ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାଁ ଦଶହରାରେ ରାତିରେ ଜମୁଛି ଜୁଆ ଖେଳ , ପୋଲିସ ପ୍ରସାଶନର ଦୃଷ୍ଟି ପଡୁ 

ସର୍ବହରା ହେଉଛନ୍ତି ନିରୀହ ଆଦିବାସୀ 

ମହିଳାଙ୍କ ମଧ୍ୟରେ ଅସନ୍ତୋଷ 

ରାଇଘର ୦୮:୧୦:୨୨- ଦଶହରା ସରିଲା କିନ୍ତୁ ନବରଙ୍ଗପୁର ଜିଲ୍ଲା ଛତିଶଗଡ ସୀମାନ୍ତ ରାଇଘର ବ୍ଲକରେ ଆରମ୍ଭ ହୋଇ ଯାଇଛି ଗାଁ ଦଶହରା l ବ୍ଲକ୍ ର ୨୬ ଗୋଟି ପଞ୍ଚାୟତରେ ସାପ୍ତାହିକ ହାଟ ଦିନ ଅନୁଷ୍ଠିତ ହୁଏ ଗ୍ରାମ ଦଶହରା l ମଣ୍ଡେଇ ଭଳି ଆୟୋଜନ ହୋଇ ଆସୁଥିବା ଗାଁ ଦଶହରାରେ ଜମୁଛି ଜୁଆ ଖେଳ ଫଳରେ ସ୍ଥାନୀୟ ଗ୍ରାମବାସୀ ସର୍ବହରା ହେବା ସହ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ବାତାବରଣ ସୃଷ୍ଟି ହେବାରେ ଲାଗିଛି l ସବିଶେଷ ଖବରରୁ ପ୍ରକାଶ ଯେ – ରାଇଘର ବ୍ଲକର ୨୬ ଗୋଟି ପଞ୍ଚାୟତର ଗ୍ରାମାଞ୍ଚଳର ହାଟ ବଜାରରେ ଜୁଆ ଖୁଡୁଖୁଡି ଖେଳ ଚାଲିଥିବା ବେଳେ ଅଞ୍ଚଳବାସୀ ଉକ୍ତ ଖେଳ ଦ୍ବାରା ସର୍ବହରା ହେଉଛନ୍ତି l ଜିଲ୍ଲା ପୋଲିସ ପ୍ରଶାସନର ନିର୍ଦ୍ଦେଶ କ୍ରମେ ରାଇଘର ଓ କୁନ୍ଦେଇ ପୋଲିସ ପକ୍ଷରୁ ଚଢାଉ କରାଯାଇ କିଛି ଜଣଙ୍କୁ ଗିରଫ କରାଯାଇଥିଲା କିନ୍ତୁ ପରବର୍ତୀ ସମୟରେ ବର୍ତମାନ ପ୍ରତେକ ହାଟରେ ଜୁଆ ଖେଳ ଖୁଲମ୍ ଖୁଲା ଚାଲିଛି l ପୋଲିସ ପେଟ୍ରୋଲିଂ କଡାକଡ଼ି ସହ ଜୁଆ ଖେଳ କିଭଳି ସମ୍ପୁର୍ଣ ରୂପେ ବନ୍ଦ ହେବ ସେଥି ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକତା ରହିଛି l ଅନ୍ୟପଟେ ପୋଲିସ୍ ଭୟରେ ଜୁଆ ଦଲାଲ ଖେଳ ବନ୍ଦ କରିବା ବଦଳରେ ଖୁଲମ୍ ଖୁଲା ଚଲାଇଛନ୍ତି l ଗ୍ରାମାଞ୍ଚଳରେ ଜୁଆ ଖୁଡୁଖୁଡି ଖେଳ ବୃଦ୍ଧି ପାଇବାରେ ଲାଗିଛି l ବର୍ତମାନ ଗାଁ ଦଶହରାରେ ବାହାରୁ ଦଲାଲ୍ ଆସି ଖେଳ ଆୟୋଜନ କରୁଥିବା ଜଣାପଡ଼ିଛି l ବିଳମ୍ବିତ ରାତିରେ ଏହି ଖେଳ ହେଉଥିବା ବେଳେ ପୋଲିସ ଭୟରେ ଗ୍ରାମ ଠାରୁ ଅଳ୍ପ ଦୂରରେ ଜଂଗଲ ମଧ୍ୟରେ ଖେଳ ଆୟୋଜନ ହେଉଛି l ଉକ୍ତ ଖେଳ ରାଇଘର ବ୍ଲକରେ ଲୋକଙ୍କୁ ସର୍ବହରା କରୁଥିବା ବେଳେ ଏଥି ପ୍ରତି ପୋଲିସ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକତା ରହିଛି l ଅପରପକ୍ଷରେ କିଛି ଦଲାଲ୍ ଏହି ଜୁଆ ଖେଳରେ ଲିପ୍ତ ରହି ସ୍ଥାନ ପରିବର୍ତନ କରି ଖେଳ ଆୟୋଜନ କରୁଥିବା ବେଳେ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ବାତାବରଣ ସୃଷ୍ଟି ହୋଇଛି l ଦଶହରା ସମାପ୍ତ ପରେ ଆଦିବାସୀ ପରମ୍ପରା ଅନୁଯାୟୀ ଗ୍ରାମାଞ୍ଚଳରେ ସ୍ବତନ୍ତ୍ର ଭାବେ ଗାଁ ଦଶହରା ପୁଜା ହେଉଥିବା ବେଳେ ଏହାକୁ ଟାର୍ଗେଟ କରି ମଣ୍ଡେଇ ମଞ୍ଚ ଠାରେ ଜୁଆ ଦଲାଲ ଖୁଡୁଖୁଡି ଖେଳ କରାଇ ଆଦିବାସୀଙ୍କୁ ଶୋଷଣ କରୁଥିବା ଜଣାପଡ଼ିଛି l ଜିଲ୍ଲା ପୋଲିସ ପ୍ରଶାସନ ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

 

Related posts

କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ବିଭିନ୍ନ ସମସ୍ୟା ନେଇ ସୂଚନା ଓ  ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦିପ ଅମାତଙ୍କ ସହ ଆଲେଚନା 

Sunil Chandra Nayak

ଦଣ୍ଡପାଟ ଅଞ୍ଚଳରେ ଦାଦନ ଙ୍କ କରୁଣ କାହାଣୀ , ଗାଁ କୁ ଫେରିଲା ପୁଣି ଏକ ଦାଦନ ଶ୍ରମିକ ଙ୍କ ମୃତ ଦେହ

Sunil Chandra Nayak

ଡାବୁଗାଁ ରେ ମା ଦୂର୍ଗାଙ୍କ ଅଷ୍ଟମୀ ପୂଜା

Sunil Chandra Nayak

Leave a Comment

error: Content is protected !!