ଚୁଡ଼ାନ୍ତ ପର୍ଯ୍ୟାୟ ରେ ପ୍ରସ୍ତୁତି
ଧର୍ମଗଡ:୨୫/୯/୨୨: କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହର ରେ ପାର୍ବଣ ର ମାହୋଲ କ୍ରମଶଃ ଜମି ଜମି ଆସୁଛି । ମାଁ ଙ୍କ ସ୍ୱାଗତ ପାଇଁ ସହର ଏବେ ଉତ୍ସବ ମୁଖର ହୋଇ ଉଠିଛି । ଦୀର୍ଘ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁଁ ପୂଜା ଫିକା ପଡି ଥିବା ବେଳେ ଏ ବର୍ଷ ଯାକ ଜମକ ରେ ପୂଜା ହେବ ସେଥିପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ଥର ୬୩ ତମ ବର୍ଷ ରେ ପଦାର୍ପଣ କରୁଛି ଧର୍ମଗଡ ସହର ବସ୍ତି ପଡ଼ା ର ସର୍ବ ପୁରାତନ ସାର୍ବଜନୀନ ଶ୍ରୀ ଦୁର୍ଗାପୂଜା । ଦୁଇ ବର୍ଷ ହେବ କୋଭିଡ କଟକଣା ଯୋଗୁଁ ପୂଜା ଫିକା ପଡ଼ିଥିବା ବେଳେ ଏଥର ଧୁମ୍ ଧାମ ରେ ପୂଜା କରାଯିବା ନେଇ ପୂଜା କମିଟି ପକ୍ଷରୁ ସୂଚନା ରହିଛି । ୨୬ ତାରିଖ ସୋମବାର ଦିନ ବିଲ୍ଵ ବରଣ ରୁ ପୂଜାରମ୍ଭ ହୋଈ ୫ ତାରିଖ ଗ୍ରାମ ଦେବୀ ମାଁ ଭଣ୍ଡାର ଘରଣୀ ଙ୍କ ଦଶହରା ପୂଜା ପରେ ୬ ତାରିଖ ଦିନ ଭସାଣି ଉତ୍ସବ ସମାପନ ହେବ । ଚଳିତ ବର୍ଷ ମୂଖ୍ୟ ପୂଜକ ଭାବଗ୍ରାହୀ ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ସହକାରୀ ପୂଜକ ଅଖିଳ ପଣ୍ଡା ଓ ଭଗବାନ ପଣ୍ଡା ମାଁ ଙ୍କ ପୂଜାର୍ଚ୍ଚନା କରିବେ । ପ୍ରତ୍ୟହ ଚଣ୍ଡି ପାଠ ସହ ହବନ ପୂଜା କାର୍ଯ୍ୟ ନିର୍ବାହ ହେବାକୁ ଥିବା ବେଳେ କର୍ତ୍ତା ଭାବେ ଲଳିତ ମୋହନ ଅଗ୍ରୱାଲ ଓ ତାଙ୍କ ସହଧର୍ମିଣୀ ସରିତା ଅଗ୍ରୱାଲ କାର୍ଯ୍ଯ ସମ୍ପାଦନ କରିବେ । ବସ୍ତି ପଡ଼ା ପୂଜା କମିଟି ର ସଭାପତି ଦିନେଶ କୁମାର ଅଗ୍ରୱାଲ , ସମ୍ପାଦକ ପ୍ରଦୀପ କୁମାର ନାଏକ (ସାନ) ଓ କୋଷାଧ୍ୟକ୍ଷ ଅନିଲ କୁମାର ଅଗ୍ରୱାଲ ଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନା ହେବ । ସୁଦୂର ପଶ୍ଚିମବଙ୍ଗ କଲିକତା ର ମୂର୍ତ୍ତି କାରିଗର ଉଦୟ ପାଲ ଓ ସାଥୀ ଚଳିତ ବର୍ଷ ମାଁ ଦୂର୍ଗା ତଥା ପାର୍ଶ୍ଵ ଦେବା ଦେବୀ ଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ କରିଥିବା ବେଳେ ମଣ୍ଡପ ସାଜ ସଜ୍ଜା ପରଦେଶୀ ସୁନାନୀ ଙ୍କ ଟିମ୍ କରୁଛି । ବସନ୍ତ ନାଏକ (କେଲିଆ) ଙ୍କ ଦ୍ଵାରା ସଦୃଶ୍ୟ ତୋରଣ ନିର୍ମାଣ ସହ ଉଜ୍ଜଳ ଆଲୋକ ସଜ୍ଜା କାମ ଆଗେଇ ଚାଲିଛି । ବିଜୟା ଦଶମୀ ପରଦିନ ଗ୍ରାମ ର ଆରାଧ୍ୟ ଦେବୀ ମାଁ ଭଣ୍ଡାର ଘରଣୀ ଙ୍କ ପୀଠ ରେ ଦଶରା ପୂଜା ସମ୍ପନ୍ନ ହେବା ପରେ ଭସାଣି ଯାତ୍ରା ହେବ । ନବ ଦିନାତ୍ମକ ପୂଜା ର ବିଭିନ୍ନ ଦିନ ମାନଙ୍କ ରେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ରହି ଥିବା ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