ଥୁଆମୂଳ ରାମପୁର:୨୮/୫- ମ.ନି.ସ:- ବିଦ୍ଯୁତ ତାର ସଂସ୍ପର୍ଶରେ ଯାଇ ଜଣେ ନାଁବାଳକ ଗୁରୁତର ହୋଇଥିବା ଜଣାପଡିଛି। ମିଳିଥିବା ସୂଚରନା ଅନୁସାରେ ଜଣାଯାଏ ଯେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲୋହରାଯୋର ଗ୍ରାମର ଜନୈକ ଶୁଶାନ୍ତ ଗଉଡଙ୍କ ବଡ଼ ପୁଅ ଡମ୍ବରୁଧର ଗଉଡ(୧୦) ବର୍ଷ ନାବାଳକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇ ଥିଲେ। ରବିବାର ଦିନ ସକାଳେ ଗାଁର ଏକ ନିକଟରେ ଥିବା ଆମ୍ବ ଗଛକୁ ଆମ୍ବ ତୋଳିବା ପାଇଁ ଯାଇଥିଲେ। ସେହି ସମୟରେ ପାଖରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶକୁ ଆସିଥିଲେ ଏହା ଫଳରେ ଡମ୍ବରୁଧର ଗଉଡ ଗଛରୁ ତଳକୁ ଖସିପଡ଼ି ପଡିବାରୁ ଗୁରୁତର ଅବସ୍ଥାରେ ଖବର ପାଇ ପରିବାର ଲୋକେ ପ୍ରଥମେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ ସେଠାରେ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ହେବାରୁ ଡାକ୍ତର ନାବାଳକ ଜଣକ କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରିଥିଲେ। ଭବାନୀପାଟଣା ଡାକ୍ତରଖାନାରେ ବର୍ତ୍ତମାନ ନାବାଳକ ଜଣକ ଚିକିତ୍ସାଧିନ ଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।
ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