Uncategorizedଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା କାଉଡିବାଲା by Sunil Chandra NayakAugust 1, 2022078 Share0 କାଉଡିବାଲା ଶ୍ଯାମା ପ୍ରସାଦ୍ ବୋଷ୍ କାଉଡି ବାଲାଙ୍କ କାନ୍ଧରେ କାଉଡି ତୁଣ୍ଡେ ପଞ୍ଚାକ୍ଷରୀ ନାମ ଜଳାଭିଷେକ ଟି କରିବା ପାଇଁ କି ଚାଲନ୍ତି ଶିବଙ୍କ ଧାମ । ବୋଲବୋମ୍ ଡାକେ ପଥ କ୍ଳାନ୍ତି ମିଣ୍ଟେ ଲାଘବ ହୁଅଇ ଶ୍ରମ ପଥ ପ୍ରାନ୍ତ ସତେ ଶିବାଳୟ ପରି ସୃଷ୍ଟି କରୁଥାଏ ଭ୍ରମ । କାଉଡିଆ ଭାଇ ଶିବ ନାମ ଧ୍ଯାଇ ଚାଲରେ ଆଗକୁ ମାଡି ଯେତେ କଷ୍ଟ ହେଉ ମନେ ଭକ୍ତି ଥିଲେ ପ୍ରଭୁ ନେଇଯିବେ ଭିଡି । ଭକତିରେ ଜପ ଓଁ ନମଃ ଶିବାୟ ଶିବ କୃପା ଝରିଯିବ ଅସାଧ୍ୟ୍ଯ ପଥବି ଅତିକ୍ରମି ଯିବ ପ୍ରଭୁଙ୍କ ସୁଦୟା ଥିବ । କାଉଡିଆ ବାଲା କାଉଡିଆ ବାଲା କାଉଡି କାନ୍ଧେଇ ଯାଅ ଶିବ ଲିଙ୍ଗ ପରେ ଜଳ ଅଭିଷେକେ ହୃଦେ ଧ୍ଯାନ ରଖି ଥାଅ । ଶ୍ଯାମା ପ୍ରସାଦ୍ ବୋଷ୍ ବେଗୁନିଁଆ , ମଲ୍ଲୀକ୍ ସାହି ଗୋପ୍ , ପୁରୀ