ନବରଙ୍ଗପୁର —(ମସିହା)୧୬ ଅକ୍ଟୋବର ଉମରକୋଟ ଠାରେ ବଜରଙ୍ଗଦଳ ତରଫରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ବିଜେପି ର ବରିଷ୍ଠ ନେତା ଗୌତମ ସାମନ୍ତରାୟ ଏବଂ ହିନ୍ଦୁ ମହାସଂଘ ର ପ୍ରତିଷ୍ଠାତା ଜୟନ୍ତ କୁମାର ପାତ୍ର। କାର୍ଯ୍ୟକ୍ରମ ର ସମାପ୍ତି ପରେ ଗୌତମ ସାମନ୍ତରାୟ, ଜୟନ୍ତ କୁମାର ପାତ୍ର, ଅଶୋକ ପାତ୍ର, ନିଗମ ସାହୁ, ସର୍ବେଶ୍ଵର ତ୍ରିପାଠୀ ଏବଂ ଅନ୍ୟମାନେ ଉମରକୋଟ ଥାନା ଅଧିକାରୀ ଦୀପକ ଜେନା ଙ୍କୁ ସାକ୍ଷାତ କରି ବିଗତ ଦିନରେ ଏକ ଅଣ ହିନ୍ଦୁ ର ଶବ ସତ୍କାର କୁ ନେଇ ହୋଇଥିବା ବିବାଦ, ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରୁଥିବା ହିନ୍ଦୁ ଯୁବକ ମାନଙ୍କ ଉପରେ ଲାଠିମାଡ ଘଟଣା କୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଗୌତମ ସାମନ୍ତରାୟ ମାମଲା ର ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର ଘଟଣା ର ନିରପେକ୍ଷ ତଦନ୍ତ ନେଇ ସଂଦେହ ପ୍ରକାଶ କରିଥିଲେ। ସଂପୂର୍ଣ୍ଣ ସହଯୋଗ କରିବା ସହ ନିରପେକ୍ଷତା କୁ ଆଧାର କରି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଥାନାଧିକାରୀ ଜଣାଇ ଥିଲେ। ଦାବି ପୂରଣ ନହେଲେ ବିଭିନ୍ନ ହିନ୍ଦୁ ସଙ୍ଗଠନ ମଧ୍ୟରେ ସମନ୍ୱୟ ରକ୍ଷାକରି ଆଉ ଏକ ଆନ୍ଦୋଳନ ପାଇଁ ପ୍ରସ୍ତୁତ ରହିବାକୁ ହିନ୍ଦୁ ସଂଗଠନ ଗୁଡ଼ିକ ସମ୍ମତି ପ୍ରଦାନ କରିଥିବା ସୂଚନା ମିଳିଛି।
ନବରଙ୍ଗପୁର୍ ଜିଲ୍ଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ ମସିହା ନିୟୁଜ୍।