗରେ ଚଢ଼ାଉ ପୂର୍ବରୁ ମାଫିଆମାନେ ସବୁ ଖବର ପାଇଯାଉଛନ୍ତି। ତଥାପି ବି ବିଭିନ୍ନ ସମୟରେ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଅଧିକାରୀ ଜଣକ ଜଣକ ପ୍ରକାଶ କରିଛନ୍ତି।

ବିନା ଫଳକରେ ଗୃହ ନିର୍ମାଣ କୁ ନେଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ 

ଢେଙ୍କାନାଳ – ଗଁଦିଆ ବ୍ଲକର ଦିଗାମ୍ବରପୁର ଗ୍ରାମ ପଂଚାୟତରେ ଆଜି ସୁଦ୍ଧା ଉକ୍ତ ପଂଚାୟତର ନିଜସ୍ୱ ସରକାରୀ ଗୃହ ନାହିଁ ଏହାର ପ୍ରମୁଖ କାରଣ ହେଉଛି ଯେ ଉକ୍ତ ପଂଚାୟତର ଦୁଇ ଗ୍ରାମ ନୂଆଗଡ ଓ ଦିଗାମ୍ବରପୁର ଗ୍ରାମ ମଧ୍ୟରେ ପଂଚାୟତ ଗୃହ ନିର୍ମାଣ ସ୍ଥାନଙ୍କୁ ନେଇ ବିବାଦ l କିନ୍ତୁ ବର୍ତ୍ତମାନ ଯେଉଁ ନୂଆଗଡ ମୌଜାରେ ପଂଚାୟତ ଗୃହ ପାଇଁ ସ୍ଥାନିତ ଜାଗାରେ ବିନା ଫଳକରେ ଏକ ସରକାରୀ ଗୃହର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ତାହା କେଁଉ ଗୃହ ନିର୍ମାଣ ହେଉଛିବ୍ଲଜ ପ୍ରଶାସନକୁ ଗ୍ରାମବାସୀ ମାନେ ପଚାରି ଥିଲେ ସୁଦ୍ଧା କୌଣସି ଉତ୍ତର ନମିଳିବାରୁ ତାହାକୁ ନେଇ ଦିଗାମ୍ବରପୁର ଗ୍ରାମବାସିଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ଉକ୍ତ ପଂଚାୟତର ଏହି ଦୁଇ ଗ୍ରାମବାସିଙ୍କ ମଧ୍ୟରେ ବିବାଦ ଲାଗିରହିବାରୁ ଆଜି ସୁଦ୍ଧା ଏହାର ନିଜସ୍ୱ ସରକାରୀ ଗୃହ ନାହିଁ ଅସ୍ଥାୟୀ ଭାବରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ କାର୍ଯ୍ୟ ଚାଲିଛି ଉକ୍ତ ଗ୍ରାମ ପଂଚାୟତ ଭବନ ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ମୌଜା ନୂଆଗଡ ଖାତା ନଂ 469 ରେ ଥିବା ପ୍ଲଟ ନଂ 1652 ରକଵା 42ଡେସିମିଲ କୁ ଚିହ୍ନଟ କରିଥିଲେ କିନ୍ତୁ ଏହା କୁ ବିରୋଧ କରି ଦିଗାମ୍ବରପୁର ଗ୍ରାମ ବାସି ଉଚ୍ଚତମ ନି୍ୟାଳୟର ଦ୍ୱାରସ୍ତ ହୋଇଥିଲେ କିନ୍ତୁ ଉଚ୍ଚତମ ନି୍ୟାଳୟ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯଇଥିବା ସ୍ଥାନରେ ପଂଚାୟତ ଭବନ ନିର୍ମାଣ ପାଇଁ ଏହି ନିର୍ଦେଶ ନାମକୁ କାୟମ ରଖିଛନ୍ତି l କିନ୍ତୁ ଦିଗାମ୍ବରପୁର ଗ୍ରାମ ବାସି ଙ୍କର କହିବା କଥା ଯେଉଁ ଜାଗାରେ ପଂଚାୟତ ଭବନ ନିର୍ମାଣ ପାଇଁ ନିଷ୍ପତି ସରିଛି ସେହି ସ୍ଥାନରେ ବିନା ଫଳକରେ କାହିଁକି ଅନ୍ୟ ଏକ ସରକାରୀ ଗୃହ ନିର୍ମାଣ କରାଯାଉଛି ଯାହାକୁ ନେଇ ଉକ୍ତ ଗ୍ରାମ ବାସି ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ଅପର ପକ୍ଷରେ ନୂଆଗଡ ଗ୍ରାମ ବାସି କୁହନ୍ତି ଏହି ସ୍ଥାନରେ ଯେଉଁ ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି ତାହାର ନିର୍ମିତ ଫଳକକୁ କେହି ଦୁର୍ବୃତ୍ତ ଭାଙ୍ଗିଦେଇଛି ବୋଲି କହିଛନ୍ତି ଉକ୍ତ ନୂତନ ଗୃହ ନିର୍ମାଣ ତଥା ଏହି ଦୁଇ ଗ୍ରାମ ବାସି ଙ୍କର ମଧ୍ୟରେ ଥିବା ବିବାଦ ସମ୍ପର୍କରେ ଗଁଦିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପବିତ୍ର କୁମାର ବେହେରା କୁହନ୍ତି ଯେ ସମ୍ପୂର୍ଣ ଗାଇଡ଼ ଲାଇନ ଅନୁସାରେ ଉକ୍ତ କାର୍ଯ୍ୟ ଚାଲିଛି ଓ ଉଚ୍ଚତମ ନି୍ୟାଳୟ ଙ୍କର ନିର୍ଦେଶ କୁ ପାଳନ କରି ଏଠାରେ ବର୍ତ୍ତମାନ ଏକ ପଂଚାୟତ ସୁବିଧାକେନ୍ଦ୍ରର ନିର୍ମାଣ କାର୍ଯ୍ୟ ଚାଲିଛି ଆଉ ଅଳ୍ପ ଦିନ ଭିତରେ ଉକ୍ତ ସ୍ଥାନରେ ଗ୍ରାମ ପଂଚାୟତର ନୂତନ ଭବନ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ଓ ବ୍ଲକ ପ୍ରଶାସନ କୌଣସି ଅନ୍ତର ପାନ୍ତର କରୁନାହିଁ ଯାହା ଠିକ ତାହାହିଁ ହେଉଛି l

