ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା- ଇସ୍ପାତ ଫିଟନେସ ପାଥ୍ ରେ ରଜ ଉତ୍ସବପାଳନ

ରାଉରକେଲା/ ସେକ୍ଟର ୧୯ସ୍ଥିତ ଇସ୍ପାତ ଫିଟନେସ ପାଥ୍ ଠାରେ ଇସ୍ପାତ ଫିଟନେସ ଏଲାଇଟ ଗୃପ ତରଫରୁ ରଜ ମହୋତ୍ସବ ପାଳନ କରାଯାଇଛି।ଏଲାଇଟ ଗୃପର ବରିଷ୍ଠ ସଦସ୍ୟ ଡଃ ସୁମନ ଦତ୍ତଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଉରକେଲା ଇସ୍ପାତ କାରଖାନା ର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତଙ୍କୁ ରଜ ଉତ୍ସବ ଓ ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏହି ମହୋତ୍ସବ ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି କରି ଏକ ସୁସ୍ଥ ସମାଜ ଗଠନରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସହର ପ୍ରଶାସନର ସିଜିଏମ ଅଜୟ କୁମାର ନାୟକ, ଆଇଜିଏଚ ର ସିଏମଓ ଡାକ୍ତର ଲକ୍ଷ୍ମୀକାନ୍ତ ବିଶ୍ବାଳ, ପ୍ରୋଟୋକଲ୍ ସିଜିଏମ ବି.କେ.ରାଉତ,ଡିଏସପି ପି.କେ. ବିଶ୍ବାଳ,ବରିଷ୍ଠ ସଦସ୍ୟ ନିମାଇଁ ଚରଣ ରାୟ,ଚିନ୍ତାମଣି ମିଶ୍ର,ବିମାନ ମାଇତି, ଅମୂଲ୍ୟ ଚରଣ ବରାଳ,ଅବକାଶ ବେହେରା,ଗଙ୍ଗାଧର ପୁହାଣ,ପ୍ରଫୁଲ୍ଲ କୁମାର ଦାସ,ଅଜୟ ପୂଜାରୀ,ରାଜୁ ଯୋଶୀ,ମନୋରଞ୍ଜନ ପ୍ରଧାନ,ବିଷ୍ଣୁ ବେହେରା,କୈବଲ୍ୟ ସାହାଣୀ,ବ୍ରଜବଂଧୁ ତ୍ରିପାଠୀ,ସନ୍ତୋଷ ପଣ୍ଡା ଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥିଙ୍କ ସମେତ ସମସ୍ତଙ୍କ ମଧ୍ୟରେ ରଜ ପର୍ବ ର ବିଭିନ୍ନ ପ୍ରକାର ପିଠା ସହ ମିଷ୍ଟାନ୍ନ ଓ ରଜ ପାନ ବଣ୍ଟନ କରାଯାଇଥିଲା। କବି କୁଞ୍ଜବିହାରୀ ରାଉତ ଙ୍କ କବିତା ପାଠ ପରେ ଆବାହକ ଡଃ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ମୟୂରଭଞ୍ଜ – ସାନ୍ତାଳୀ ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମପୀଠ ଦାଣ୍ଡବୋଷ ଗ୍ରାମକୁ ବିଶ୍ବସ୍ତରୀୟ ତୀର୍ଥସ୍ଥଳୀ ପ୍ରତିଷ୍ଠା ଉଦ୍ୟମ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଖବରଦାତା ସମ୍ମିଳନୀ

Sunil Chandra Nayak

ମମତା ସାହୁ ଙ୍କ କବିତା ଆହେ ମହାଦେବ

Sunil Chandra Nayak

ସରକାର ଙ୍କ ବର୍ଷାଜଳ ସଂରକ୍ଷଣ ଚିନ୍ତା

Sunil Chandra Nayak

Leave a Comment

error: Content is protected !!