ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା କାଉଡିବାଲା

      କାଉଡିବାଲା 

         ଶ୍ଯାମା ପ୍ରସାଦ୍ ବୋଷ୍ 

କାଉଡି ବାଲାଙ୍କ କାନ୍ଧରେ କାଉଡି
ତୁଣ୍ଡେ ପଞ୍ଚାକ୍ଷରୀ ନାମ 
ଜଳାଭିଷେକ ଟି କରିବା ପାଇଁ କି 
ଚାଲନ୍ତି ଶିବଙ୍କ ଧାମ । 
ବୋଲବୋମ୍ ଡାକେ ପଥ କ୍ଳାନ୍ତି ମିଣ୍ଟେ 
ଲାଘବ ହୁଅଇ ଶ୍ରମ 
ପଥ ପ୍ରାନ୍ତ ସତେ ଶିବାଳୟ ପରି 
ସୃଷ୍ଟି କରୁଥାଏ ଭ୍ରମ । 
କାଉଡିଆ ଭାଇ ଶିବ ନାମ ଧ୍ଯାଇ
ଚାଲରେ ଆଗକୁ ମାଡି 
ଯେତେ କଷ୍ଟ ହେଉ ମନେ ଭକ୍ତି ଥିଲେ 
ପ୍ରଭୁ ନେଇଯିବେ ଭିଡି । 
ଭକତିରେ ଜପ ଓଁ ନମଃ ଶିବାୟ 
ଶିବ କୃପା ଝରିଯିବ 
ଅସାଧ୍ୟ୍ଯ ପଥବି ଅତିକ୍ରମି ଯିବ 
ପ୍ରଭୁଙ୍କ ସୁଦୟା ଥିବ । 
କାଉଡିଆ ବାଲା କାଉଡିଆ ବାଲା 
କାଉଡି କାନ୍ଧେଇ ଯାଅ
ଶିବ ଲିଙ୍ଗ ପରେ ଜଳ ଅଭିଷେକେ 
ହୃଦେ ଧ୍ଯାନ ରଖି ଥାଅ । 

ଶ୍ଯାମା ପ୍ରସାଦ୍ ବୋଷ୍

ବେଗୁନିଁଆ , ମଲ୍ଲୀକ୍ ସାହି 
ଗୋପ୍ , ପୁରୀ 

Related posts

ଲତା ବେହେରା  ଙ୍କ କବିତା ଅତୀତ

Sunil Chandra Nayak

ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ, ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଆଦିବାସୀ ଙ୍କ ଶୋଭାଯାତ୍ରା

Sunil Chandra Nayak

ଶିକ୍ଷା ହିଁ ଆଲୋକ,ଆତ୍ମନିର୍ଭରଶୀଳ ନହେଲେ ଭାଷା ବଂଚାଇବା ଅସମ୍ଭବ

Leave a Comment

error: Content is protected !!