ଦୁଃସାହସିକ ମୋଟର ସାଇକେଲ ଯାତ୍ରା ପାଇଁ ଅଜୟ ଗୁରୁ ଙ୍କୁ ସମ୍ବର୍ଦ୍ଧନା
କାମାକ୍ଷାନଗର – ଢେ଼ଙ୍କାନାଳ ଜିଲ୍ଲା ଭୁବନ ର ଉଦୀୟ ମାନ ଯୁବକ ଅଜୟ ଗୁରୁ ଦୁଃସାହସିକ ମୋଟର ସାଇକେଲ ଯାତ୍ରା କରି ଲଦାଖ ରୁ ଫେରିଛନ୍ତି । ଏହି ଅବସରରେ ଭୁବନ କାପୁଡିଆ ସମାଜ ( ୟୁଥ ଅର୍ଗାନାଇଜେସନ୍) ତରଫରୁ ତାଙ୍କୁ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ ଉମେଶ ଚନ୍ଦ୍ର ଦାସ , ଲକ୍ଷ୍ମଣ କୁମାର ଦାସ,ଦିଲ୍ଲୀପ କୁମାର ଦାସ,ଅମ୍ବୁଜ କୁମାର ସାହୁ,ନିରଞ୍ଜନ ଗୁରୁ,ନରେନ୍ଦ୍ର କୁମାର ବେହେରା,ସନ୍ତୋଷ ରାଉଳ,ଦେବାନନ୍ଦ ସାହୁ,ନାରାୟଣ ନାୟକ,ରାକେଶ କୁମାର ପୃଷ୍ଟି, ଲିଙ୍ଗରାଜ ସାହୁ,ପିଣ୍ଟୁ ଦାସ, ମିଥୁନ ପାତ୍ର ,ରାମଚନ୍ଦ୍ର ନାୟକ, ଟିଟୁ ଦାସ,ଜଗନ୍ନାଥ ଗୁରୁ,ରାଜେନ୍ଦ୍ର ଗୁରୁ,ସୁଶାନ୍ତ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ। ଅଜୟ ଗୁରୁ ଙ୍କ ଏହି ଯାତ୍ରା ଭୁବନ ପାଇଁ ଗର୍ବ ଓ ଯୁବ ସମାଜ ପାଇଁ ଏକ ପ୍ରେରଣା ବୋଲି କୁହାଯାଇଥିଲା ।
ବାଲିମି ଛକରେ ମିଲେଟ୍ ଟିଫିନ୍ ସେଣ୍ଟର ଉଦ୍ଘାଟିତ
ଢେଙ୍କାନାଳ- ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବାଲିମି ଛକଠାରେ ଏକ ମିଲେଟ୍ ଟିଫିନ୍ ସେଣ୍ଟର ଉଦ୍ଘାଟିତ ହୋଇଛି। ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି।ଏହି ମିଲେଟ୍ ଟିଫିନ୍ ସେଣ୍ଟରଟି ଶକ୍ତି ମା’ ଅମ୍ବିକା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଥିବା ବେଳେ ଏହାର ପରିଚାଳନା ଓ କାର୍ଯ୍ୟକାରିତାରେ ଫାର ଏନଜିଓ ପକ୍ଷରୁ ସହଯୋଗ ଯୋଗାଇ ଦିଆଯାଉଛି। ଏହି କେନ୍ଦ୍ର ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ସ୍ୱାସ୍ଥ୍ୟକର ଓ ପୁଷ୍ଟିକର ମିଲେଟ୍ ଭିତ୍ତିକ ଖାଦ୍ୟ ଉପଲବ୍ଧ କରାଯିବା ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ଜୀବିକା ସୁଦୃଢ଼ କରିବା ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ହେମନ୍ତ କୁମାର ପଢ଼ିହାରୀ, ହିନ୍ଦୋଳ ବ୍ଲକର ବିଡିଓ ଶ୍ରୀ କଲ୍ୟାଣ ସୌରଭ ଦାଶ, ହିନ୍ଦୋଳ ବିଧାୟିକାଙ୍କ ପ୍ରତିନିଧି ଶ୍ରୀ କେଶବ ଚନ୍ଦ୍ର ସାମଲ, କରନ୍ଦା ସରପଞ୍ଚ ଦୁଷ୍ମନ୍ତ ନାୟକ, ରଞ୍ଜାଗୋଳ ସରପଞ୍ଚ ରମେଶ ଚନ୍ଦ୍ର ବିଶ୍ୱାଳ, ଶ୍ରୀ ଅନ୍ନ ଅଭିଯାନର ସ୍କିମ୍ ଅଫିସର ପଦାରବିନ୍ଦ ସାହୁ, ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବହୁ ସଂଖ୍ୟକ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ମିଲେଟ୍ର ଉପକାରିତା, ପୁଷ୍ଟିଗୁଣ ଓ ଦୈନନ୍ଦିନ ଖାଦ୍ୟରେ ଏହାର ବ୍ୟବହାରକୁ ଅଧିକ ଲୋକପ୍ରିୟ କରିବା ସହ ମିଲେଟ୍ ଭିତ୍ତିକ ଖାଦ୍ୟର ପ୍ରସାର ଦିଗରେ ଏହି ପଦକ୍ଷେପ ସହାୟକ ହେବ। ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ଆଗାମୀ ଦିନରେ ଆହୁରି ୪ଟି ମିଲେଟ୍ ଟିଫିନ୍ ସେଣ୍ଟର ଉଦ୍ଘାଟନ କରାଯିବାର ଯୋଜନା ରହିଛି। ଏହା ମାଧ୍ୟମରେ ମିଲେଟ୍ ଭିତ୍ତିକ ପୁଷ୍ଟିକର ଖାଦ୍ୟର ପ୍ରଚାର ସହ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣକୁ ମଧ୍ୟ ଅଧିକ ଗତି ମିଳିବ।
ବିଶ୍ଵ ମସ୍ତିଷ୍କ ପକ୍ଷାଘାତ ଦିବସ ପାଳିତ
ଢେଙ୍କାନାଳ – ଢ଼େଙ୍କାନାଳ ଜିଲ୍ଲା ଲାଉଲଇ ସ୍ଥିତ “ପ୍ରିୟ” ଫିସିଓଥେରାପି ସେଣ୍ଟର ଠାରେ ବିଶ୍ଵ ମସ୍ତିଷ୍କ ପକ୍ଷାଘାତ ଦିବସ ପାଳିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ “ପ୍ରିୟ” ର ନିର୍ଦେଶକ ଟଙ୍କଧର ବାରିକ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ଆରମ୍ଭ କରିଥିଲେ। ଫିସିଓଥେରାପିଷ୍ଟ ନିବେଦିତା ନାୟକ, ସାହିଲ ଆଫ୍ରିଡ, ସତ୍ୟପ୍ରକାଶ ନାୟକ ଯୋଗଦେଇଥିଲେ। ଦିବ୍ୟାଙ୍ଗ ଶିଶୁ ମାନଙ୍କୁ ଥେରାପି ଅଭ୍ୟାସ ବଜାୟ ରଖିବାକୁ ନିବେଦିତା ନାୟକ ଅଭିଭାବକ ମାନଙ୍କୁ ବୁଝାଇ କହିଥିଲେ। ଶିଶୁ ମାନଙ୍କର ସଠିକ୍ ଯତ୍ନ ନେବା , ପରିଷ୍କାର ପରିଚ୍ଛନ୍ନ ରହିବା ପାଇଁ ଫିସିଓଥେରାପିଷ୍ଟ ସାହିଲ୍ ଆଫ୍ରିଦ୍ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ। ପିଲାମାନଙ୍କୁ ଆମେ ଅଣଦେଖା ନ କରି ସେମାନଙ୍କୁ ସବୁ କ୍ଷେତ୍ର ରେ ସ୍ୱାବଲମ୍ବୀ କରିବା,ସମ୍ମାନ ଦେବା ଓ ସମାନ ଅଧିକାର ମିଳିବା ପାଇଁ ସତ୍ୟପ୍ରକାଶ ନାୟକ ବୁଝାଇ କହିଥିଲେ। ଉକ୍ତ କାର୍ଯକ୍ରମ ଟିକୁ “ପ୍ରିୟ” ର ସମସ୍ତ କର୍ମକର୍ତ୍ତା ତଥା, ଅନ୍ନପୂର୍ଣ୍ଣା ଧଳ, ସୋନାଲି ଧଳ, କୁସୁମିତା ବାଗ ,ବର୍ଷାରାଣୀ ପ୍ରଧାନ, ଆଶାରାଣୀ ସାହୁ,ସାବିତ୍ରୀ ସାହୁ,ଲକ୍ଷ୍ମୀପ୍ରିୟା ଗାଗରାଇ, ରବୀନ୍ଦ୍ର କୁମାର ସାମଲ,ବୈକୁଣ୍ଠ ନାଥ ପାତ୍ର, ପ୍ରକାଶ ସାମଲ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ।
ବରିଷ୍ଠ ନାଗରିକ ଦିବସ ପାଳିତ
ଢେଙ୍କାନାଳ- ଢେଙ୍କାନାଳ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ତରଫରୁ ଐରା ଅନୁଷ୍ଠାନ ଦ୍ୱାରା ପରିଚାଳିତ ସାବିତ୍ରୀ ଦେବି ବରିଷ୍ଠ ନାଗରିକ ଗୃହଜିରିଡାମାଳୀ କାମାକ୍ଷନଗର ପରିସରରେ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଛି।