ପ୍ରସିଦ୍ଧ ଗଣେଶ ପୂଜା ଶାନ୍ତି କମିଟି ବୈଠକ 
୨୧ ଟି ମଣ୍ଡପରେ ପୂଜା ପାଇବେ ଗଜାନନ ୨୫ ରେ ମିଳିତ ଭସାଣି

କାମାକ୍ଷାନଗର – ଢେ଼ଙ୍କାନାଳ ଜିଲ୍ଲା ଭୁବନ ସହରରେ ଦ୍ଵିତୀୟ ଦଶହରାର ମାନ୍ୟତା ପାଇଥିବା ପ୍ରସିଦ୍ଧ ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନ ଏନ୍ ଏ ସି ସଭାଗୃହରେ କାମାକ୍ଷା ନଗର ଉପ ଜିଲ୍ଲାପାଳ ବିକାଶ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ,କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦତ ସାହୁ , ତହସିଲଦାର ଜ୍ୟୋତିରୂପା ଶତପଥୀ , କାମାକ୍ଷା ନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଚିତ୍ତ ରଞ୍ଜନ ବେହେରା, ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ରେଣୁବାଳା ସାହୁ,ଟି ପି ସି ଓ ଡି ଏଲ ଯନ୍ତ୍ରୀ ନଳିନୀ ଶଙ୍କର ରଥ,ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ବିଶ୍ବାଳ, ମେଲଣ କମିଟି ସଭାପତି ସୁବ୍ରତ ସାହୁ , ସମ୍ପାଦକ ଜିତେନ୍ଦ୍ର ଦାସ, ବରିଷ୍ଠ ସଭ୍ୟ କାଳନ୍ଦୀ ସାହୁ,ଶାନ୍ତି କମିଟି ସଦସ୍ୟ ଟିଟୁ ଦାସ , ମନୋରଞ୍ଜନ ବେହେରା , ମିଥୁନ ପାତ୍ର, ଜଗନ ବେଜ , ଜୀବନ ଜ୍ୟୋତି ପୃଷ୍ଟି , ରାକେଶ୍ ପୃଷ୍ଟି , ନାରାୟଣ ନାୟକ , ରାମ ନାୟକ , ଲିଙ୍ଗରାଜ ସାହୁ, ପିଣ୍ଟୁ ଦାସ , ସିଲୁ ନାୟକ , ସୌରଭ ରାଉତ, ମିଲୁ ରାଉତ ଙ୍କ ସମେତ ୨୧ ଟି କ୍ଳବର ସଭାପତି,ସମ୍ପାଦକ ଓ ଏନ୍ ଏ ସି କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର ସେଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆସନ୍ତା ସେପ୍ଟେମ୍ବର ୧୪ ତାରିଖ ରୁ ୨୧ ଟି ମଣ୍ଡପରେ ପ୍ରଭୁ ଗଜାନନ ଙ୍କ ପୂଜା ଅନୁଷ୍ଠିତ ହେବ । ୨୩ ତାରିଖ ଓ ୨୪ ତାରିଖ ଦୁଇ ଦିନ ମେଲଣ ପଡିଆ ରେ ଗଣେଶ ମେଲଣ ଅନୁଷ୍ଠିତ ହେବ । ୨୫ ତାରିଖ ମଧ୍ୟାହ୍ନ ରେ ମିଳିତ ଭସାଣି ଅନୁଷ୍ଠିତ ହେବ । ତେବେ ଗଣେଶ ପୂଜା ପୂର୍ବରୁ ପେଟ୍ରୋଲ ପମ୍ପ ଛକ ଠାରୁ ନୂଆ ଭୁବନ ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ସହ ଦଶହରା ରୁଟ ରାସ୍ତା,ଡ୍ରେନ ମରାମତି,ତଳକୁ ଝୁଲି ରହିଥିବା ବିଦ୍ୟୁତ ତାର କୁ ସଜାଡିବା,ପୂଜା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ,ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ପ୍ରତ୍ୟେକ ପୂଜା ମଣ୍ଡପରେ ପୋଲିସ ମୁତୟନ, ଅସ୍ଥାୟୀ ପରିସ୍ରାଗାର କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା।ସୂଚନା ଯୋଗ୍ୟ ଯେ ,୨୦୦୦ ମସିହା ଠାରୁ ମାଟ୍ରିକ ଵ୍ୟାଚ ଛାତ୍ର ମାନେ ୧୨ ବର୍ଷ ପୂର୍ତ୍ତି ପର୍ଯ୍ୟନ୍ତ ଗଣେଶ ପୂଜା ପାଳନ କରି ଆସୁଛନ୍ତି । ଚଳିତ ବର୍ଷ ଫ୍ରେଣ୍ଡସିପ କ୍ଲବର ୧୨ ବର୍ଷ ପୂର୍ତ୍ତି ଅବସରରେ ହାଇସ୍କୁଲ ପଡ଼ିଆରେ ବୃନ୍ଦାବନ ପ୍ରେମ ମନ୍ଦିର ମୁଖ୍ୟ ଆକର୍ଷଣ ସାଜିବ ।

