ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାଁ ଦଶହରାରେ ରାତିରେ ଜମୁଛି ଜୁଆ ଖେଳ , ପୋଲିସ ପ୍ରସାଶନର ଦୃଷ୍ଟି ପଡୁ 

ସର୍ବହରା ହେଉଛନ୍ତି ନିରୀହ ଆଦିବାସୀ 

ମହିଳାଙ୍କ ମଧ୍ୟରେ ଅସନ୍ତୋଷ 

ରାଇଘର ୦୮:୧୦:୨୨- ଦଶହରା ସରିଲା କିନ୍ତୁ ନବରଙ୍ଗପୁର ଜିଲ୍ଲା ଛତିଶଗଡ ସୀମାନ୍ତ ରାଇଘର ବ୍ଲକରେ ଆରମ୍ଭ ହୋଇ ଯାଇଛି ଗାଁ ଦଶହରା l ବ୍ଲକ୍ ର ୨୬ ଗୋଟି ପଞ୍ଚାୟତରେ ସାପ୍ତାହିକ ହାଟ ଦିନ ଅନୁଷ୍ଠିତ ହୁଏ ଗ୍ରାମ ଦଶହରା l ମଣ୍ଡେଇ ଭଳି ଆୟୋଜନ ହୋଇ ଆସୁଥିବା ଗାଁ ଦଶହରାରେ ଜମୁଛି ଜୁଆ ଖେଳ ଫଳରେ ସ୍ଥାନୀୟ ଗ୍ରାମବାସୀ ସର୍ବହରା ହେବା ସହ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ବାତାବରଣ ସୃଷ୍ଟି ହେବାରେ ଲାଗିଛି l ସବିଶେଷ ଖବରରୁ ପ୍ରକାଶ ଯେ – ରାଇଘର ବ୍ଲକର ୨୬ ଗୋଟି ପଞ୍ଚାୟତର ଗ୍ରାମାଞ୍ଚଳର ହାଟ ବଜାରରେ ଜୁଆ ଖୁଡୁଖୁଡି ଖେଳ ଚାଲିଥିବା ବେଳେ ଅଞ୍ଚଳବାସୀ ଉକ୍ତ ଖେଳ ଦ୍ବାରା ସର୍ବହରା ହେଉଛନ୍ତି l ଜିଲ୍ଲା ପୋଲିସ ପ୍ରଶାସନର ନିର୍ଦ୍ଦେଶ କ୍ରମେ ରାଇଘର ଓ କୁନ୍ଦେଇ ପୋଲିସ ପକ୍ଷରୁ ଚଢାଉ କରାଯାଇ କିଛି ଜଣଙ୍କୁ ଗିରଫ କରାଯାଇଥିଲା କିନ୍ତୁ ପରବର୍ତୀ ସମୟରେ ବର୍ତମାନ ପ୍ରତେକ ହାଟରେ ଜୁଆ ଖେଳ ଖୁଲମ୍ ଖୁଲା ଚାଲିଛି l ପୋଲିସ ପେଟ୍ରୋଲିଂ କଡାକଡ଼ି ସହ ଜୁଆ ଖେଳ କିଭଳି ସମ୍ପୁର୍ଣ ରୂପେ ବନ୍ଦ ହେବ ସେଥି ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକତା ରହିଛି l ଅନ୍ୟପଟେ ପୋଲିସ୍ ଭୟରେ ଜୁଆ ଦଲାଲ ଖେଳ ବନ୍ଦ କରିବା ବଦଳରେ ଖୁଲମ୍ ଖୁଲା ଚଲାଇଛନ୍ତି l ଗ୍ରାମାଞ୍ଚଳରେ ଜୁଆ ଖୁଡୁଖୁଡି ଖେଳ ବୃଦ୍ଧି ପାଇବାରେ ଲାଗିଛି l ବର୍ତମାନ ଗାଁ ଦଶହରାରେ ବାହାରୁ ଦଲାଲ୍ ଆସି ଖେଳ ଆୟୋଜନ କରୁଥିବା ଜଣାପଡ଼ିଛି l ବିଳମ୍ବିତ ରାତିରେ ଏହି ଖେଳ ହେଉଥିବା ବେଳେ ପୋଲିସ ଭୟରେ ଗ୍ରାମ ଠାରୁ ଅଳ୍ପ ଦୂରରେ ଜଂଗଲ ମଧ୍ୟରେ ଖେଳ ଆୟୋଜନ ହେଉଛି l ଉକ୍ତ ଖେଳ ରାଇଘର ବ୍ଲକରେ ଲୋକଙ୍କୁ ସର୍ବହରା କରୁଥିବା ବେଳେ ଏଥି ପ୍ରତି ପୋଲିସ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକତା ରହିଛି l ଅପରପକ୍ଷରେ କିଛି ଦଲାଲ୍ ଏହି ଜୁଆ ଖେଳରେ ଲିପ୍ତ ରହି ସ୍ଥାନ ପରିବର୍ତନ କରି ଖେଳ ଆୟୋଜନ କରୁଥିବା ବେଳେ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ବାତାବରଣ ସୃଷ୍ଟି ହୋଇଛି l ଦଶହରା ସମାପ୍ତ ପରେ ଆଦିବାସୀ ପରମ୍ପରା ଅନୁଯାୟୀ ଗ୍ରାମାଞ୍ଚଳରେ ସ୍ବତନ୍ତ୍ର ଭାବେ ଗାଁ ଦଶହରା ପୁଜା ହେଉଥିବା ବେଳେ ଏହାକୁ ଟାର୍ଗେଟ କରି ମଣ୍ଡେଇ ମଞ୍ଚ ଠାରେ ଜୁଆ ଦଲାଲ ଖୁଡୁଖୁଡି ଖେଳ କରାଇ ଆଦିବାସୀଙ୍କୁ ଶୋଷଣ କରୁଥିବା ଜଣାପଡ଼ିଛି l ଜିଲ୍ଲା ପୋଲିସ ପ୍ରଶାସନ ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

 

Related posts

ବାଲାଜି ସେଠୀ ଙ୍କ କବିତା ତୁମେ ଅଛ ବୋଲି 

Sunil Chandra Nayak

ଧରାପଡିଲେ ଚୋରଦଳ ମଟର ସାଇକେଲ ଉଦ୍ଧାର ପାଞ୍ଚ ଅଭିଯୁକ୍ତ କୋର୍ଟ ଚାଲାଣ

Sunil Chandra Nayak

ମିନି ବିଜ୍ଞାନମେଳାରେ ମୁଖ୍ୟ ଅତିଥି ହେଲେ ନାରାୟଣ ଚନ୍ଦ୍ର ସେନାପତି

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort