ମୟୂରଭଞ୍ଜ- ୧୮/୭/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ବରିଷ୍ଠ ନେତା ଝାରପୋଖରୀଆ ଅଂଚଳର ଭାଗିରଥୀ ସିଂ(୫୮)ଙ୍କ ନିକଟରେ ଦେହାନ୍ତ ହୋଇଯାଇଛି । ଓଡ଼ିଶା ପ୍ରଦେଶ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଅଂଜନୀ ସୋରେନ, ସାଂଗଠନିକ ସଚିବ ଦୁବରାଜ ନାଗ, କେନ୍ଦ୍ରୀୟ କମିଟି ସଦସ୍ୟ ପବନ କୁମାର ,ଯୁବ ନେତା ସନାତନ ମୁଣ୍ଡା,ଏବଂ ଅନ୍ୟ ନେତୃବୃନ୍ଦ ସୋମବାର ଦିନ ଝାରପୋଖରୀଆ ଯାଇ ସ୍ବର୍ଗତ ଭାଗିରଥି ସିଂ ଙ୍କ ପରିବାର ବର୍ଗ ତଥା ତାଙ୍କ ପତ୍ନୀ ଙ୍କୁ ଭେଟି ସାନ୍ତ୍ଵନା ଦେବାସହ ଶ୍ରାଦ୍ଧ କର୍ମ ପାଇଁ ଆବଶ୍ୟକୀୟ ସାମଗ୍ରୀ ଓ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସ୍ବର୍ଗତ ଭାଗିରଥି ସିଂ ଜଣେ ଝାମୁମୋର ଟାଣୁଆ ନେତା ଥିଲେ ।ଜଣେ ପରୋଟକାରୀ ଓ ଅଂଚଳର ଦୁଃଖସୁଖର ସାଥି ଥିଲେ ।ଅଂଚଳର ବିକାଶ ପାଇଁ ସେ ସର୍ବଦା ଜନତାଙ୍କ ସମସ୍ୟା ନେଇ ଲଢ଼ୁଥିଲେ । ରାଜ୍ୟ ସଭାନେତ୍ରୀ ଅଂଜନୀ ସୋରେନ କହିଥିଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ଏକ ଟାଣୁଆ ନେତାକୁ ହରାଇଲା ।
ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