ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଫୁଲ ,ଫଗୁଣ ଓ ମଳୟ

ଫୁଲ ,ଫଗୁଣ ଓ ମଳୟ

ଉପେନ୍ଦ୍ର କୁମାର ବସ୍ତିଆ

   
ଫଗୁଣ ଡାକିଲା ଫୁଲ ରାଣୀ ଆସ    
    ମଳୟ ଅଛିମୋ ସାଥିରେ 
ମନ ଭରି ତୁମେ ଝୁଲାରେ ଝୁଲିବ 
    ଗହଳିଆ ଲତା କୁଞ୍ଜରେ ।।
ଫୁଲରାଣୀ କୁହେ ପ୍ରସ୍ଫିଟିତ ମୁହିଁ 
    ଲାଗେ ମୋତେ ଭାରି ଡର 
ତୁମେ ଲୁଟିନେଲେ ମୋ ନବ ଯୌବନ 
    ଉଜିଡିବ ତନୁ ମୋର ।।
ସାଇତି ରଖିଛି ତନମନ୍ ମୋର 
    ପ୍ରିୟ ମଧୁ ଲିଟ ପାଇଁ 
ସେ ଯେବେ ଆସିବେ ମୋ ମଧୁ ଚୁମ୍ବିବେ 
    ଦଂଶନର ଜ୍ୱଳାଦେଇ ।।
ମତୁଆଲା ହୋଇ ହରଷେ ମଜିବୁ 
    କରିବୁ ପ୍ରୀତି ମାଜଣା 
ଦୁହେଁ ସାଥୀ ହୋଇ ଯିବୁ ତୁମ ପାଶେ 
    ଝୁଲିବା ଲାଗିଝୁଲଣା ।

ରାଉରକେଲା

Related posts

ଫୁଲବାଣୀ ପ୍ରେସକ୍ଲବ ଠାରେ ୧୫୬ ତମ ଓଡ଼ିଆ ସାମ୍ବାଦିକାତା ଦିବସ ପାଳନ

Sunil Chandra Nayak

ଲାଇଲମ ଘାଟୀରେ ଓଲଟିଲା ଲୁହାଛଡ ବୋଝେଇ ଟ୍ରଲର

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ମିଳନ

Sunil Chandra Nayak

Leave a Comment

error: Content is protected !!