- ନବରଙ୍ଗପୁର -ଜିଲ୍ଲାରେ ବାଲ୍ୟବିବାହ କୁ ରୋକିବାନିମନ୍ତେ ଆଜି ସ୍ଥାନୀୟ ମିଶନଶକ୍ତି ସଭାଗୃହରେ ଠାରେ ଶିଶୁ ସୁରକ୍ଷା ୟୁନିଟ ,ସମାଜ କଲ୍ଯାଣ ବିଭାଗ ଓ ସ୍ୱେଛାସେବୀ ଅନୁଷ୍ଠାନ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଏକ ସମ୍ମନୟ ବୈଠକ ଅନୁଷ୍ଟିତ ହୋଇ ଯାଇଛି । ଜିଲ୍ଲା ରେ ପ୍ରଥମ ଥର କରି ଏହି ମିଳିତ ବୈଠକ ରେ ଜିଲ୍ଲାପାଳ ଡଃ ମିଶ୍ର ଅଧ୍ୟକ୍ଷତା କରି କହିଲେଯେ ଜିଲ୍ଲାରେ ପ୍ରତ୍ଯେକ ଶିଶୁ ମାନଙ୍କୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନ ର ବିଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି । ପ୍ରଶାସନ ଓ ସ୍ୱେଛାସେବୀ ଅନୁଷ୍ଠାନ ମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରଖି ଜିଲ୍ଲାରେ ସମସ୍ତ ଶିଶୁ ମାନ ଙ୍କୁ ସୁରକ୍ଷା ଦେବା ସହିତ ନବରଙ୍ଗପୁର ଜିଲ୍ଲା କୁ ବାଲ୍ୟ ବିବାହ ମୁକ୍ତ କରିବା ଦିଗରେ ଏହି ସମନ୍ଵୟ ବୈଠକ ସହାୟକ କରି ପାରିବ ବୋଲି ମତବ୍ୟକ୍ତ କରିଥିଲେ । ବାଲ୍ୟବିବାହ ପରି ସାମାଜିକ ବ୍ୟାଧି କୁ ରୋକିବା ନିମନ୍ତେ ପ୍ରଶାସନ ଓ ସ୍ୱେଛାସେବୀ ଅନୁଷ୍ଠାନ ମିଳିତ ଭାବରେ ଗ୍ରାମ ସ୍ତରରେ ବ୍ୟାପକ ଭାବରେ ଜନସଚେତନତା କରିବା ଦରକାର । ବାଲ୍ୟ ବିବାହ ହେଉଥିବା ଘଟଣାର ଆଇନ ଗତ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଥିବା ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଡ଼ଃ ମିଶ୍ର ନିର୍ଦେଶ ଦେଇଥିଲେ ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ବୈଠକ ପ୍ରାରମ୍ଭରେ ସୂଚନା ଦେଇ ସ୍ନେହ ଓ ବନ୍ଧନର ପ୍ରତୀକ ପୋଷ୍ୟ ସନ୍ତାନ ଗ୍ରହଣ ଓ ବାଲ୍ୟ ବିବାହ ରୋକିବା ନିମନ୍ତେ ପ୍ରଶାସନ କୁ ସ୍ୱେଛାସେବୀ ଅନୁଷ୍ଠାନ ମାନେ ସହଯୋଗ କରିବାକୁ ଅନୁରୋଧ କରିବା ସହିତ ଆଗାମୀ ଦିନରେ ଜିଲ୍ଲାର ଅର୍ଶ୍ରିବାଦ ଯୋଜନାରେ ଥିବା ସମସ୍ତ ହିତାଧିକାରୀ ଶିଶୁ ମାନଙ୍କୁ ସାମିଲି କରିବା ପାଇଁ ସୂଚନା ଦେଇଥିଲେ ।
ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ବୈଠକ ଉଦେଶ୍ୟ ଜ୍ଞାପନ କରିବା ସହିତ ଚଳିତ ବର୍ଷ ଜିଲ୍ଲାରେ ମୋଟ ୧୪୨ ଗୋଟି ବାଲ୍ୟବିବାହ କୁ ବନ୍ଦ କରାଯିବା ସହିତ ଜିଲ୍ଲାରେ କିଶୋର କିଶୋରୀ ମାନେ କମ ବୟସରେ ଉଦଲିଆ ଯିବାଦ୍ଵାର କମ ବୟସରେ ମାତୃତ୍ଵ ଲାଭ କରି ରକ୍ତହୀନତାର ଶିକାର ହେଉଥିବାର ବିଷୟରେ ବ୍ୟାପକ ଭାବରେ ଜନ ସଚେତନ କରିବା ପାଇଁ ପ୍ରଶାସନ ଓ ସ୍ୱେଛାସେବୀ ଅନୁଷ୍ଠାନ ମାନେ ମିଳିତ ଭାବରେ କାର୍ଯ୍ୟ କରିବା ନିମନ୍ତେ ମତବ୍ୟକ୍ତ କରିଥଲେ । ପରେ ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଶିଶୁ ଜିଲ୍ଲାରେ ହେଉଥିବା ବାଲ୍ୟ ବିବାହ ର କାରଣ ଓ ଏହାର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାରେ ନିଆଯାଇ ଥିବା ବିଭିନ୍ନ ପଦକ୍ଷେପ ତଥା ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟ କ୍ରମ ଉପରେ ବୈଠକରେ ଉପସ୍ଥାପନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଅବନୀ କୁମାର ତ୍ରିପାଠୀ , ଡାକ୍ତର ସୁକାନ୍ତ ଶତପଥୀ , ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ , ସହଶ୍ରମ ଅଧିକାରୀ ଗୋପାଳ କୃଷ୍ଣ ମଙ୍ଗରାଜ , ସହାୟକ ସମାଜ କଲ୍ଯାଣ ଅଧିକାରୀ ନରହରି ସିଂ ,ବାଲ୍ୟବିବାହ ନିଷେଧ ଅଧିକାରୀ, ସୁନିତା ଦେବୀ ତ୍ରିପାଠୀ ,ବିନୋଦିନୀ ପଟ୍ଟନାୟକ, ,ଗୀତା ମହାରଣା , ଶୈଳେନ୍ଦ୍ରି ମହାନଦ ,ସରୋଜିନୀ ରଥ ,ଏସେ ଗୀତା ,ଯମୁନା ଭତ୍ରା, ସୁପରଭାଇଜର ସସ୍ମିତା ମହାନ୍ତି ,ଗୀତାଞ୍ଜଳି ମିଶ୍ର ,ସଞ୍ଜୁକ୍ତା ବେହେରା ,ବବିତା ବେହେରା ,ମଞ୍ଜରି ଘୋଷ ଓ ଜିଲ୍ଲାରେ କାର୍ଯ୍ୟ କରୁଥିବା ୨୦ ଟି ସ୍ୱେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଆଲୋଚନାରେ ଅଂଶଗ୍ରହଣ କରି ପୋଷ୍ୟ ସନ୍ତାନ ଗ୍ରହଣର ଆଇନ ଗତ ପ୍ରକ୍ରିୟା ଏବଂ ବାଲ୍ୟ ବିବାହ ର ସମାପ୍ତ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ । ଶେଷରେ ଜିଲ୍ଲା ସଂଯୋଜକ ସୁକାନ୍ତ ପାତ୍ର, ଧନ୍ୟବାଦ ଅର୍ପଣ କରିଥିଲେ ।ମଧୁସୂଦନ ସାହୁ ନବରଙ୍ଗପୁର