ଏହି ଅବସରରେ କାମାକ୍ଷାନଗର ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ପ୍ରଥମେ ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଯଥା – ଡାଇବେଟିସ୍, ବ୍ଲଡ୍ ପ୍ରେସର ପରୀକ୍ଷା କରାଯାଇ ପ୍ରତ୍ୟେକ ବରିଷ୍ଠ ନାଗରିକଙ୍କୁ ମାଗଣା ଔଷଧ ପ୍ରଦାନ କରାଯାଇଥିଲା। ଏହାପରେ ମଧ୍ୟାହ୍ନ ଭୋଜନ ସହ ବେଡସିଟ୍ ଓ ସାବୁନ ବଣ୍ଟନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସପନ କୁମାର ମହାନ୍ତି, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଭାରତୀ ପଣ୍ଡା, ଜିଲ୍ଲା କାର୍ଯପରିଚାଳକ ସସ୍ମିତା ସାହୁ, ରୋଗ ସଂଯୋକ ପ୍ରଜ୍ଞା ମହାନ୍ତି ସଂଗ୍ରାମ ଷଢ଼ଙ୍ଗୀ , କୋ-ଅର୍ଡିନେଟର, ମେଡିକାଲ ଅଫିସର, ସମାଜସେବୀ ପ୍ରଦ୍ୟୁମ୍ନ କୁମାର ପଣ୍ଡା, ଜ୍ଞାନରଞ୍ଜନ ବାରିକ, ପ୍ରସନ୍ନ ପଣ୍ଡା, ଉର୍ବଶୀ ନାୟକ, ଅଶୋକ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ।
ସପନ କୁମାର ମହାନ୍ତି ମହୋଦୟ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବାର୍ତ୍ତା ଏବଂ ସରକାରଙ୍କ ତରଫରୁ ମିଳୁଥିବା ଯୋଜନା, ଭତ୍ତା, ଆୟୁଷ୍ମାନ କାର୍ଡ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
ସମାଜସେବୀ ପ୍ରଦ୍ୟୁମ୍ନ ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରସନ୍ନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ଭୁବନ ବିଜେଡି ତରଫରୁ ସହିଦ ବାଜି ରାଉତଙ୍କ ୧୦୧ତମ ଜୟନ୍ତୀ ପାଳନ
କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା ଭୁବନ ନୀଳକଣ୍ଠପୁର ଠାରେ ଭାରତର ସର୍ବକନିଷ୍ଠ ଶହୀଦ ବାଜିରାଉତଙ୍କ ୧୦୧ ତମ ଜୟନ୍ତୀ ବିଜେଡି ତରଫରୁ ପାଳିତ ହୋଇଯାଇଛି। ନଗରପାଳ ଶୁଭେନ୍ଦୁ କୁମାର ସାହୁ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ବ୍ଲକ୍ ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ,ସୁବାସ ମାଝୀ,କାଉନସିଲର ପପୁ କୁମାର ସାହୁ ,ଯୁବ ନେତା ସୁଶାନ୍ତ କୁମାର ପୃଷ୍ଟି ,ରାକେଶ କୁମାର ପୃଷ୍ଟି,ବିନୋଦ କୁମାର ବେହେରା,କୈଳାଶ ଚନ୍ଦ୍ର ସାହୁ ପ୍ରମୁଖ ବହୁ ବ୍ୟକ୍ତି ଯୋଗ ଦେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଜୀବନୀ ଉପରେ ଆଲୋକପାତ କରିଥିଲେ ।
ଜାତୀୟ କଂଗ୍ରେସ ଦଳ ପକ୍ଷରୁ ୪ ଦଫା ଦାବି ନେଇ ବିରାଟ ପ୍ରତିବାଦ ଶୋଭାଯାତ୍ରା
ଢେଙ୍କାନାଳ – ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଆଜି ୪ ଦଫା ସମ୍ବଳିତ ଦାବି ନେଇ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରା ଗଁଦିଆ ବ୍ଲକରେ ଅନୁଷ୍ଠିତ ହୋଇଯାଇଛି ଉକ୍ତ ଦଳର ବ୍ଲକ ସଭାପତି ଡ଼ଃ ବନମାଳୀ ଦାସ ଙ୍କ ନେତୃତ୍ୱରେ ଏକ ପ୍ରତିବାଦ ଶୋଭାଯାତ୍ରା ଗଁଦିଆ ବ୍ଲକ ଛକ ଠାରୁ ବାହାରି ଶ୍ରୀରାମଚନ୍ଦ୍ରପୁର ଛକ ପର୍ଯ୍ୟନ୍ତ ଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ଉପ ସଭାପତି କୃଷ୍ଣ ଚନ୍ଦ୍ର ସାଗରିଆ,ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ଶ୍ଲୀପି ଶ୍ରୀ ହରିଚନ୍ଦନ, ଢେଙ୍କାନାଳ ଜିଲ୍ଲା ପ୍ରଭାରୀ ଅଭିଳାଷ ମାଣିଆ ଜିଲ୍ଲା ସଭାପତି ଛବିରାଜ ବିଶ୍ୱାଳ, ଜିଲ୍ଲା କମିଟି ର ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ସାମିଲୀ ହୋଇଥିଲେ l ଉକ୍ତ ଦାବି ଗୁଡିକ ମଧ୍ୟରେ ତୁରନ୍ତ MMDR ଆକ୍ଟ କୁ ପ୍ରତ୍ୟାହାର କର ରାଜ୍ୟ ଖଣିଜ ସମ୍ପଦ ଲୁଟ କୁ ବନ୍ଦ କର ବାକୁଥିବା ଖଣିଜ ସମ୍ପଦ ଅର୍ଥ କୁ ତୁରନ୍ତ ଫେରାଅ, ଗଣତନ୍ତ୍ର କୁ ସ୍ପଟ ଦିବାଲୋକରେ ହତ୍ୟା କରୁଥିବା ହତ୍ୟାକାରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନସେ କୁମାର ଗୁପ୍ତା ତୁରନ୍ତ ଇସ୍ତଫା ଦିଅ, ପାଠ ପୁସ୍ତକରେ ସାଙ୍ଘାତିକ ତ୍ରୁଟି ପାଇଁ ରାଜ୍ୟ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତୁରନ୍ତ ଇସ୍ତଫା ଦିଅ, ସମଗ୍ର ଦେଶରେ କ୍ଷୁଦ୍ର ଓ ନାମମାତ୍ର ଖୁଚୁରା ବ୍ୟବସାୟୀ ମାନଙ୍କ ଉପରେ କେନ୍ଦ୍ର ସରକାରୀ ଲଦି ଥିବା UPI ପେମେଣ୍ଟ କୁ ତୁରନ୍ତ ପ୍ରତ୍ୟାହାର କର ଆଦି ଦାବି କାରି ଦଳୀୟ କର୍ମୀ ମାନେ ହାତରେ ପ୍ଲାକାର୍ଡ ଧରୀ ଅପାରଗ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଜନ ବିରୋଧୀ ସ୍ଲୋଗାନ ଦେଇ ନରେନ୍ଦ୍ର ମୋଦି ଗାଦି ଛାଡ଼ ଧ୍ଵନି ଦେବା ସହିତ ରାହୁଲ ଗାନ୍ଧୀ ଜିନ୍ଦାବାଦ, ଜାତୀୟ କଂଗ୍ରେସ ଜିନ୍ଦାବାଦର ନାରା ଦେଇ କର୍ମୀ ମାନେ ରାଜ ରାସ୍ତାରେ ପ୍ରତିବାଦ ଜଣାଇଥିଲେ ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବରିଷ୍ଠ ଦଳୀୟ ନେତା ଡ଼ମ୍ବୁରୁ ଧର ସେଠି, ଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଆଜିର ଏହି ପ୍ରତିବାଦ ଶୋଭାଯାତ୍ରାରେ ସାମିଲୀ ହୋଇଥିଲେ।
ଶିକ୍ଷକ ବଦଳିକୁ ବିରୋଧ, ଷଢଙ୍ଗୀ ହାଇସ୍କୁଲ ଫାଟକରେ ତାଲା
ଢେଙ୍କାନାଳ – ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଷଢଙ୍ଗୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଛାତ୍ରଛାତ୍ରୀମାନେ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିବାବେଳେ ଘଟଣାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା।
