ସହୀଦ ସରୋଜ ଶବରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପ ସଳାମି ଦିଆଗଲା
କଳାହାଣ୍ଡି,୨୪/୧୦ କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ ଅନ୍ତର୍ଗତ ଚିକିଲି ଜନ୍ମମାଟି ରେ ବୀର ସନ୍ତାନଙ୍କୁ ଶେଷ ବିଦାୟ ଝୁରୁଛି ଗାଁ ମାଟି,ନିଶବ୍ଦ ହୋଇଛନ୍ତି ପରିବାର ବର୍ଗ,ଶୋକାକୁଳ ଅବସ୍ଥାରେ ଅଞ୍ଚଳ ବାସି,ବୀର ଯବାନ ଅମର ରହେ ନାରା ରେ ପ୍ରକମ୍ପିତ ହେଉଛି ଗାଁ,ଶୋକାକୁଳ ସହିତ ଗର୍ବରେ ଫାଟି ପଡୁଛି ଗାଁ ଦାଣ୍ଡ, ଦେଶମାତୃକାର ସେବାରେ ନିୟୋଜିତ ସହୀଦ ଯବାନକୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବନ୍ଧୁପରିଜନ,ସହକର୍ମୀ ଓ ଅଞ୍ଚଳ ବାସୀ l କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଚିକିଲି ଗ୍ରାମ ର ଦେଶ ସେଵା ରେ ନିୟୋଜିତ ଥିବା ୨୯ ଆସାମ ରାଇଫଲ୍ ରେ କାର୍ଯ୍ୟରତ ଯବାନ ସରୋଜ ଶବର ଙ୍କ ନିଜ ଗାଁ କୁ ମା ଙ୍କ ଶ୍ରାଦ୍ଧ ପାଇଁ ଛୁଟି ରେ ଆସିଥିବା ବେଳେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଗମ୍ଭାରୀଗୁଡା ପଞ୍ଚାୟତ ଚିକିଲି ଗ୍ରାମ ର ସେ ପ୍ରଥମ ଯବାନ ଭାବେ ସେନା ବାହିନୀ ରେ ଯୋଗ ଦେଇଥିଲେ । ସେ ଭାରତୀୟ ସେନା ବାହିନୀ ର ଆସାମ ରାଇଫଲ୍ ନାଗାଲାଣ୍ଡ ଜୋନୋବୋଟୋ କ୍ୟାମ୍ପ ରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ମୃତ୍ୟୁ ପରେ ଆଜି ଆସାମ ରାଇଫଲ୍ ସେନା ପକ୍ଷରୁ ଯବାନ ମାନେ ତାଙ୍କ ଗାଁ ରେ ପହଞ୍ଚି ରାଷ୍ଟ୍ରୀୟ ମର୍ଯ୍ୟାଦା ରେ ଗାର୍ଡ ଅଫ ଅନର ଦେବାସହ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଯବାନ ଙ୍କ ଶବଧାରରେ ଅବସର ସେନାକର୍ମଚାରୀ, ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ, କୋକସରା ପୋଲିସ,ଶହ ଶହ ସଂଖ୍ୟାରେ ସ୍ଥାନୀୟ ଅଞ୍ଚଳ ବାସୀ ଓ ଗ୍ରାମବାସୀ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସହିଦ ଙ୍କ ପାର୍ଥିବ ଶରୀର କୁ ଗ୍ରାମ ନିକଟସ୍ଥ ମୁଟୁରାନଦୀ ମଶାଣି ପର୍ଯ୍ୟନ୍ତ ନିଆଯାଇ ସେଠାରେ ସେନା ବାହିନୀ ପକ୍ଷରୁ ଗାର୍ଡ ଅଫ ଅନର ଓ ତୋଫ ସଲାମୀ ଦିଆଯାଇଛି । ଗାଁ ମାଟି ର ଵୀର ଯବାନ କୁ ହରାଇ ଗ୍ରାମବାସୀ ମାନେ ମର୍ମାହତ ହୋଇ ପଡିଛନ୍ତି I
ଜୟପାଟଣା ଧୁଟିଗୁଡା ଠାରେ ଅଘଟଣ ଭାଲୁ ଆକ୍ରମଣରେ ମହିଳା ଗୁରୁତର ଅବସ୍ଥା
କଳାହାଣ୍ଡି,୨୪/୧୦ କଳାହାଣ୍ଡି ଜିଲ୍ଲା, ଜୟପାଟଣା ବ୍ଲକ ଅଞ୍ଚଳରେ ଭାଲୁ ଆକ୍ରମଣରେ ଜଣେ ମହିଳା ଆହତ ହୋଇଛନ୍ତି । ଆହତ ମହିଳା ହେଲେ କରମେଲି ଗାଁର ହେମନ୍ତ ନାଏକଙ୍କ ପତ୍ନୀ ରେମତୀ ପୂଝାରୀ । ଆଜି ଶନିବାର ଦିନ ପ୍ରାୟ ୦୧ ଘଣ୍ଟା ୩୦ ମିନିଟ ସମୟରେ ଭାଲୁ ଆକ୍ରମଣରେ ସେ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ପରେ ତାଙ୍କୁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଖରାପ ଅବସ୍ଥାକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି । ମହିଳା ଜଣକ ଛେଳି ଚରାଉଥିବା ବେଳେ ଭାଲୁ ଆକ୍ରମଣ କରିଥିଲା ।
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

