ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଠାକୁର

 ଠାକୁର

କୁହ ହେ ଠାକୁର କାହିଁ ପାଇଁ ଏତେ

ନିଷ୍ଠୁର ତୁ ହୋଇଗଲୁ

ସବୁ କଷ୍ଟ ସହି ନିଜକୁ ନିଜେତ 

ପାଷାଣ ଟେ କରିଦେଲୁ

କୁହ ହେ ଠାକୁର……………୧ 

 

କେଉଁ ଅପରାଧ କରିଥିଲି କାଳେ 

କେବେ ତୁ କହିଲୁ ନାହିଁ

ଅପରାଧ କହି ଦଣ୍ଡ ଦେଇଥିଲେ

ଦୁଃଖ ମୋ ହୁଅନ୍ତା ନାହିଁ

ଆଶ୍ରା କରିଥିଲି ଜୀବନରେ ଖାଲି 

ନିରାଶ୍ରୟ କରିଦେଲୁ

କୁହ ହେ ଠାକୁର……………୨ 

 

ଭାବିନେଲୁ ବୋଧେ ମନର ଭିତରେ 

ମଉନ ରହିବୁ ଏକା

କହିବୁନି କିଛି  ଶୁଣିବୁନି କିଛି 

ନଦେବୁ ସହଜେ ଦେଖା

ସବୁ ସମ୍ପର୍କ କୁ କାଟି ଦେଇ ନିଜେ

ନିରଵରେ ରହି ଗଲୁ

କୁହ ହେ ଠାକୁର କାହିଁ ପାଇଁ ଏତେ

ନିଷ୍ଠୁର ତୁ ହୋଇଗଲୁ…………..୩

 

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

 

Related posts

ନିଖିଳ ଉତ୍କଳ ଅନୁଦାନ ପ୍ରାପ୍ତ ୪୪୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ସରକାର ଙ୍କୁ ଦାବି ପତ୍ର 

Sunil Chandra Nayak

ଶୈଲଙ୍ଗର ବ୍ୟବସାୟୀ ଶ୍ୟାମସୁନ୍ଦର ସାହୁ ଙ୍କ ପରଲୋକ

Sunil Chandra Nayak

ବିଦ୍ୟୁତବିଲ ପୈଠ ନ ହେବାରୁ ଚାରବାହାଲ ଗାଁ ରେ ଜଳ ଯୋଗାଣ ଠପ

Sunil Chandra Nayak

Leave a Comment

error: Content is protected !!