ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଅନ୍ତେବାସୀ ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା କୁ ନେଇ ପ୍ରଶ୍ନବାଚୀ ? ଅଗ୍ନିଶମ ସୁରକ୍ଷା ଅନୁମତି ବିନା ଚାଲିଛି ବିଦ୍ୟାଳୟ ଛାତ୍ରୀ ଓ ଛାତ୍ରାବାସ !

ରକ୍ଷଣାବେକ୍ଷଣ ଅଭାବ ରୁ ପାଚେରୀ ଭାଙ୍ଗିଲା 

ତେନ୍ତୁଳିଖୁଣ୍ଟି ୦୭/୧୨ /୨୨/ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ରେ ଅନ୍ତେବାସୀ ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ବିଦ୍ୟାଳୟ ପରିଚାଳନା କର୍ତ୍ତୃପକ୍ଷ ଛାତ୍ରଛାତ୍ରୀ ତଥା ଅନ୍ତେବାସୀ ଙ୍କ ସୁରକ୍ଷା ପାଇଁ ଓ ବାହାର ଜନ୍ତୁ ଆଦିର ପ୍ରବେଶ ରୋକିବାକୁ ପାଚେରୀ ନିର୍ମିତ ଅଛି, କିନ୍ତୁ ନିମ୍ନମାନର ହେଉ ବିପଦଶଙ୍କୁଳ ଅବସ୍ଥା ରେ ଥିବା ପାଚେରୀ ଯାଞ୍ଚ ହୋଇ ନଥିବାରୁ ପାଚେରୀ ଭୁସିଡିଛି ।ବିଦ୍ୟାଳୟ ର ଛାତ୍ରା ବାସ ର ଅନ୍ତେବାସୀ ପାଚେରୀ ଡେଇଁ ପୋଖରୀ କୁ ଗାଧୋଇବାକୁ ଯାଇ ଜନୈକ ଅନ୍ତେବାସୀ ଙ୍କ ମୃତ୍ୟୁ ପରେ ମଧ୍ୟ ପାଚେରୀ ଗୁଡିକ ଯାଞ୍ଚ ନ କରିବା କର୍ତ୍ତୃପକ୍ଷ ଙ୍କ ନୀରବତା ଓ ବେପରୁଆ ମନୋଭାବ ସୁଚାଉଛି।ସେହି ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ ବ୍ଲକ ଶିକ୍ଷା ଅଧିକାରୀ ତଦନ୍ତ କରିଥିଲେ। କଣ ସେମାନେ ମଧ୍ୟ ପାଚେରୀ ର ସ୍ଥିତି ଦେଖିନଥିଲେ? ଯଦି କେହି ଛାତ୍ରଛାତ୍ରୀ ଉକ୍ତ ପାଚେରୀ ଆଡେ ଯାଇଥାନ୍ତେ ଭୁଶୁଡି ଥାନ୍ତା ଏଥି ପ୍ରତି ଯତ୍ନବାନ ନହେବା କର୍ତ୍ତୃପକ୍ଷ ସୁରକ୍ଷା ବିଷୟକୁ ଗୁରୁତ୍ଵ ଦେଉନଥିବା ଅଭିଯୋଗ ହେଉଛି । ବିଦ୍ୟାଳୟ ଛାତ୍ରାବାସ ଓ ଛାତ୍ରୀ ନିବାସ ରେ ଶହେ ରୁ ଶହେ ପଚାଶ ଛାତ୍ର ଛାତ୍ରୀ ରଖିବା ପାଇଁ ଅନୁମତି ଥିବା ବେଳେ ତା ଠାରୁ ଅଧିକ ପ୍ରାୟ 260 ଛାତ୍ର ଛାତ୍ରୀ ଏହି ବିଦ୍ୟାଳୟ ହଷ୍ଟେଲ ରେ ରହୁଥିବା ଦେଖା ଯାଇଛି। ସେମାନଙ୍କ ସୁରକ୍ଷା ନେଇ ଏବେ ପ୍ରଶ୍ନ ସୃଷ୍ଟି ହେଉଛି ,କାରଣ ବିଦ୍ୟାଳୟ କୁ ଅଗ୍ନିଶମ ବିଭାଗର ସେଫଟି ପ୍ରମାଣ ପତ୍ର ମିଳିନି । ଅନ୍ତେବାସୀ ଛାତ୍ର ଛାତ୍ରୀ ଙ୍କ ପାଇଁ ଗ୍ୟାସ ମାଧ୍ୟମରେ ରନ୍ଧନ କାର୍ଯ୍ୟ କରାଯାଉଥିବା ବେଳେ ସୁରକ୍ଷା ପ୍ରତି ଆଖି ବୁଜି ଦେଇଛନ୍ତି ବିଦ୍ୟାଳୟ କତୃପକ୍ଷ । ବିଦ୍ୟାଳୟ ପାଖରେ ଅଗ୍ନିଶ୍ରମ ବିଭାଗ ର ଅନୁମତି ପତ୍ର ଦିଆଯାଇଛି କି ନା ବୋଲି ତେନ୍ତୁଳିଖୁଣ୍ଟି ଅଗ୍ନିଶମ ଅଧିକାରୀ ମହେନ୍ଦ୍ର ମିଶ୍ର ଙ୍କୁ ପଚାରିବାରୁ କହିଲେ ଅଗ୍ନିଶ୍ରମ ବିଭାଗ ର ଫାୟାର ସେଫଟି ପ୍ରମାଣପତ୍ର ଦିଆ ଯାଇନି।