ଚିଲିଗୁଡା( ମ ନି ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ଅନ୍ତର୍ଗତ ମୁଣ୍ଡରା ଗୁଡା ପ୍ରାଥମିକ କୃଷି ସମବାୟ ସମିତି ଲି ରେ ନୂତନ ଭାବରେ ନିର୍ବାଚନ ଜରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ପ୍ରକାଶ ପରେ ଡ଼ାଇରେକ୍ଟର ନିର୍ବାଚନ ପାଇଁ ଗାଁ ଗାଁ ରେ ଆଶାୟୀ ଙ୍କ ମଧ୍ୟରେ କସରତ ଚାଲିଲା ।୧୧ ଗୋଟି ଡ଼ାଇରେକ୍ଟର ପ୍ରାଥି ପତ୍ର ଦାଖଲ କରିଥିଲେ ।ତାଙ୍କ ବିପକ୍ଷରେ କେହି ମଧ୍ୟ ପ୍ରାଥି ପତ୍ର ଦାଖଲ କରିନଥିଲେ ।ଯାହା ଫଳରେ ୧୧ ଜଣ ଡ଼ାଇରେକ୍ଟର ନିରଦ୍ଵନ୍ଦ ରେ ନିର୍ବାଚିତ ହୋଇଥିଲେ । ସେଥି ମଧ୍ୟରୁ ସୁନୀଲ କୁମାର ମେହେର ଜଣେ ହିଁ ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ ।ତାଙ୍କ ବିପକ୍ଷରେ କେହି ମଧ୍ୟ ପ୍ରାଥି ପତ୍ର ଦାଖଲ ନ କରିଥିବାରୁ ସୁନୀଲ କୁମାର ମେହେର ନିରଦ୍ଵନ୍ଦ ରେ ନିର୍ବାଚିତ ହୋଇଥିଲେ ।ଗତ ୧୨ ତାରିଖ ଦିନ ନିର୍ବାଚନ ଅଧିକାରୀ ନୀଳକଣ୍ଠ ରାଉତ ନିର୍ବାଚନ ଦାୟିତ୍ୱ ତୁଲାଇଥିଲେ ।ଏଥିରେ ମୁଣ୍ଡରା ଗୁଡା ସରପଞ୍ଚ ତାରା ଶଙ୍କର ରାୟଗୁରୁ ,ବ୍ଲକ ଉପାଧକ୍ଷ ପ୍ରମୋଦ କୁମାର ବେହେରା ,ରାଜେନ୍ଦ୍ର ମେହେର ,ମୁଣ୍ଡରା ଗୁଡା ପେକ୍ସ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଈଶ୍ୱରୀ ପ୍ରସାଦ ନେଗି ଏବଂ ସମସ୍ତ ନିର୍ବାଚିତ ଡ଼ାଇରେକ୍ଟର ଏବଂ କାର୍ଯ୍ୟଲୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା
previous post