ନୂଆ ରାସ୍ତା ଚାରି ମାସ ଗଲାନି ଏବଂ କଲେଜ ବାଇପାସ ରାସ୍ତା ଉପରେ ନଦୀ, ପୂର୍ତ୍ତ ବିଭାଗ ଓ ପୌର ପରିଷଦ କୁମ୍ଭକର୍ଣ୍ଣ ନିଦ୍ରାରେ, ରାସ୍ତା ଉପରେ ଧାନ ଗଛ ରୋଇ ଆପ୍ ର ଅଭିନଵ ପ୍ରତିବାଦ

ଢେଙ୍କାନାଳ – ଢେଙ୍କାନାଳ ବସଷ୍ଟାଣ୍ଡ ରାସ୍ତା ଖାଲକମାରେ ପରିପୂର୍ଣ୍ଣ, ରାସ୍ତା ତିଆରି ହେବାର ଚାରି ମାସ ଗଲାନି ଏବଂ କଲେଜ ବାଇପାସ ରାସ୍ତା ଉପରେ ନଦୀ ବହୁଛି । ରାସ୍ତା ଉପରେ ଧାନ ଗଛ ଲଗାଇ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ଅଭିନଵ ଉପାୟରେ ପ୍ରତିବାଦ କରିଛନ୍ତି। ଏହି ରାସ୍ତା ଉପରେ ପ୍ରତ୍ୟେକ ଦିନ ଛୋଟମୋଟ ଦୁର୍ଘଟଣା ଘଟି ଚାଲିଛି । ଆପ୍ ଜିଲ୍ଲା ସଭାପତି ପଙ୍କଜ ନାୟକ ନିଜ ବକ୍ତବ୍ୟରେ କହିଛନ୍ତି ଯେ, ସ୍ଥାନୀୟ ମନ୍ତ୍ରୀ, ବିଧାୟକ, ସାଂସଦ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ମୁଖ୍ୟ ଯନ୍ତ୍ରୀ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ରୋଜାନା ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି। ପୌର ନିର୍ବାହୀ ଯନ୍ତ୍ରୀ, ପୌରାଧ୍ୟାକ୍ଷା, ପୌର ଉପାଧ୍ୟକ୍ଷ ସମସ୍ତେ ଏହି ରାସ୍ତାରେ ଯାତାୟାତ କରୁଛନ୍ତି। ଲକ୍ଷ ଲକ୍ଷ ଟଙ୍କା ମାସିକ ବେତନ ନେଉଛନ୍ତି। କିନ୍ତୁ ସେମାନଙ୍କର ମାନବିକତା ନାହିଁ ଯେ ଏହି ରାସ୍ତା ଉପରେ ମାଟି କିମ୍ୱା କଂକ୍ରିଟ ଦୁଇ ଗଣ୍ଡୁଆ ପକାଇ ଦେବାପାଇଁ। ରୋଜାନା ଦୁର୍ଘଟଣା ଘଟୁଛି, ବିଭିନ୍ନ ଗଣମାଧ୍ୟମ ଠାରୁ ନେଇ ସାମାଜିକ ଗଣମାଧ୍ୟମ ପର୍ଯ୍ୟନ୍ତ ପ୍ରଚାର ପ୍ରସାର ହେଉଛି। ମାତ୍ର ପୌର ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ପ୍ରଶାସନ ସବୁ ଦେଖି କୁମ୍ଭକର୍ଣ୍ଣ ନିଦ୍ରାରେ । କାରଣ ଏମାନେ ସବୁ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନେଉଛନ୍ତି, ପିସି ନେଉଛନ୍ତି, ଚାନ୍ଦା ନେଉଛନ୍ତି। ଜିଲ୍ଲା ଉପସଭାପତି ପ୍ରସନ୍ନ ବରାଳ କହିଛନ୍ତି, ପ୍ରତ୍ୟେକ ଜାଗାରେ କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ଘାଟ ଏତେ ନିମ୍ନ ମାନର ତିଆରି ହେଉଛି ଯେ, ମାତ୍ର କେଇଟା ଦିନରେ ଭାଙ୍ଗି ବୋହିଯାଉଛି। ସେହିପରି କଲେଜ ବାଇପାସ ରାସ୍ତା ଉପରେ ବର୍ଷା ଚାରି ମାସ ନଦୀ ପରି ପାଣି ବହିଚାଲିଛି। ନଗର ଉପସଭାପତି ବିଜୟ କୁମାର ଦାସ କହିଛନ୍ତି, ଏନଏଚ ରାସ୍ତା ହେଲା, ପୂର୍ତ୍ତ ବିଭାଗ ରାସ୍ତା ହେଲା। ହେଲେ କେହି ଡ୍ରେନ କରୁନାହାନ୍ତି। ଫଳରେ ବର୍ଷା ଚାରିମାସ ନଗର ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ପର୍ବପର୍ବାଣୀରେ ସ୍ଥାନୀୟ ଲୋକମାନେ ମଠ ମନ୍ଦିର ଗଲାବେଳେ ସେହି ଡ୍ରେନ ପାଣି ଉପରେ ଯାତାୟାତ କରୁଛନ୍ତି। ପିଚୁ ରାସ୍ତା କେବଳ କାଗଜରେ ହୋଇଯାଉଛି। ଲକ୍ଷ ଲକ୍ଷ ଟଙ୍କା ଆମ ଟିକସରୁ ବିଲ୍ କରି ଖାଇଯାଉଛନ୍ତି। ଏପରି ଦୁର୍ନୀତି ଭ୍ରଷ୍ଟାଚାରକୁ ଆମ୍ ଆଦମୀ ପାର୍ଟି ଦୃଢ଼ତାର ସହିତ ବିରୋଧ କରୁଛି। ଆଜି ରାସ୍ତା ଉପରେ ଧାନ ଗଛ ଲଗାଇ ଦଳର କର୍ମୀମାନେ ପ୍ରତିବାଦ କରିଥିଲେ। ତୁରନ୍ତ ଏହି ରାସ୍ତା ମରାମତି ଏବଂ ଡ୍ରେନ ତିଆରି ନହେଲେ ଦଳ ପକ୍ଷରୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ବରିଷ୍ଠ ସଦସ୍ୟ ଯୁଧିଷ୍ଠିର ଦାସ, ଦେବାଶିଷ ନାଏକ ଓ ବାସୁଦେବ ଦେହୁରୀ ପ୍ରମୁଖ ପ୍ରଶାସନକୁ ଚେତାବନୀ ଦେଇଛନ୍ତି।

ଜୋଇଁ କୁ ହାଣିଲା ଶଶୁର

କାମାକ୍ଷାନଗର-  କାମାକ୍ଷାନଗର ଥାନା ଜନ୍ତାରିବୋଲ ଗ୍ରାମ ରେ ଅଭାବନୀୟ ଘଟଣା l ଶଶୁର ଘର କୁ ଆସିଥିବା ବେଳେ ଜୋଇଁ କୁ ହାଣିଦେଲେ ଶଶୁର l ଗୁରୁତର ଅବସ୍ଥା ରେ ପ୍ରଥମେ କାମାକ୍ଷାନଗର ମେଡିକାଲ ଓ ପରେ କଟକ ସ୍ଥାନାନ୍ତର ହୋଇଛନ୍ତି ଜୋଇଁ l ଗୁରୁତର ଜୋଇଁ ଜଣକ ପାଳଲହଡା ଅଞ୍ଚଳ ର ଅଜୁ ବାନରା ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ଅଜୁ ଗତକାଲି ନିଜ ଶଶୁର ଘର ଜନ୍ତାରିବୋଲ ଆସିଥିଲେ l ଆଜି କୌଣସି କାରଣ କୁ ନେଇ ଅଜୁ ଓ ତାଙ୍କ ଶଶୁର ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ଫଳରେ ଉତ୍ୟକ୍ତ ହୋଇ ଶଶୁର ଜଣକ ଏକ ମାଂସକଟା ଧାରୁଆଅସ୍ତ୍ର ରେ ଅଜୁ ଙ୍କ ବେକ କୁ ହାଣି ପକାଇଥିଲେ l ଅଜୁ ଙ୍କ ବେକ ର ପ୍ରାୟ ଅର୍ଦ୍ଧାଧିକ ଅଂଶ ଝୁଲିପଡି ମାଂସ ସବୁ ଛିଡିଯାଇଥିବା ବେଳେ ଗୁରୁତର ଅବସ୍ଥା ରେ ତାଙ୍କୁ କାମାକ୍ଷାନଗର ମେଡିକାଲ ରେ ଭର୍ତି କରାଯାଇଥିଲା l ସେଠାରେ ଅଜୁ ଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି l ଅଜୁ ଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ଥିବାବେଳେ ଆକ୍ରମଣ ର କାରଣ ଅସ୍ପଷ୍ଟ ରହିଛି l

ବିଜେଡି ଅନୁସୂଚିତ ଜାତି ଓ ଜନଜାତି ଅଧ୍ୟକ୍ଷ ମହେଶ ସାହୁ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା 

ଉପଖଣ୍ଡ ର ଦଳିତ, ନିଷ୍ପେସିତ ଓ ଅବହେଳିତ ଲୋକଙ୍କ ଉନ୍ନତି ମୂଳ ଲକ୍ଷ୍ୟ: ମହେଶ ସାହୁ

କାମାକ୍ଷାନଗର- କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସାରଙ୍ଗଧର ସ୍ୱଷ୍ଟାଡିୟମ ର ଅଡିଟୋରିୟମରେ ରାଜ୍ୟ ବିଜୁ ଜନତା ଦଳର ନବନିଯୁକ୍ତ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଭାପତି ତଥା ଢେଙ୍କାନାଳର ପୂର୍ବତନ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବିଜୁ ଯୁବ ଜନତା ଦଳର ଜିଲା ସଭାପତି ତଥା ଏନଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା ସଭାପତିତ୍ୱ କରି ବିଜେଡି ର ସାଙ୍ଗଠନିକ ଶକ୍ତି ବୃଦ୍ଧି ଲକ୍ଷ୍ୟରେ ପୂର୍ବତନ ସାଂସଦ ମହେଶ ସାହୁଙ୍କ ଭଳି ଜଣେ ପୁରୁଖା, ଅଭିଜ୍ଞ ଓ ବରିଷ୍ଠ ନେତାଙ୍କୁ ଅନୁସୂଚିତ ଜାତି ଓ ଜନଜାତି ଭଳି ଗୁରୁଦାୟିତ୍ୱ ପ୍ରଦାନ କରିଥିବାରୁ ବିଜୁ ଜନତା ଦଳର ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ । ସମ୍ବର୍ଦ୍ଧନା ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁ କହିଥିଲେ ଯେ, ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଦଳୀୟ କର୍ମକର୍ତ୍ତାଙ୍କୁ ସାଥିରେ ନେଇ ଏସ ସି ସେଲ୍ ର ସଂଗଠନକୁ ଅଧିକ ସୁଦୃଢ଼ କରାଯିବ । ଦଳିତ,ନିଷ୍ପେସିତ ଓ ଅବହେଳିତ ଲୋକଙ୍କ ଉନ୍ନତି ସହିତ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ମୂଳଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ। ନୂତନ ଦାୟିତ୍ୱରେ ଥିବା ସମସ୍ତ ପଦବୀଧାରି ମାନେ ନିଷ୍ଠା,ସମର୍ପଣ ଓ ଦୃଢ଼ତାର ସହ ସଶକ୍ତ ଓ ସଂଗଠିତ କରି ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ। ଏଥିରେ ବ୍ଲକ ଓ ଏନଏସି ର ଦଳୀୟ କର୍ମକର୍ତ୍ତା ଙ୍କ ସହିତ ଶତାଧିକ କର୍ମୀ ଉପସ୍ଥିତ ଥିଲେ l

