ମାଇପ ଜିତିଲେ ଘଇତା ରାଜା…!!
ଡମ୍ବରୁଧର ବେହେରା(ଓଡ଼ିଆ ଶିକ୍ଷକ)
ଗଣତନ୍ତ୍ର ଆଜି ଧନତନ୍ତ୍ର ସାଜି
ଲୋକଙ୍କୁ କରାଏ ରାଜି
ତୁମେ ଯିଏ ଯେତେ ହେଲେ ହୁଅ ଗାଜି
ମୋର କି ଯାଇଛି ଆଜି…..
ମାଇପ ଜିତିଲେ ଘଇତା ରାଜା
ଆଉ ସବୁ ଏଠି ଖଞ୍ଜଣି ବଜା….
ଗରିବର ଝିଅ ସବୁରି ସେ ଶାଳୀ
ଶୁଣୁଥିବ ଖାଲି ଗାଳି
ମଦ,ମାଂସ, ଟଙ୍କା ନେଇଅଛ ଭାଇ
କାହାକୁ କହିବ ଖୋଲି
ଡ଼ାକବାଜି ଯନ୍ତ୍ରେ ରାମ୍ପି ପକାଇଲେ
ଖାଲିଟାରେ ମାର ତାଳି
ମାଇପ ଜିତିଲେ ଘଇତା ରାଜା
ଆଉ ସବୁ ଏଠି ଖଞ୍ଜଣି ବଜା….
ସରକାର ଏଠି ଡିଣ୍ଡିମା ପିଟନ୍ତି
ମହିଳା ଜିତିବ ବାଜି
ସଭା ସମିତିକୁ ନିମନ୍ତ୍ରଣ ଦେଲେ
ଆସନ୍ତି ଗେରସ୍ତ କାଜି
ମାଇପ ଜିତିଲେ ଘଇତା ରାଜା
ଆଉ ସବୁ ଏଠି ଖଞ୍ଜଣି ବଜା….
ବିବି ମିଆଁ ରାଜି ତୋ
କିୟା କରେଗା ଫାଜି ….
କାନ୍ଦିଲେ କି ହେବ ଆଜି….!!
ନବୋଦୟ ବିଦ୍ୟାଳୟ
ସୁରଳ(ଗଞ୍ଜାମ)