ଜୁନାଗଡ଼,୫/୭(ମ ନି ସ) ପୂଜ୍ୟ ଗୋପବନ୍ଧୁଙ୍କ ପୁଣ୍ୟ ସେବା ସପ୍ତାହ ଶେଷ ଦିନ ସନ୍ଧ୍ୟାରେ ସ୍ଥାନୀୟ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ସହରର ଅନେକ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଦଙ୍ଗାଘାଟପଡା ସ୍ଥିତ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ପ୍ରଦୀପ ପ୍ରଜ୍ବଳନ ଓ ମାଲ୍ୟାର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା । ପରେ ଉତ୍କଳ ମଣୀଙ୍କ ସ୍ମୃତି ଚାରଣ ତାଙ୍କ ସେବା କାର୍ଯ୍ୟର ଦିଗଦର୍ଶନ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ଉପନଗରପାଳ ହିମାଦ୍ରୀ ନାଏକ ,ଓକିଲସଙ୍ଘ ସମ୍ପାଦକ ହିମାଂଶୁ ବରାଡ଼,ସାମ୍ବାଦିକ ସଂଘ ଉପଦେଷ୍ଟା ସନ୍ତୋଷ ସିଂହଦେଓ, ଉତ୍କଳମଣି ସେବା ସଂସ୍ଥାର ସଭାପତି କୈଳାସ ରାଉତ, ସମ୍ପାଦକ ଉଦ୍ଧବ ସାହୁ, ଦାମ ବେହେର, ଅଜୟ ଦାସ ପାରିଷଦ ସଚିନ ଆନ୍ଦ।ନି, ଚକ୍ର ବାଗ, ହିମାଦ୍ରୀ ସିନ୍ଦୁର, କାନହୁ ବୈଠାରୁ, କୁନି ଶବର, ପ୍ରମୁଖଙ୍କ ସହ ସାମ୍ବାଦିକ ରବିଶୁନାନୀ ,ରାଜନି ମିଶ୍ର, ଅଦିତ୍ୟ ମହାନ୍ତି, ବିଭୁ ପ୍ରସାଦ ପାଢ଼ୀ, ରାଜେନ୍ଦ୍ର ପଣ୍ଡା ରାକେଶ ବେମାଲ ସ୍ୱେଚ୍ଛାସେବୀ ମନୋଜ ଧଙ୍ଗଡାମାଝି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଜୁନାଗଡ଼ ପ୍ରତିନିଧି ନରେନ୍ଦ୍ର କ୍ଷୀତି, ମୁକେଶ ଅଗ୍ରୱାଲଙ୍କ ତତ୍ୱବାଧାନରେ ଏହା ସମାପନ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସହରର ଅନେକ ଜନସାଧାରଣ ଉପସ୍ଥିତ ରହି ଥିଲେ।
ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