ତେନ୍ତୁଳିଖୁଣ୍ଟି – ୨୭/୦୭/୨୨- ଇ ଡି କୁ ବିରୋଧୀଙ୍କୁ ଦମନ କରିବାକୁ ଶାସକ ଦଳ ବ୍ୟବହାର କରୁଥିବା ଭଳି ମନେ ହେଉଛି। ଗୋଟିଏ ମାମଲାର ତଦନ୍ତ ର ନିଷ୍କର୍ଷ ଇଡି ବର୍ଷାଧିକ କାଳ ବାହାର କରି ପାରୁନି। 2002 ରୁ ଏ ଯାବତ ଇ ଡି ମାତ୍ର 27 ଟି ମାମଲା ରେ ଦୋଷୀ କୁ ଦଣ୍ଡ ଦେଇ ପାରିଛି। ଅଥଚ ଗୋଟିଏ ମାମଲା ର ତଦନ୍ତ କୁ ବିଳମ୍ବିତ କରି ଜେରକରିବବା କୁ ଡାକି କୋର୍ଟ ରେ ଦୋଷୀ କରିବା ପୂର୍ବରୁ ମିଡିଆ ରେ ଦୋଷୀ ସଯାଇବାରେ ଲାଗିଛି ଇଡି । ବିଗତ ଦିନରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଙ୍କୁ ପାଞ୍ଚ ଦିନ କାଳ ଜେରା କରିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ। ସୋନିଆ ଗାନ୍ଧୀ ଙ୍କୁ ତିନି ଦିନ ହେବ ଜେରା କରୁଛି। ଜଣେ ରୋଗୀ ତଥା ବୟସ୍କ ମହିଳା ଙ୍କୁ ଅଯଥା ଇ ଡି ର ଅପ ବ୍ୟବହାରକରି ଜେରା ପ୍ରତିବାଦରେ ଜିଲ୍ଲା କଂଗ୍ରେସ ଅଁଳା ଭଟ୍ଟା ଠାରେ ସତ୍ୟା ଗ୍ରହ କରିଥିଲେ । ଏଥିରେ ଜିଲ୍ଲା ସଭାପତି ମୁନା ତ୍ରିପାଠୀ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପି ନାଗରତ୍ନ ମ,ଜିଲ୍ଲା ପରିଷଦ ସଭ୍ୟା ଲିପିକା ମାଝି, ଜିଲ୍ଲା କଂଗ୍ରେସ ଆଦିବାସୀ ସେଲ ସଭାପତି ଦିଲୀପ ପ୍ରଧାନୀ, ବୃନ୍ଦାବନ ତ୍ରିପାଠୀ,ପ୍ରହ୍ଲାଦ ହିଆ ଲ,କିଷାନ ହିଆ ଳ, ରମେଶ ପାତ୍ର ବାଘ,ଭୀମସେନ ପାଣିଗ୍ରାହୀ, ଦୁର୍ଲଭ ଗୌଡ଼ ସମେତ ଶତାଧିକ କର୍ମକର୍ତ୍ତା ସାମିଲ ଥିଲେ।
ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି ଙ୍କ ରିପୋର୍ଟ