ନର୍ଲା (ମନିସ) ନର୍ଲା ବ୍ଳକ ଅନ୍ତର୍ଗତ ଆଞ୍ଚଳିକ ସାଧନ କେନ୍ଦ୍ର, ଭୀମକେଲା ଠାରେ ଦୁଇ ଜଣ ଶିକ୍ଷାବିତଙ୍କୁ କ୍ଲଷ୍ଟର ସ୍ତରୀୟ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି। ଭୀମକେଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଭୂତି ଭୂଷଣ ସାହୁ ଓ ଲାଖଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ସାହୁ ଶିକ୍ଷକତା ଜୀବନରୁ ସରକାରୀ ଭାବେ ୩୧ ମଇ ୨୦୨୨ ତାରିଖ ଠାରୁ ଅବସର ଗ୍ରହଣ କରିଥିଲେ। ଉକ୍ତ ସମ୍ବର୍ଦ୍ଧନା ସଭାରେ ନର୍ଲା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂର୍ଯ୍ୟଦେବ ବାଗ,ଭୀମକେଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ଭୋଇ, ଜୟନ୍ତ ଗଉଡ, ଦୁଇ ଅବସରପ୍ରାପ୍ତ ଶିକ୍ଷକ ମଞ୍ଚାସୀନ ଥିଲେ। ଶିକ୍ଷା କ୍ଷେତ୍ରରେ ନିଷ୍ଠାପର ଭାବେ କାର୍ଯ୍ୟ ସମ୍ପାଦନ କରି ଉତ୍ତମ ସୁନାଗରିକ ଗଠନ ଦିଗରେ ପ୍ରୟାସ କରିଥିବା ଆଦର୍ଶ ଶିକ୍ଷକଙ୍କ ଜୀବନ ଉପରେ ଉପସ୍ଥିତ ଅତିଥି ଓ ଶିକ୍ଷକଗଣ ମତ ପ୍ରକାଶ କରିଥିଲେ। ବିଦାୟୀ ଶିକ୍ଷକଙ୍କୁ ଉପଢ଼ୌକନ ସହ ପୁଷ୍ପଗୁଚ୍ଛ ଦେଇ ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟିବୃନ୍ଦ ବିଦାୟୀ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଶିକ୍ଷକ ଦେବଦତ୍ତ ମିଶ୍ର, ଭରତ ଚନ୍ଦ୍ର ଭୋଇ, ସାଧୁ ରାମ କରୁଆଁ, ବିନୋଦିନୀ ସାହୁ ଓ ବିଦ୍ୟାଳୟ ପରିଚାଳନା କମିଟିର ସଞ୍ଜୟ ଭୋଇ, କେଶରୀ ରଣା, ଭାଗ୍ୟବନ୍ତ ମାଝୀ, ସଞ୍ଜିବ ସାହୁ, କୁଞ୍ଜବିହାରୀ ସାହୁ, ରୋହିତ ସ୍ୱାଇଁ,ମୋତି ରଂଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ମଞ୍ଚ ପରିଚାଳନାରେ ଅବସରପ୍ରାପ୍ତ ଶିକ୍ଷକ ମଧୂସୁଦନ ରାଉତ ସହଯୋଗ କରିଥିଲେ।
ପ୍ରଦୀପ କୁମାର ଗଉଡ ମସୀହା ନର୍ଲା ପ୍ରତିନିଧି।