ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲାରେ ଓଡିଶା ଷ୍ଟେଟ ହାଉସିଂ ବୋର୍ଡର କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଉ

ରାଉରକେଲା/ ସହର ବାସୀଙ୍କ ସୁବିଧା ନିମନ୍ତେ ରାଉରକେଲା ଠାରେ ଓଡିଶା ଷ୍ଟେଟ ହାଉସିଂ ବୋର୍ଡର କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଉ ବୋଲି ଏକ ସ୍ମାରକପତ୍ର ସହକାରୀ ପ୍ରଶାସନିକ ଅଧିକାରୀଙ୍କ ମାଧ୍ୟମରେ ସଚୀବଙ୍କ ନିକଟକୁ ପ୍ରଦାନ କରାଯାଇଛି। ଏସଂପର୍କରେ ସମାଜସେବୀ ବିମଳ ବିଶିଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଶତାଧିକ ବ୍ୟକ୍ତିଙ୍କ ସ୍ବାକ୍ଷରିତ ସମ୍ବଳିତ ଏକ ସ୍ମାରକପତ୍ର ସହକାରୀ ପ୍ରଶାସନିକ ଅଧିକାରୀ ସୂର୍ଯ୍ୟକାନ୍ତ ରାୟ ହସ୍ତରେ ଦିଆଯାଇଛି। ସୂଚନା ଯୋଗ୍ୟ ଯେ ୨୦୦୪ ମସିହା ପୂର୍ବରୁ ହାଉସିଂ ବୋର୍ଡର ଏକ କାର୍ଯ୍ୟଳୟ ବାସନ୍ତୀ କଲୋନୀ ଠାରେ କାର୍ଯ୍ୟକ୍ଷମ ଥିଲା। ଏହି କାର୍ଯ୍ୟାଳୟ ମାଧ୍ୟମରେ ସହରର ପ୍ରାୟ ୫ ହଜାରରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ବାସଗୃହ ଯୋଗାଇ ଦିଆଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ବିଭିନ୍ନ ସମସ୍ୟା ଭିତରେ ରହି କାର୍ଯ୍ୟାଳୟ ରୁଗ୍ଣ ଅବସ୍ଥାକୁ ଆସିବାରୁ ଏହାର ସମସ୍ତ କାର୍ଯ୍ୟକ୍ରମ ଭୁବନେଶ୍ବର ଠାରେ ପରିଚାଳିତ ହେଲା। ଫଳରେ ନୋ ଅବଜେକ୍ସନ, ନୋ ଡିଉ, ନୋ ଲ୍ୟାଣ୍ଡ ପ୍ରମାଣପତ୍ର ତଥା ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପାଇଁ ବାରମ୍ବାର ଭୁବନେଶ୍ବର ଦୌଡିବାକୁ ପଡିଲା। ଫଳରେ ୫ ଶହ ଟଙ୍କା ଖର୍ଚ୍ଚ ବଦଳରେ ୫ ହଜାର ଖର୍ଚ୍ଚ ହେଲା। ସହଜେ ଘର ନେଇଥିବା ବ୍ୟକ୍ତି ମାନେ ସଂପ୍ରତି ବାର୍ଦ୍ଧକ୍ୟରେ ତଥା ଦେହ ଅସୁସ୍ଥତା ଯୋଗୁଁ ଭୁବନେଶ୍ବର ଯିବା ସମ୍ଭବପର ହେଉନାହିଁ। ଯଦି ଏହି କାର୍ଯ୍ୟ ସବୁ ଏହିଠାରେ ହୁଅନ୍ତା ବା ଏଠିକାର କାର୍ଯ୍ୟାଳୟ ମାଧ୍ୟମରେ ହୁଅନ୍ତା ତେବେ ଉପଭୋକ୍ତା ମାନେ ଉପକୃତ ହେବା ସଂଗେ ସଂଗେ ଅଯଥା ଆର୍ଥିକ ଖର୍ଚ୍ଚାନ୍ତ ରୁ ବଂଚିତ ହୁଅନ୍ତେ। ଏଣୁ ଏଠାରେ ଥିବା ରୁଗ୍ଣ କାର୍ଯ୍ୟାଳୟ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଅନୁରୋଧ କରାଯାଇଛି। ଏନେଇ ସହକାରୀ ପ୍ରଶାସନିକ ଅଧିକାରୀ ଶ୍ରୀ ରାୟ କହିଛନ୍ତି ଯେ ଏହି କାର୍ଯ୍ୟ ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇ ସମସ୍ୟା ସମାଧାନ ନିମନ୍ତେ ଚେଷ୍ଟା କରାଯିବ। ହାଉସିଂ ବୋର୍ଡର ସଚିବ ସାଗରିକା ପଟ୍ଟନାୟକ ଏ ସଂପର୍କରେ କହିଛନ୍ତି ଯେ ଖୁବ୍ ଶିଘ୍ର ରାଉରକେଲାରେ ଏକ ୧୧ମହଲା ବିଶିଷ୍ଟ କାର୍ଯ୍ୟାଳୟ ସହ ବାସଗୃହ ନିର୍ମାଣ କରାଯାଇ କାର୍ଯ୍ୟାଳୟ କୁ କାର୍ଯ୍ୟକ୍ଷମ ଓ ଜନସାଧାରଣଙ୍କ ସମସ୍ୟାର ସମାଧାନ କରାଯିବା। ଏଥିପାଇଁ ସେ ଆସନ୍ତା ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ରାଉରକେଲା ଆସିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶ୍ରୀ ବିଶି ଜଣାଇଛନ୍ତି। ଆଜିର ଏହି ପ୍ରତିନିଧିମାନଙ୍କ ମଧ୍ୟରେ ସର୍ବଶ୍ରୀ ଅଜିତ ପୂଜାରୀ, ଆନନ୍ଦ ଚନ୍ଦ୍ର ମହାନ୍ତି,ନାରାୟଣ ଚନ୍ଦ୍ର ଜେନା,ଆର କେ ସେଠ୍,ରାକେଶ ମହାପାତ୍ର,ଅରୁଣ କୁମାର ପ୍ରଧାନ, ଏସ କେ ରାମା,ଭାସ୍କର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାରଘରଣୀ ଙ୍କ ବାର୍ଷିକ ଦଶହରା ପର୍ବ ସମ୍ପର୍ଣ୍ଣ…

Sunil Chandra Nayak

ଗୋଟିଏ ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡଲାଇନ ଓ ସମନିତ ଶିଶୁ ବିକାଶ ପ୍ରକଳ୍ପ

Sunil Chandra Nayak

ସଡକ ସୁରକ୍ଷା କୁ ନେଇ ଆମପାଣି ଠାରେ ରକ୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!