ବିନା ଅନୁମତି ତଥା ବିନା ସେଫଟି ପ୍ରମାଣ ପତ୍ର ରେ କିଭଳି ବିଦ୍ୟାଳୟ ଏବଂ ବିଦ୍ୟାଳୟ ହଷ୍ଟେଲ ରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଙ୍କୁ ରହିବାର ଅନୁମତି ଦିଆଯାଉଛି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏନେଇ ବିଦ୍ୟାଳୟ ସଭାପତି ଅଵସର ପ୍ରାପ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରିବି ସନ୍ତୋଷ କୁମାର ଗାହାଣ ଙ୍କୁ ଯୋଗାଯୋଗ କରିବାରୁ ଅଗ୍ନିଶ୍ରମ ବିଭାଗ ର ଫାୟାର ସେଫଟି ଅନୁମତି ସହ ସମସ୍ତ ଅନୁମତି ପତ୍ର ରହିଥିବା କହିଛନ୍ତି ତେବେ ସତ କହୁଛି କିଏ?ତେବେ ପ୍ରକୃତ ରେ ବିଦ୍ୟାଳୟ ନିକଟରେ ସମସ୍ତ ଅନୁମତି ପତ୍ର ରହିଛି ନା ବିନା ଅନୁମତି ରେ ଛାତ୍ରଛାତ୍ରୀ ଙ୍କ ଜୀବନ କୁ ବାଜିରେ ଲଗାଇ ବିଦ୍ୟାଳୟ ଏବଂ ବିଦ୍ୟାଳୟ ହଷ୍ଟେଲ ଚାଲୁଛି ତାହା ତଦନ୍ତ ସାପେକ୍ଷ । ପୂର୍ବରୁ ବିଦ୍ୟାଳୟ କତୃପକ୍ଷ ଙ୍କ ଅବହେଳା କାରଣରୁ ଜଣେ ଅନ୍ତେବାସୀ ଛାତ୍ର ର ଜୀବନ ଯାଇଥିବା ଅଭିଯୋଗ ବିଦ୍ୟାଳୟ ନାମରେ ରହିଛି । ଅଭିଯୋଗ ପରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା କୁ ପ୍ରଶାସନ ଗୁରୁତର ସହ ନେଇ ସୁରକ୍ଷା ର ସମସ୍ତ ଦିଗରୁ ତଦାରଖ କରିବାର ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।କିନ୍ତୁ ଅଗ୍ନିଶମ ବିଭାଗ,ଜିଲ୍ଲା ମଙ୍ଗଳ ବିଭାଗ ,ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ,ଶିଶୁ ସୁରକ୍ଷା ବିଭାଗ,ଗୃହନିର୍ମାଣ ବିଭାଗ ର ଅଧିକାରୀ ଙ୍କ ଦ୍ଵାରା ମିଳିତ ଯାଞ୍ଚ କରିବାପାଇଁ ଦାବୀ ହେଉଛି କାରଣ ଅନ୍ତେବାସୀ ଙ୍କ ପୋଖରୀ ରେ ମୃତ୍ୟୁ ପରେ ଯାଞ୍ଚ ପରେ ପାଚେରୀ ଭୁଶୁଡିବା ଚିନ୍ତାର ବିଷୟ ତଥା ପ୍ରିୟପ୍ରୀତି ଗନ୍ଧ ଆସୁଛି।ବିଦ୍ୟାଳୟ ରେ କେ ଜି ରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।କଣ ଶିକ୍ଷା ଅଧିକାର ଆଇନ 2009 ଅନୁସାରେ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଶିକ୍ଷକ ରହିଛନ୍ତି କି ନା ଯାଞ୍ଚ ର ଅଵଶ୍ୟକତା ରହିଛି। ବିଦ୍ୟାଳୟରେ ଅଧ୍ୟୟନରତ ତଫସିଲ ଭୁକ୍ତ ଛାତ୍ରୀ ଛାତ୍ର ଠିକ ସମୟରେ ଷ୍ଟାଇପେଣ୍ଡ ପାଉଛନ୍ତି ନା ନାହିଁ ଯାଞ୍ଚ ର ଅଵଶ୍ୟକତା ରହିଛି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ପ୍ରି ଖ୍ରୀଷ୍ଟମାସ ଡେ ରେ ଅନାଥ ବିଧବା ଓ ଭିନ୍ନକ୍ଷମଙ୍କୁ ନୂତନ ପୋଷାକ ବଣ୍ଟନ

Sunil Chandra Nayak

ରଞ୍ଜନ କୁମାର ମହାନ୍ତି  ଙ୍କ କବିତା ଏ ଫଗୁଣେ ତୁମେ 

Sunil Chandra Nayak

ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାଶଙ୍କୁ ଗିରଫ ପ୍ରତିବାଦ ରେ ଦାବିପତ୍ର ପ୍ରଦାନ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort