ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରକଳା ଦେବୀ ଙ୍କ କବିତା “ଉତ୍କଳୀୟ ପରମ୍ପରାରେ ଲକ୍ଷ୍ମୀ ପୂଜନ”

“ଉତ୍କଳୀୟ ପରମ୍ପରାରେ ଲକ୍ଷ୍ମୀ ପୂଜନ”

ଚନ୍ଦ୍ରକଳା ଦେବୀ

ଓଡ଼ିଆ ସଂସ୍କୃତି ଆମ ପରମ୍ପରା
ଜଗତେ ଅଟେ ନିଆରା,
ବାରମାସେ ତେର ପରବ ପାଳନେ
ହସି ଉଠୁଥାଏ ଧରା ||
ମାର୍ଗଶିର ମାସେ ଲକ୍ଷ୍ମୀଙ୍କ ପୂଜନ
ହୁଏ ପ୍ରତି ଗୁରୁବାର
ଘରର ଘରଣୀ ସଅଳ ଉଠିଣ
ଲିପାପୋଛା ଘରଦ୍ୱାର ||
ସ୍ନାନାଦି ସକଳ ନିତ୍ୟକର୍ମ ସାରି
ଝୋଟି ଆଙ୍କେ ଆସ୍ଥାନରେ
ପଦ୍ମଫୁଲ ସାଥେ ଲକ୍ଷ୍ମୀ ପାଦପଦ୍ମ
କରଇ ବଡ଼ ସୁନ୍ଦରେ ||
ଧୂପ ନଇବେଦ୍ୟ କରଇ ଅର୍ପଣ
ଵିଧି ଆଉ ବିଧାନରେ
ତିନି ପାଳି ପୂଜି ଚତୁର୍ଥ ପାଳିକୁ
ମାଣବସା ପର୍ବ ପାଳେ ||
ରାତ୍ରିର ଚତୁର୍ଥ ପ୍ରହରୁ ଉଠିଣ
ଘରଦ୍ୱାର ଲିପି ପୋଛି
ସ୍ନାନଶୌଚ ଆଦି ନିତ୍ୟକର୍ମ ସାରି
ଝୋଟିଚିତା ଆଙ୍କେ ବସି ||
ନାନାବିଧ ପିଠା ଘରେ ସେ କରଇ
ଲକ୍ଷ୍ମୀଙ୍କ ଆସ୍ଥାନେ ରଖେ
ମାଆଙ୍କୁ ସଜାଏ ଖଟୁଲି ଉପରେ
ନାନାବିଧ ଫୁଲ ସାଥେ ||
ଶୁକଳ ଧାନକୁ ମାଣରେ ପୂରାଇ
ଧାନ ବେଣ୍ଟି ରଖେ ପାଖେ
ଧାନମାଣ ପରେ ଗୁଆ ତିନିଗୋଟି
ଯତନେ ସଜାଇ ରଖେ ||
ଆଖୁ ମୂଳା, କ୍ଷୀର କଦଳୀ ସାକର
ପଞ୍ଚାମୃତ ରଖେ ନେଇ
ଧୂପ ଦୀପ ନଇବେଦ୍ୟ ଅରପିଣ
ପୂଜା ବହି ପଢିଥାଇ ||
ପ୍ରଥମରେ ବାଳ ଧୂପ ସେ ଦିଅଇ
ତାପରେ ଶଙ୍ଖୁଡି ଭୋଗ
ଵିଧି ବିଧାନରେ ତିନି ଧୂପ ଦେଇ
ପୂଜେ ଲକ୍ଷ୍ମୀ ପାଦ ପଦ୍ମ ||
ଜୟ ମହାଲକ୍ଷ୍ମୀ ମା’ଲୋ ଅନ୍ନପୂର୍ଣ୍ଣା
ଜଗତ ରକ୍ଷା କାରିଣୀ
ଦୁଃଖି ରଙ୍କି କେହି ସଂସାରେ ନରହୁ
କରୁଣାକର ଜନନୀ ||

ବନ୍ଧୁଗାଁ,କୋରାପୁଟ

Related posts

ଶୁଭ୍ରାଂଶୁ ଶେଖର ପାଢୀ ଙ୍କ କବିତା ଅକ୍ଷୟ ତୃତୀୟା

ଅପର୍ତ୍ତି ସେଠୀ ଙ୍କ କବିତା ଓଃ କି ଭକ୍ତି !!

Sunil Chandra Nayak

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଗୋତୋମୁଣ୍ଡାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!