ଗୋଳାମୁଣ୍ଡା ତା ୩୧/୫ ମସିହା ନ୍ୟୁଜ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ସ୍ଥିତ ପଂଚାୟତ ସମିତି ସଭା ଗୃହଠାରେ ମୁଖ୍ଯମନ୍ତ୍ରୀ କଳାକାର ସହାୟତା ଯୋଜନା ନିମିତ୍ତ କଳାକାର ଚୟନ (ଅଡିସନ) କାର୍ୟ୍ଯକ୍ରମ ଆରମ୍ଭ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକର ପଞିକରଣ କରିଥିବା ଶତାଧିକ ବର୍ଷୀୟାନ କଳାକାର ଯୋଗଦାନ କରି ନିଜ କଳା ପରିବେଷଣ କରିଥିଲେ। ପ୍ରାରମ୍ଭିକ ଦିବସର କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବ୍ଲକ୍ କଳା ସଂସ୍କୁତି ସଂଘର ସଭାପତି ଶ୍ରୀମତି ସ୍ନିଗ୍ଧାରାଣୀ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ଗୋଲାମୁଣ୍ଡା ପଞ୍ଚାୟତ ସମିତି ଅଧକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ କଳାକାର ମାନଙ୍କୁ ଉସ୍ଚାହିତ କରିଥିଲେ। ଜିଲ୍ଲା ସ୍ତରରୁ ପର୍ଯ୍ୟବେକ୍ଷକ ଭାବରେ ଶ୍ରୀ ପ୍ରଣବ କୁମାର ପାଣିଗ୍ରାହୀ ଯୋଗଦାନ କରିଥିବା ବେଳେ ବିଚାରକ ଭାବେ ବରିଷ୍ଟ ସଂଗୀତ ନିର୍ଦ୍ଦେଶକ ଓ ଜିଲ୍ଲା କଳା ସଂସ୍କୁତି ସଂଘର ସଭାପତି ଶ୍ରୀ କରୁଣାକର ଦାସ ଏବଂ ବଶିଷ୍ଟ ମଞ୍ଚ ଅଭିନେତା- ନିର୍ଦ୍ଦେଶକ ଶ୍ରୀ ନାସିର୍ ମହମଦ୍ ଯୋଗଦାନ କରିଥିଲେ। ଗୋଲାମୁଣ୍ଡା ବ୍ଲକ୍ କଳା ସଂସ୍କୁତି ସଂଘର ଉପସଭାପତି ଶ୍ରୀ ପ୍ରଦୀପ କୁମାର ମିଶ୍ର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗୋଲାମୁଣ୍ଡା ବ୍ଲକ୍ ଅଫିସର ବିଭିନ୍ନ ବିଭାଗର ଅଧିକାରୀ, ବ୍ଲକ୍ କଳା ସଂସ୍କୁତି ସଂଘର ବରିଷ୍ଠ ସଦସ୍ଯ ତଥା କଳାକାର ଶ୍ରୀ ଶୋଭାବନ ଭାଟି, ଶ୍ରୀ ତୁଳସୀରାମ ଅଘରିଆ,ଶ୍ରୀ ବିଶ୍ୱନାଥ କଟା ସହ ବୃନ୍ଦାବହାଲ ,ଚିଚିଆ, ଖାଲିଆପାଲି, ଖଳିଆକାନି, ଲେତେର,ଚାହକା,କୁହୁରା ଓ ଧାମନପୁର ପଞ୍ଚାୟତର ଅନେକ କଳାକାର ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା,