ତୁମେ କୁଞ୍ଜପଦ
କୋଟି ଅର୍କ ତେଜ ଆହେ କୁଞ୍ଜପଦ
ଗିରିଜା ପ୍ରିୟନନ୍ଦନ
ଅବିଘ୍ନ ନାଶକ ମହାବିନାୟକ
ଭକତି ପ୍ରଣତି ଘେନ
ଚତୁର୍ଭୁଜେ ଶୋଭେ ପାଶ କୁ ଅଙ୍କୁସ
କରେ ସୁବର୍ଣ୍ଣ ଲିଖନ
କୋଟି ଅର୍କ ତେଜ ଆହେ କୁଞ୍ଜ ପଦ
ଗିରିଜା ପ୍ରିୟ ନନ୍ଦନ………………….
କେବେ ସୂକ୍ଷ୍ମ ରୂପ କେବେଟି ବିକଟ
କେବେପୁଣି ମହାମୁର୍ତ୍ତି
ବୁଦ୍ଧି ବିଦ୍ୟା ଜ୍ଞାନ କରଟି ପ୍ରଦାନ
ରହିଛି ତୁମର କୀର୍ତ୍ତି
ସର୍ଵଦେଵ ପୂଜ୍ୟ ପ୍ରଣମ ରମ୍ଭାୟ
ଆହେ ପ୍ରଭୁ ଗଜାନନ
କୋଟି ଅର୍କ ତେଜ ଆହେ କୁଞ୍ଜ ପଦ
ଗିରିଜା ପ୍ରିୟ ନନ୍ଦନ………………….
ତୁମ ଆଗମନେ ଶାରଦୀୟ ଋତୁ
ପାର୍ବଣ ର ମହାପର୍ବ
ଆହେ ଅଗ୍ରପୂଜ୍ୟ ଆହେ ଗଜକର୍ଣ୍ଣ
ଅହଂକାର କର ଖର୍ବ
ଅପସରି ଯାଉ ଅଜ୍ଞାନ କାଳୀମା
ଗାଇ ତୁମ ଜୟ ଗାନ
କୋଟି ଅର୍କ ତେଜ ଆହେ କୁଞ୍ଜ ପଦ
ଗିରିଜା ପ୍ରିୟ ନନ୍ଦନ……………….
ସିତାଂଶୁ ଜେନା