ତେନ୍ତୁଳିଖୁଣ୍ଟି ୨୨/୧୧/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ହିର୍ଲିଆଗୁଡା ଗ୍ରାମ ର ଧରମା ବିଷୋୟୀ ର 3 ଏକର,ସଦାଶିବ ହରିଜନ ଓ ମଦନ ହରିଜନ ଦୁଇ ଭାଇର 5 ଏକର ଫସଲ ରେ ନିଆଁ ଲାଗି ନଷ୍ଟ ହୋଇଯାଇଛି। ଏହି ନିଆଁ ମଧ୍ୟ ରାତି ରେ ଲାଗିଥିବା ଜଣା ପଡିଛି।ଧାନ କାଟି ଅମଳ ପାଇଁ ରଖି ଥିବା ବେଳେ ଏଭଳି ଅଘଟଣ ଘଟିଛି। ଥଣ୍ଡା ପାଇଁ ନିଆଁ ସେକ ନେବା ସ୍ଥାନରୁ ଅବା ଧୂମପାନ କାରୀ ଙ୍କ ବେପରୁଆ କାର୍ଯ୍ୟ ଯୋଗୁଁ ନିଆଁ ଲାଗିଥିଲା ଜଣା ପଡିନି। ନିଆଁ କୁ ଚାଷୀ ଓ ତାଙ୍କ ସହଯୋଗୀ ସାଥିଆୟତ୍ତ ପାଇଁ ଚେଷ୍ଟା କରୁଥିବା ବେଳେ ତେନ୍ତୁଳିଖୁଣ୍ଟି ଅଗ୍ନିଶମ କର୍ମଚାରୀ ଆସି ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ। ଏହା କୌଣସି ଦୂର୍ବୁତ୍ତ ଙ୍କ କାମ ବୋଲି ଅଭିଯୋଗ କରି ତେନ୍ତୁଳିଖୁଣ୍ଟି ଥାନାର ଦ୍ୱାରସ୍ଥ ହୋଇ ଥିବା ଜଣାପଡିଛି। ଚାଷୀ ମାନଙ୍କ ଅର୍ଦ୍ଧାଧିକ ଫସଲ ନଷ୍ଟ ହୋଇଛି। ଗରୀବ ଚାଷୀ ଋଣ କରି କରିଥିବା ଅମଳ କ୍ଷତି ହୋଇଥିବାରୁ ଦୁଇ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହେଉଛି।
ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି