ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଇ ଟ୍ରକ ମୁହାଁମୁହିଁ ଧକା, ଜଣେ ଚାଳକ ମୃତ, ଜଣେ ଚାଳକ ଗୁରୁତର

ଢେଙ୍କାନାଳ, କାମାକ୍ଷାନଗର 19/7/22 ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥ ହାତୀଲୁଚାଣି ଛକ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା। ଜଣେ ଚାଲାକ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଚାଳକ ଜଣକ ଗୁରୁତର ହୋଇଛନ୍ତି | ମୃତକ ହେଲେ ହିନ୍ଦୋଳ ଅଞ୍ଚଳର ଅଜୁ ମହାପାତ୍ର ଓ ଗୁରତର ଜଣକ ହେଲେ ଅନୁଗୁଳ ଅଞ୍ଚଳର ତ୍ରିପୁର ସାହୁ। ସୂଚନା ମୁତାବକ ଉଭୟ ଟ୍ରକ ଦୁଇଟି ଗୋଟିଏ ତାଳଚେରରୁ କାମାକ୍ଷାନଗର ଅଭିମୁଖେ ଆସୁଥିବା ବେଳେ ଅନ୍ୟଟି ବିପରିତ ଦିଗରୁ କାମାକ୍ଷାନଗର ପଟୁ ତାଳଚେର ଅଭିମୁଖେ ଆସୁଥିଲା। ଉଭୟ ଗାଡି ଦୁଇଟି NH ୫୩ ହାତିଲୁଚାଣି ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ସ୍ଥାନିୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଉଭୟଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଅଜୁ ମହାପାତ୍ରଙ୍କୁ ମୃତ ଘୋଷଣା କରିଥିବା ବେଳେ ତ୍ରିପୁର ସାହୁଙ୍କ ଚିକିତ୍ସା ଯାରି ରହିଛି। ଏପଟେ ପୋଲିସ ରାସ୍ତାରୁ ଗାଡି ଦୁଇଟି ହଟାଇ ରାସ୍ତା ଖାଲି କରିବା ସହ ଅଧିକ ତଦନ୍ତ ଯାରିରଖିଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଆଜି ମନ ଖୋଲି କହିବି

Sunil Chandra Nayak

କଲେଜରେ ଦିଆଯିବ କରୋନା ଟିକା….

Sunil Chandra Nayak

ଚିଲିଗୁଡ଼ାରେ ଚୈତ୍ର ପର୍ବ ପାଳିତ

Sunil Chandra Nayak

Leave a Comment

error: Content is protected !!