ବିଦ୍ୟାଳୟର ଗଣିତ ଶିକ୍ଷକ ଶ୍ରୀନିବାସ ସାହୁ ଓ ଖେଳ ଶିକ୍ଷକ ମାନସ କୁମାର ସ୍ୱାଇଁଙ୍କୁ ବ୍ଲକ ବାହାରକୁ ଡେପୁଟେସନରେ ପଠାଇବା ପାଇଁ ପ୍ରାୟ ସାତ ଦିନ ପୂର୍ବରୁ ନିର୍ଦ୍ଦେଶ ଆସିଥିଲା। ତେବେ ଏହି ଦୁଇ ଶିକ୍ଷକ ରିଲିଭ ହୋଇନଥିଲେ। ଆଜି ଉଭୟଙ୍କୁ ରିଲିଭ କରାଯିବା ପରେ ଛାତ୍ରଛାତ୍ରୀମାନେ ଏହାର ପ୍ରତିବାଦ କରି ସ୍କୁଲ ଫାଟକରେ ତାଲା ପକାଇ ଧାରଣା ଦେଇଥିବା ଜଣାପଡିଛି।ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ, ଉଭୟ ଶିକ୍ଷକ ଦୀର୍ଘଦିନ ଧରି ବିଦ୍ୟାଳୟରେ ନିଷ୍ଠାର ସହ ପାଠପଢାଇ ଆସୁଥିଲେ। ବିଶେଷକରି ଗଣିତ ଶିକ୍ଷକଙ୍କ ବଦଳି ଦ୍ୱାରା ଛାତ୍ରଛାତ୍ରୀଙ୍କ ପାଠପଢା ପ୍ରଭାବିତ ହେବ ବୋଲି ସେମାନେ କହିଛନ୍ତି। ଦୁଇ ଶିକ୍ଷକଙ୍କ ବଦଳି ବାତିଲ ନହେବା ପର୍ଯ୍ୟନ୍ତ ପାଠପଢା ବନ୍ଦ ରହିବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଥିବା ଜଣାପଡିଛି।ଅନ୍ୟପକ୍ଷରେ, ଧାରଣା ସମୟରେ ଦୀର୍ଘ ସମୟ ଧରି ପ୍ରବଳ ଖରାରେ ଛାତ୍ରଛାତ୍ରୀମାନେ ବସି ରହିଥିଲେ। ଏହି ସମୟରେ ଦୁଇଜଣ ଛାତ୍ରୀ ଅସୁସ୍ଥ ହୋଇ ଅଚେତ ହୋଇପଡିଥିବା ଜଣାପଡିଛି। ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ମେଡିକାଲକୁ ପଠାଯାଇଥିଲା।
ଘଟଣାସ୍ଥଳରେ ଦୀର୍ଘ ସମୟ ଧରି ଶିକ୍ଷା ବିଭାଗର କୌଣସି ଉଚ୍ଚପଦସ୍ଥ ଅଧିକାରୀ କିମ୍ବା ପ୍ରଶାସନିକ ଅଧିକାରୀ ପହଞ୍ଚିନଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢିଥିଲା। ସୂଚନାଯୋଗ୍ୟ, ୧୯୬୪ ମସିହାରେ ପ୍ରତିଷ୍ଠିତ ଏହି ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀରେ ମୋଟ ୨୦୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟରେ ମୋଟ ୯ ଜଣ ଶିକ୍ଷକ ରହିଛନ୍ତି। ସେଥିମଧ୍ୟରୁ ଦୁଇଜଣ ଶିକ୍ଷକଙ୍କୁ ବଦଳି କରାଯିବାକୁ ନେଇ ଛାତ୍ରଛାତ୍ରୀଙ୍କ ଏହି ପ୍ରତିବାଦ ଚର୍ଚ୍ଚାର ବିଷୟ ହୋଇଛି।
ଧାରଣା ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି ରହିବ ଏବଂ ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ତୀବ୍ର ହୋଇପାରେ ବୋଲି କିଛି ଅଭିଭାବକ କହିଛନ୍ତି।
ପୋଖରୀରେ ବୁଡି ଛାତ୍ରର ଅକାଳ ମୃତ୍ୟୁ ; ଅଞ୍ଚଳରେ ଶୋକର ଛାୟା
ଢ଼େଙ୍କାନାଳ – ହିନ୍ଦୋଳ ଉପଖଣ୍ଡରେ ଏକ ଦୁଃଖଦ ଘଟଣା ପୋଖରୀରେ ବୁଡି ଜଣେ ଛାତ୍ରର ମୃତ୍ୟୁ ହୋଇଛି। ହାତୁରା ପଞ୍ଚାୟତ ନୂଆସାହି ଗ୍ରାମର ନିତ୍ୟାନନ୍ଦ ସାମଲ ନିଜ ୧୨ ବର୍ଷୀୟ ପୁଅ ଓଁପ୍ରକାଶ ସାମଲ (ଆକାଶ)କୁ ସାଥିରେ ନେଇ ଗାଧୋଇବାକୁ ଯାଇଥିବା ବେଳେ। ତେବେ ବାପା ନିତ୍ୟାନନ୍ଦ ପୁଅକୁ ପୋଖରୀ ପାହାଚରେ ବସାଇ ମଳତ୍ୟାଗ କରିବାକୁ ଯାଇଥିବା ବେଳେ ଆକାଶ ପାଣି ଭିତରକୁ ଚାଲି ଯାଇଥିଲା ଏବଂ ଗଭୀର ପାଣିରେ ବୁଡି ଯାଇଥିଲା,ନିତ୍ୟାନନ୍ଦ ଆସି ବୁଡି ଯାଉଥିବା ପୁଅକୁ ଉଦ୍ଧାର କରି ତୁରନ୍ତ ଅନୁଗୋଳ ଡାକ୍ତରଖାନା ନେବାରେ ଚିକିତ୍ସାଧୀନ ଅବସ୍ଥାରେ ଓଁ ପ୍ରକାଶ ଓରଫ ଆକାଶଙ୍କ ମୃତ୍ୟୁ ଘଟିଥିଲା। ତେବେ ପୋଲିସ ଖବରପାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।ଓଁପ୍ରକାଶ( ଆକାଶ) ସ୍ଥାନୀୟ ହାତୁରା ସରସ୍ଵତୀ ଶିଶୁ ମନ୍ଦିରରେ ୬ଷ୍ଠ ଶ୍ରେଣୀର ଛାତ୍ର ଥିବାବେଳେ ତାଙ୍କ ମୃତ୍ୟୁରେ ଛାତ୍ରଛାତ୍ରୀ,ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳିଯାଇ ଥିବାବେଳେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଓ କ୍ଷତି ପୂରଣ ଦାବି କରିଛନ୍ତି ଅଞ୍ଚଳବାସୀ।
ବଟଗାଁ ଗ୍ରାମ ପଞ୍ଚାୟତରେ ଶିଶୁ ବିବାହ ମୁକ୍ତ ଗ୍ରାମ ପାଇଁ ଗ୍ରାମସଭା
କାମାକ୍ଷାନଗର – କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ବଟଗାଁ ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ ହୋଇ ଶିଶୁ ବିବାହ ନିରାକରଣ ଓ ଶିଶୁମାନଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା।ଗ୍ରାମସଭାରେ ସରପଞ୍ଚ ଶ୍ରୀ ଅରୁଣ ପରିଡ଼ା, ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ନିଖିଲ ନାୟକ,CDPO ଜୟନ୍ତୀ ମହାପାତ୍ର, ସୁପରଭାଇଜର, ଅଙ୍ଗନବାଡ଼ି କର୍ମୀ (AWW) ଏବଂ SHG ସଦସ୍ୟମାନେ ଉପସ୍ଥିତ ରହି ଶିଶୁ ବିବାହ ରୋକିବା ପାଇଁ ସାମୂହିକ ପଦକ୍ଷେପ ଓ ସଚେତନତାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ।
ବଟଗାଁ ଗ୍ରାମ ପଞ୍ଚାୟତ ଅଧୀନ ସମସ୍ତ ଗ୍ରାମକୁ ଶିଶୁ ବିବାହ ମୁକ୍ତ ଗ୍ରାମ ଭାବେ ଗଢ଼ି ତୋଳିବା ପାଇଁ ଗ୍ରାମସଭାରେ ସାମୂହିକ ସଂକଳ୍ପ ନିଆଯାଇଥିଲା। ଶିଶୁ ବିବାହର କୌଣସି ଘଟଣା ସମ୍ପର୍କରେ ସୂଚନା ମିଳିଲେ ତୁରନ୍ତ ସମ୍ପୃକ୍ତ ବିଭାଗକୁ ଜଣାଇବା ସହିତ ଶିଶୁମାନଙ୍କ ଶିକ୍ଷା, ସୁରକ୍ଷା ଓ ଅଧିକାରକୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସୁମିତ୍ରା ଦେହୁରୀ ସହଯୋଗ କରିଥିଲେ। ଶିଶୁ ବିବାହ ଭଳି ସାମାଜିକ ପ୍ରଥାକୁ ରୋକିବା ପାଇଁ ପଞ୍ଚାୟତ, ସରକାରୀ ବିଭାଗ, ଅଙ୍ଗନବାଡ଼ି କର୍ମୀ, SHG ସଦସ୍ୟ ଏବଂ ସମୁଦାୟର ମିଳିତ ପ୍ରୟାସ ଆବଶ୍ୟକ ବୋଲି ଗ୍ରାମସଭାରେ ମତ ପ୍ରକାଶ ପାଇଥିଲା।
ଶାଶୁ ଘର ଲୋକଙ୍କ ଯୌତୁକ ପାଇଁ ବୋହୂକୁ ନିର୍ଯାତନା, ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା
ଢେଙ୍କାନାଳ – ବାଲ୍ୟାମ୍ବା ପଞ୍ଚାୟତ ରାଇଡିହି ଗ୍ରାମରେ ଗତକାଲି ରାତିରେ ଭଙ୍ଗାରୁଜା ଘଟଣା ଘଟିଛି। ଅଭିଯୋଗକାରିଣୀଙ୍କ କହିବା ଅନୁସାରେ, ବାଲ୍ୟାମ୍ବା ଗ୍ରାମର ପଣ୍ଡିତ ରାଉତ (ନଣନ୍ଦେଇ) ଏବଂ ଜାନକୀ ରାଉତ (ନଣନ୍ଦ) କାଲି ରାତିରେ ଆସି ପୀଡ଼ିତା ଭାଗ୍ୟଲକ୍ଷ୍ମୀ ଧଳଙ୍କ ବାପ ଘରେ ପଶି ଆସବାବପତ୍ର ଭାଙ୍ଗି ଚୁରମାର କରି ଦେଇଛନ୍ତି। ଘରର ଫ୍ରିଜ୍, ଟିଭି ଷ୍ଟାଣ୍ଡ, ଖଟ, ରୋଷେଇ ସାମଗ୍ରୀ,ସାଇକେଲ ସବୁ ଫୋପାଡ଼ି ଦିଆଯାଇଛି। ୩ ବର୍ଷ ଧରି ନିର୍ଯାତନା ଅଭିଯୋଗ: ପୀଡ଼ିତାଙ୍କ କହିବା ଅନୁସାରେ,କଟକ ଜିଲ୍ଲା ନରସିଂହପୁର ବ୍ଲକ ସୁବଳୟା ଗ୍ରାମର ତାଙ୍କ ଶାଶୁ ଘର ଲୋକେ – ସ୍ୱାମୀ ଅନିଲ କୁମାର ପିହାଣ,ଶାଶୁ ଶୈଳବାଳା ପିହାଣ,ଶଶୁର ବୀରବର ପିହାଣ ଏବଂ ନଣନ୍ଦ-ନଣନ୍ଦେଇ ଗତ ୩ ବର୍ଷ ଧରି ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଉଥିଲେ। ୧୧୨କୁ ଫୋନ୍ ପରେ ବି ନ୍ୟାୟ ମିଳିଲାନି: ଘଟଣା ସମୟରେ ପୀଡ଼ିତା ପରିବାର ୧୧୨କୁ ଫୋନ୍ କରିଥିଲେ। ପୋଲିସ ଘଟଣାସ୍ଥଳକୁ ଆସିଥିଲା। ସ୍ଥାନୀୟ ଭାପୁର ଫାଣ୍ଡିରେ କେସ୍ ଦେଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ ବୋଲି ଅଭିଯୋଗ। ଏନେଇ ଆଜି ପୀଡ଼ିତା ଓ ତାଙ୍କ ପରିବାର ଢେଙ୍କାନାଳ ଏସପିଙ୍କୁ ଭେଟି ନ୍ୟାୟ ପାଇଁ ଗୁହାରି କରିଛନ୍ତି। ଯଦି ନ୍ୟାୟ ନ ମିଳେ ସେ ଚରମ ପଦକ୍ଷେପ ନେବେ ବୋଲି କହିଛନ୍ତି ଏବଂ ଏଥିପାଇଁ ଶାଶୁ ଘର ଲୋକେ ଦାୟୀ ରହିବେ ବୋଲି ସେ କହିଛନ୍ତି।
ସହିଦ ବାଜିରାଉତ ଜନ୍ମ ସତବାର୍ଷିକ ପାଳିତ
କାମାକ୍ଷାନଗର- କାମାକ୍ଷାନଗର ପାଠକ ବିଚାର ମଞ୍ଚ ପକ୍ଷରୁ ସର୍ବ କନିଷ୍ଠ ସହିଦ ବାଜିରାଉତ ଜନ୍ମ ସତବାର୍ଷିକ ପାଠକ ବିଚାର ମଞ୍ଚ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି l ପାଠକ ବିଚାର ମଞ୍ଚ ର ସଭାପତି ଜ୍ଞାନରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସର୍ବକନିଷ୍ଠ ସହିଦ ଭାବେ ବାଜିରାଉତଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ l ପୂର୍ବତନ ନଗରପାଳ ଗୋବିନ୍ଦ ଚନ୍ଦ୍ର ସାହୁ, ମୁଖ୍ୟ ପରାମର୍ଶ ଦାତା ମେଜର ପ୍ରଭାତ କୁମାର ଦାଶ ଯୋଗଦେଇ ବାଜିରାଉତଙ୍କ କାର୍ଯ୍ୟ ଶୈଳୀ ଉପରେ ଆଲୋଚନା କରି ବର୍ତ୍ତମାନ ର ଯୁବପିଢ଼ି ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ l ବରିଷ୍ଟ ସାମ୍ବାଦିକ ଅଶ୍ୱିନୀ କୁମାର ସାହୁ ବାଜିରାଉତ ମୃତ୍ୟୁ ଏବଂ ତାଙ୍କର ଖାନନଗର ଶ୍ମାଶନ ରେ ହୋଇଥିବା ସତ୍କାର ଉପରେ ବିସ୍ତୃତ ଆଲୋଚନା କରିଥିଲେ l ଏଥିରେ ବରିଷ୍ଠ ସଦସ୍ୟ ନୀଳମଣି