ନୂଆପଡ଼ା ଜିଲ୍ଲା ସିନାପାଲି ସହର ସ୍ଥିତ ରାବଣ ଛକ ଠାରେ ଦିନ ଦ୍ୱିପହର ରେ ଗୁଳିକାଣ୍ଡ ଘଟିଛି। ଏଥିରେ ବାପା ଓ ପୁଅ ଗୁରୁତର ଆହତ ଥିବା ଜଣାପଡ଼ିଛି। ଏ ନେଇ ଗୁରୁତର ଥିବା ପରିବାର ତରଫରୁ ନୃସିଂହ ମେହେର ସିନାପାଲି ଥାନାରେ ଅଭିଯୋଗ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଶନିବାର ଦିନ ପୂର୍ବାହ୍ନ ପ୍ରାୟ ୧୧ ଘଣ୍ଟା ସମୟରେ ସିନାପାଲି ସ୍ଥିତ ରାବଣ ଛକ ନିକଟରେ କୌଣସି ଘଟଣାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ଶେଷରେ ଉଗ୍ରରୂପ ଧାରଣା କରି ଗୁଳିକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଏହି ଗୁଳିକାଣ୍ଡରେ ବାପା ସରୋଜ ମେହେର ଓରଫ ନୁନ ମେହେର (୫୦) ଓ ପୁଅ ନବରଞ୍ଜନ ମେହେର (୩୦) ଗୁରୁତର ଆହତ ହୋଇଥିବା ବେଳେ ତାଙ୍କର ଜଙ୍ଘ ରେ ଗୁଳିମାଡ କରିଥିବା ଜଣାପଡ଼ିଛି। ପ୍ରଥମେ ସିନାପାଲି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଖଡିଆଳ ମିଶନ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି। ଗୁଳିକାଣ୍ଡ ଘଟାଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଓଡ଼ିଶା ରାଜ୍ୟ ଓ ଛତିଶଗଡ଼ ସୀମାରେ ଉଭୟ ସିନାପାଲି ପୋଲିସ ଓ ଦେଭୋଗ ପୋଲିସ ମିଳିତ ଉଦ୍ୟମରେ ଚଢାଉ କରି ଗିରଫ କରିଥିଲେ। ଫେରାର ହେଉଥିବା ଜାଣିପାରି ସିନାପାଲି ପୋଲିସ ଛତିଶଗଡ଼ ରାଜ୍ୟ ଡେଭୋଗ ପୋଲିସ କୁ ଖବର ଦେବାପରେ ରାସ୍ତାରେ ଛକି ବସିଥିବା ବେଳେ ଗିରଫ କରିବାରେ ସଫଳ ହୋଇଛି। ସିନାପାଲି ଥାନାରେ କେସ ନଂ – ୧୨୫/୨୨ ମାମଲା ରୁ୍ଜୁ କରି ଦଫା ୩୪୧,୨୯୪,୩୨୩,୩୨୫,୩୦୭,୫୦୬,୨୫,୨୭, ମାମଲା ରୁଜୁ କରି ସିନାପାଲି ପୋଲିସ ଅଭିଯୁକ୍ତ କୁ ଗିରଫ କରିବା ସହ ତାଙ୍କ ଠାରୁ ୪ ଗୋଟି ଜୀବନ୍ତ ଗୁଳି,୨ ଗୋଟି ମାଗାଜିନ୍, ମାଉଜର ସମେତ ଚାରିଚକିଆ ଗାଡ଼ି ଯାହାର ନଂ – OD,26D 9123 ପୋଲିସ ଜବତ କରିଥିବା ପୋଲିସ ସୁତ୍ର ରୁ ପ୍ରକାଶ। ଏହି ଘଟଣାକୁ ନେଇ ସିନାପାଲି ଥାନାରେ ଖଡିଆଳ ଏସଡିପିଓ ସନ୍ତକ ଜେନା ସାମ୍ୱାଦିକ ସମ୍ମିଳନୀ କରି ଘଟଣାର ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି। ଏଠାରେ ସୁଚନା ଯୋଗ୍ୟ ଯେ, ଛତିଶଗଡ଼ ରାଜ୍ୟ ଦେଭୋଗ ଥାନାରେ ମଧ୍ଯ ଏକ ମାମଲା ରୁଜୁ କରାଯାଇଥିବା ବେଳେ ରିମାଣ୍ଡ ରେ ଆଣି ଅଧିକ ପଚରା ଉଚୁରା କରାଯିବ ବୋଲି ଜେନା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