ସାଧାରଣରେ ପ୍ରଶ୍ନ ? ଭାପୁର ଛଦେଶ ଅଞ୍ଚଳରେ ବଢ଼ି ଚାଲିଛନ୍ତି ମଦ ମାଫିଆ: 

କାହିଁକି ଚୁପ୍ ବସିଛି ଭାପୁର ଫାଣ୍ଡି ପୋଲିସ ଓ ଢ଼େଙ୍କାନାଳ ଜିଲ୍ଲା ଅବକାରୀ ବିଭାଗ

ଢ଼େଙ୍କାନାଳଭାପୁର,କକୁଡ଼ିଭାଗ,ଘଟିପିରି,ଚନ୍ଦ୍ରଶେଖରପ୍ରସାଦ,ବାଲ୍ୟାମ୍ବା, ଶଙ୍କରପୁର,ଧୀରପାଟଣା,କଳାଙ୍ଗ,ପଞ୍ଚାୟତର ବିଭିନ୍ନ କିଛି ଗ୍ରାମମାନଙ୍କରେ ଦିନକୁ ଦିନ ବେଆଇନ ମଦ କାରବାର ବଢ଼ି ଥିବା ବେଳେ ଏହାକୁ ନେଇ ବିଶେଷ କରି ଯୁବ ଗୋଷ୍ଠୀ ମାତାଲ୍ ସାଜି ବିଭିନ୍ନ ସ୍ଥାନରେ ଆଶର ଜମାଉ ଥିବାରୁ ସର୍ବ ସାଧାରଣଙ୍କ କ୍ଷେତ୍ରରେ ଏହାର କୁପ୍ରଭାବ ପଡୁ ଥିବାର ଅଭିଯୋଗ ହେଉଛି। ଏନେଇ ପଞ୍ଚାୟତ ଭାପୁର ଛଦେଶ ଅଞ୍ଚଳର ଜନସାଧାରଣ ବିଭିନ୍ନ ଗ୍ରାମବାସୀ ସମ୍ପୂର୍ଣ ମଦ ମୁକ୍ତ କରିବା ପାଇଁ ପୂର୍ବରୁ ବହୁ ଥର ଏକାଠି ହୋଇଛନ୍ତି ହେଲେ ଫଳ ଶୂନ। କାରଣ ଭାପୁର ଫାଣ୍ଡି ଓ ଢ଼େଙ୍କାନାଳ ଅବକାରୀ ବିଭାଗ ଭାପୁର ଅଞ୍ଚଳର ମଦ ମାଫିଆମାନଙ୍କ ସଲା ସୁତୁରାରେ ମାସିକିଆ ମୋଟା ଅଙ୍କର ଟଙ୍କା ଖାଇ ଏହି ମଦ ମାଫିଆମାନଙ୍କୁ ମଦ ବିକ୍ରି କରିବା ପାଇଁ ଅନୁମତି ଦେଉଛନ୍ତି। ଭାପୁର ଛଦେଶ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ପୂର୍ବରୁ ଏକ ମିଳିତ ହୋଇ ଗ୍ରାମବାସୀ ସଚେତନ ନାଗରିକ,ଶିକ୍ଷିତ ଯୁବକ ନିଶା ନିବାରଣ ପାଇଁ ପଞ୍ଚାୟତ ସରପଞ୍ଚଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଫେରାଦ ହୋଇ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କିଛି ଫଳପଦ ହୋଇ ପାରିଲା ନାହିଁ ବରଂ ବ୍ୟାପକ ଭାବେ ଚୋରା ଦେଶୀ,ବିଦେଶୀମଦ,ଗଞ୍ଜେଇ ଅଞ୍ଚଳରେ ବଢ଼ି ଚାଲିଛି। ଗ୍ରାମବାସୀଙ୍କ ସୂଚନା ମୁତାବକ ଗ୍ରାମ ମାନଙ୍କର ରାସ୍ତା ପାର୍ଶ୍ଵରେ ସର୍ବସାଧାରଣ ସ୍ଥାନରେ ଦେଶୀ ଓ ବିଦେଶୀ ମଦ କାରବାର ବହୁଳ ଭାବରେ ଚାଲୁ ରହିଛି। ସେହିପରି ଭାପୁର ଲାଇସେନ୍ସ ପ୍ରାପ୍ତ ଦେଶୀ ମଦ ଦୋକାନ ଏବଂ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରୁ ବିଦେଶୀ ମଦ,ଦେଶୀ ମଦ ପାଉଚ୍,ଲିକର ଗାଁ ଗାଁରେ ଛକ ଛକରେ ବେଆଇନ ଭାବରେ ବହୁଳ ମାତ୍ରାରେ ସପ୍ଲାଇ ହେଉଛି ଏବଂ ମଦ୍ୟପଙ୍କ ପ୍ରାଦୃଭାବ ବଢ଼ି ଚାଲିଛି। ଫଳରେ ସ୍କୁଲ ଓ କଲେଜକୁ ଯାଉଥୁବା ଛାତ୍ର ଛାତ୍ରୀ,ଗାଁରେ ରହୁଥବା ମହିଳା,ପାଠ ପଢି ସାରି ଘରେ ରହିଥିବା ଯୁବତୀମାନଙ୍କ ଉପରେ ଏହାର କୁପ୍ରଭାବ ପଢୁଛି। ସମୟେ ସମୟେ ଗାଁ ଦାଣ୍ଡରେ ନିଶା ସେବନ କରି ଯୁବ ଗୋଷ୍ଠୀ ଅସଭ୍ୟ ଭାଷା ପ୍ରୟୋଗ କରୁଥିବାର ଗୁରୁତ୍ତର ଅଭିଯୋଗ ହେଉଛି। ଲୋକ ଦେଖାଣୀଆ ଭାବେ ସ୍ଥାନୀୟ ଅବକାରୀ ବିଭାଗ ଚଢ଼ାଉ କରି ଆସାମୀଙ୍କୁ ଖସାଇବା ପାଈଁ ମାମଲା ରୁଜୁ କରି ଜବତ ମଦ ମଦର ପରିମାଣକୁ କମାଇ ଦିଆ ଯାଉ ଥୁବାରୁ ସହଜରେ ଆସାମୀ ମୁକୁଳି ଯାଉଥିବାର ଅଭିଯୋଗ ହେଉଛି। ଭାପୁର,କାକୁଡିଭାଗ,ଘଟିପିରି ପଞ୍ଚାୟତ ସମେତ ଆଖପାଖ ଛଦେଶ ଅଞ୍ଚଳର ଆଦି ବିଭିନ୍ନ ପଞ୍ଚାୟତ ମାନଙ୍କରେ ବହୁଳ ଭାବେ ବେଆଇନ ମଦ କାରବାର ବଢ଼ି ଚାଲି ଥିବା ବେଳେ ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ ସେତେଟା ଆଖି ଦୃଶିଆ ହୋଇ ପାରୁ ନଥୁବାରୁ ଅଞ୍ଚଳର ବୟସ୍କ,ସଚେତନ ନାଗରିକଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ଢ଼େଙ୍କାନାଳ ଅବକାରୀ ବିଭାଗର ଓ ଭାପୁର ପୋଲିସ୍ ମଧୁ ଚନ୍ଦ୍ରିକା ସମ୍ପର୍କ ପାଇଁ ଜାଣି ଶୁଣି ପ୍ରଶ୍ରୟ ଦେଉଚି ଅବକାରୀ ବିଭାଗ ନାଁ କରୁଚି ଚଢ଼ାଉ ଏହା ଏକ ଭିତିରି ବୁଝା ମଣାରେ ଚାଲିଚି ବୋଲି ସାଧାର ଲେକଙ୍କ ମଧ୍ୟରେ ଆଲୋଚନା ହେଉଛି ଏବଂ ସାଧାରଣରେ ଉଠିଛି ପ୍ରଶ୍ନ ।