ମହାପାତ୍ର, ମଦନମୋହନ ବରାଳ, ଶିବାନନ୍ଦ ଷଡ଼ଙ୍ଗୀ,ପ୍ରଭୁପ୍ରସାଦ ତ୍ରିପାଠୀ,ଚିତ୍ତରଞ୍ଜନ ଦିବେଦୀ,ରସାନନ୍ଦ ଦେହୁରୀ,ମଧୁସୂଦନ ରାଉତ,ମୁରଲୀ ବିଶ୍ୱାଳ,ପ୍ରକାଶ କୁମାର ପାତ୍ର, ପ୍ରହଲ୍ଲାଦ ମୁଦୁଲି, ସୋମ୍ୟରଞ୍ଜନ ନାୟକ, ବିଷ୍ଣୁପ୍ରସାଦ ସେଠି, ଧର୍ମାନନ୍ଦ ସେଠି,ଦୈତାରୀ ବେହେରା ପ୍ରମୁଖ ଉପସ୍ଥିତ ରହି ବାଜିରାଉତଙ୍କ ସ୍ମୁତି ଚରଣ କରିଥିଲେ l ସଦସ୍ୟ ପ୍ରମୋଦ କୁମାର ସ୍ୱାଇଁ ଧନ୍ୟବାଦ ଦେଇଥିଲେ l
କୋଟଗରା ହେଲା ‘ଶିଶୁ ଶ୍ରମିକ ମୁକ୍ତ’ ପଞ୍ଚାୟତ ଘୋଷିତ
କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କୋଟଗରା ଗ୍ରାମ ପଞ୍ଚାୟତକୁ ଟାଟା ଷ୍ଟିଲ ଫାଉଣ୍ଡେସନ (TSF) ପକ୍ଷରୁ ‘ଶିଶୁ ଶ୍ରମିକ ମୁକ୍ତ ଗ୍ରାମ ପଞ୍ଚାୟତ’ଭାବେ ଘୋଷଣା କରାଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସରପଞ୍ଚ ଶ୍ରୀମତୀ ସୁଲୋଚନା ଦଳେଇ ସଭାପତିତ୍ୱ କରିଥିଲେ। ସମ୍ମାନୀତ ଅତିଥି ଭାବେ ABDO ଅନିତା ଦାସ,BEO କବିରାଜ ଜେନା,ADEO ପ୍ରଭାସ ରଞ୍ଜନ ବିଶ୍ୱାଳ,CHO ସିଗ୍ଧା ଦେହୁରୀ,ଜିଲ୍ଲା ପରିଷଦ ସଭ୍ୟା ଅବନ୍ତୀ ସେଠୀ,ସମିତି ସଭ୍ୟ ଲକ୍ଷ୍ମୀଧର ବେହେରା,JKS ୟୁନାଇଟେଡ ହାଇସ୍କୁଲ ପ୍ରଧାନଶିକ୍ଷକ ନନ୍ଦିନୀ ନାଏକ,ତୁମୁସିଙ୍ଗା ଥାନା ASI ସୁଶାନ୍ତ କୁମାର ସାହୁ,PEO ସୁଶାନ୍ତ କୁମାର ସ୍ୱାଇଁ,TSF ପ୍ରୋଜେକ୍ଟ ମ୍ୟାନେଜର ହେମନ୍ତ କୁମାର ସିଂ ଓ ସିନିୟର ମ୍ୟାନେଜର ବିନୋଦ ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର,ଅଙ୍ଗନୱାଡି କର୍ମୀ,ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ,SHG ମହିଳା,SMC ସଦସ୍ୟ ସଦସ୍ୟା,ଛାତ୍ରଛାତ୍ରୀ,ସବୁ ବର୍ଗର ଅବସରପ୍ରାପ୍ତ କର୍ମଚାରୀ,ବୟୋଜ୍ୟେଷ୍ଠ ବ୍ୟକ୍ତି ଏବଂ ଶତାଧିକ ଗ୍ରାମବାସୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଶିଶୁମାନଙ୍କ ଦ୍ୱାରା ନୃତ୍ୟ ଓ ଶିଶୁ ଶ୍ରମ ବିରୋଧୀ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ଗ୍ରାମରେ ୬ ରୁ ୧୪ ବର୍ଷ ବୟସର କୌଣସି ଶିଶୁ ପାଠପଢ଼ାରୁ ବଞ୍ଚିତ ହେବେ ନାହିଁ ବୋଲି ଲକ୍ଷ୍ୟ ସଫଳ ହୋଇଥିବା କୁହାଯାଇଥିଲା। ଗ୍ରାମରେ ସଚେତନତା ଶୋଭାଯାତ୍ରା ଓ ଶିଶୁ ଶ୍ରମିକ ମୁକ୍ତ ଫଳକ ଉନ୍ମୋଚନ କରାଯାଇଥିଲା। ଶେଷରେ ଏହି ଉତ୍ସବରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ୱାରା ଯେଉଁ ଅଭିଭାବକ ମାନେ ବାଲ୍ୟ ବିବାହ ରୋକିବାରେ ପଞ୍ଚାୟତକୁ ପୂର୍ଣ୍ଣ ସମର୍ଥନ ଏବଂ ସହାୟତା ପ୍ରଦାନ କରିଥିଲେ ସମାନଙ୍କୁ ସମ୍ମାନୀତ କରାଗଲା।
ପ୍ରହ୍ଳାଡ ମୁଦୁଲି ଙ୍କ ରିପୋର୍ଟ୍

