ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଆଶାର କୌମୁଦୀ

ଆଶାର କୌମୁଦୀ

       ଜ୍ୟୋତ୍ସ୍ନା ରାଣୀ ଦେବୀ

ଆଶାର କୌମୁଦୀ ଫୁଟି ବାସିଲାଣି ଜଳମୁନ୍ଦେ ଦେଇ ଦେଖ
ଧରିବାକୁ ଜହ୍ନ ଉଠିବ ଫୁଟିବ ହେଉ ଅବା ଯେଉଁ ପକ୍ଷ ।
     ନିରାଶାର ରାତ୍ରି ନାହିଁ
ଆଲୋକରୁ ଝରେ ସ୍ନିଗ୍ଧ ଶିଶିର ଆବାହନୀ ଗୀତ ଗାଇ ।
ଅସ୍ତାଚଳୁ ରବି ହଟି ତ ଗଲେଣି ହସିଲାଣି ସଂଜଦୀପ
ମୁକୁଳିତ ଏବେ ସୁନୀଳ ପାଖୁଡ଼ା ତାରାଫୁଲ ଆରପାଖ 
     ଊର୍ଦ୍ଧ୍ଵ ଗଗନେ ଚାହିଁ
ଲକ୍ଷ୍ୟ ସାକାରେ ସମୀରଣ ସୁରେ ନିଦେ ପଡିନି ଶୋଇ ।
ନିମିଳ ନୟନେ ସୁରଭିତ ତନେ କାସାର ଆଧାର ଶୋହି
ମରାଳବାହିନୀ ମୁଗ୍ଧ ମନୋରମ ତା’ ସାଥେ ଖେଳନ୍ତି ରହି
     ଉତ୍ତମ ସଙ୍ଗେ ବେଭାର
ନୀଚଗତି ତେଜି ଉଚ୍ଚମନା ତୋଳେ ମନ୍ତ୍ରିତ ମହାସ୍ଵର ।
ପଙ୍କିଳ ଛନ୍ଦେ ଆବେଶ ନ ହୋଇ ସ୍ଵକୀୟ ଚେତନା ବଳେ
ଆଲୋକ ଧାରାରେ ସ୍ନିଗ୍ଧ ମୁକୁରରେ ଦେଖିବାକୁ ଛବି ଡୋଳେ
       ଇପ୍ସିତ ବାସନା ପୂର୍ଣ୍ଣ
କରିବାର ପଥେ ଆଡେଇ ଚାଲିଛି ଧୂମାଳ ଧୂମ୍ରାଭ ଘନ ।
କେତେଦୂରେ ବିଧୁ , ତଥାପି ହଟିନି ବିଚ୍ୟୁତ କରି ପଥ
ଅଭିସାର ରଚି ମୁଗ୍ଧ ଶୃଙ୍ଗାରେ ଅନାଇ ଟେକିଛି ମାଥ
      ଅଭିମନ୍ତ୍ରିତ କରି
କୋଟିକୋଟି ପ୍ରାଣେ ଭରୁଛି ବାରତା ହତାଶେ ନ ଯାଅ ଝରି ।

      ବ୍ରହ୍ମପୁର, ଗଂଜାମ

Related posts

କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ରାଜ୍ୟ ରେ ଶ୍ରେଷ୍ଠ ସଭାପତି ଭାବେ ସମ୍ବର୍ଦ୍ଧିତ

ଶକ୍ତିଦା ବିଷୋୟୀ ଙ୍କ କବିତା ଘର ପରିବାର ସରଗପୁର

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ

Sunil Chandra Nayak

Leave a Comment

error: Content is protected !!