କାମାକ୍ଷାନଗର ସହରରେ ଖାଦ୍ୟ ବିଭାଗର ଚଢ଼ାଉ ଧର୍ମକୁ ଆଖିଠାର 

କାମାକ୍ଷାନଗର – କାମାକ୍ଷାନଗର ସହରରେ ଢେଙ୍କାନାଳ ଜିଲା ଖାଦ୍ୟ ତାନଖି ବିଭାଗ ଓ କାମାକ୍ଷାନଗର ଉପଖଣ୍ଡ ଯୋଗାଣ ବିଭାଗ ଅଧିକାରୀ ମିଳିତ ଭାବେ ସହରର ବିଭିର୍ନ୍ନ ଖାଦ୍ୟ ବିକ୍ରୟ ଦୋକାନ ଗୁଡିକରେ ଯାଞ୍ଚ କରିଛନ୍ତି l ସହରରେ ଥିବା ବିଭିର୍ନ୍ନ ଜଳଖିଆ ଦୋକାନ, ଫାଷ୍ଟ ଫୁଡ ଦୋକାନ, ଉଠା ଦୋକାନ ଗୁଡିକରେ ନିମ୍ନ ମାନର ଖାଦ୍ୟ ବିକ୍ରୟ ହେଉଥିବାର ବାରମ୍ବାର ଅଭିଯୋଗ ହୋଇ ଆସୁଛି l ଏବେ କିଛିଦିନ ତଳେ ନିମ୍ନ ମାନର ପନିର ଧରା ପଡିଥିବାକୁ ନେଇ ଜିଲ୍ଲାର ବିଭିର୍ନ୍ନ ଅଞ୍ଚଳରେ ଭାଢ଼ାଉ କରାଯାଉଛି l ହେଲେ ସଠିକ ଢଙ୍ଗରେ ଚଢ଼ାଉ ହେଉ ନଥିବା ଏବଂ ଆଖି ଦୃଶିଆ କେତେକ ଦୋକାନ ରେ ଘଣ୍ଟା ଘଣ୍ଟା ଧରି ଚଢ଼ାଉ ଜାରୀ ରହିଥିବାର ଦେଖା ଯାଇଥିଲା l କିନ୍ତୁ ଜଳଖିଆ ପ୍ରସ୍ତୁତ ହେଉଥିବା ସ୍ଥାନ, ଗୁପ ଚୁପ ପ୍ରସ୍ତୁତ ହେଉଥିବା ସ୍ଥାନ ଗୁଡିକ ଯାଞ୍ଚ ର ବ୍ୟବସ୍ଥା ହୋଇନାହିଁ l ଧର୍ମକୁ ଆଖିଠାର ଭଳି କେତେକ ଦୋକାନ ରେ ଚଢ଼ାଉ କରି ଥିବାର ଅଭିଯୋଗ ହେଇଚି l ବହୁତ ଜଳଖିଆ ଦୋକାନ ରେ ବାସୀ ଜିନିଷ ରଖି ବିକ୍ରୟ କରୁଥିବା ବେଳେ କେତେକ ଚାର୍ଟ, ଗୁପଚୁପ, ଫାଷ୍ଟ ଫୁଡ ଉଠା ଦୋକାନୀ ପୂର୍ବ ଦିନର ବଳକା ସାମଗ୍ରୀକୁ ବିକ୍ରୟ କରି ନିଜର ବ୍ୟବସାୟ କରୁଥିବା ବେଳେ ସେଥିପ୍ରତି କେବେ କାହାର ନଜର ପଡ଼େନାହିଁ l ଏବେ ବିଭାଗୀୟ ସ୍ତରରେ ଚଢ଼ାଉ କରାଯାଇଥିବା ବେଳେ ଚଢ଼ାଉ କରାଯାଇଥିବା ଦୋକାନ ଉପରେ କୌଣସି ଜୋରିମନା, ନୋଟିସ କିମ୍ବା ମାମଲା କରାଯାଇଛି କି ନାହିଁ ତାହା ଏବେ ସାଧାରଣରେ ଆଲୋଚନର ବିଷୟ ହୋଇଛି l ବାହାରୁ ବହୁ ଅସାଧୁ ବ୍ୟବସାୟୀ ଆସି ଏଠାରେ ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଉଥିବାର ବାରମ୍ବାର ଅଭିଯୋଗ ହୋଇ ଆସୁଛି l ବିଭାଗୀୟ ସ୍ତରରେ ତନଖି କରାଯାଉଥିବା ବେଳେ ତାନଖି ର ଆବଶ୍ୟକୀୟ ପଦକ୍ଷେପ ନେବା ଭୁଲିଯାଆନ୍ତି l ଫଳରେ ତନଖି ର ପରେ ପରେ ଯଥାପୁର୍ବଂ ତାଠାପରଂ ନୀତିରେ ଚାଲିଛି ବ୍ୟବସାୟ l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଜନ୍ମ ଦିବସ ଉପଲକ୍ଷେ ଆଶିଷ

Sunil Chandra Nayak

ଆତଙ୍କବାଦ ବିରୋଧୀ ଦିବସ ପାଳିତ

ରବି ଫସଲ ପାଇଁ ଜଳ ଯୋଗାଣ ନିମନ୍ତେ ‘ କୃଷକ ଉତ୍ପାଦକ ସଂଗଠନ’ , ରାଇରଙ୍ଗପୁର ପକ୍ଷରୁ ଜଳ ସଂପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଲିଖିତ ଦାବିପତ୍ର 

masiha

Leave a Comment

error: Content is protected !!