Uncategorizedଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା l l l ଅଛୁଆଁ l l l by Sunil Chandra NayakDecember 14, 2022058 Share0 l l l ଅଛୁଆଁ l l l ଦିଲ୍ଲୀପ କୁମାର ନନ୍ଦୀ କାହିଁ, ସେଦିନ ତ ମୁଁ ଅଛୁଆଁ ନଥିଲି ଆଜି କ’ଣ ପାଇଁ, କେମିତି ଆଉ କାହିଁକି?? ସେଦିନ ତ ନଥିଲା ମୋ’ଅର୍ଥରେ ବର୍ତ୍ତରେ ଓ ପ୍ରିତୀରେ, ନଥିଲା ତ ମୋ’ପ୍ରଣତିର ଅଞ୍ଚଳରେ ରେ। ମୁଁ, ଯେତେବେଳେ ଅକୁଣ୍ଠ ଚିତ୍ତରେ ଅକାଠୁଆ ଜାଡ଼ରେ ଧୁ ଧୁ ଖରାରେ ଢୋ ଢୋ ବର୍ଷା ରାତିରେ, ନିଶବ୍ଦ ନିଶାରେ ସୈତାନ୍ ର ଗର୍ଜନ ତର୍ଜନରେ, ପବନର ଘୁ ଘୁ ନାଦରେ ଲହୁକୁ ପାଣି କରି ଖରାକୁ ପିଠି କରି ମୁଣ୍ଡଝାଳ ତୁଣ୍ଡରେ ମାରି, ମାଟି ମଟାଳରେ ଦେହକୁ ମାଟି କରି ହାଡ଼ଭଙ୍ଗା ପରିଶ୍ରମ କରି ସମସ୍ତଙ୍କ ଉଦର ଅଗ୍ନିକୁ ନିର୍ବାପିତ କରିବା ପାଇଁ ଚଢ଼େଇ ପରି ଏ ସ୍ଥାନରୁ ସେ ସ୍ଥାନକୁ ଧାଇଁ ଧାଇଁ ମୁନ୍ଦାଏ ତୋରାଣି ଆଉ ମୁଠାଏ ଭାତ ପାଇଁ ସଂଗ୍ରାମ କରି ଯୋଗାଉଥିଲି। ନିଜେ ଅଧା ଖାଇ ତୁମକୁ ପେଟ ପୁରା ଖାଇବାକୁ ଦେଲାବେଳେ, ରାତି ରାତି ଉଜାଗର ରହି ତୁମମାନଙ୍କର ସେବା ଶୁଶ୍ରୁଷା କରିଲା ବେଳେ, ହାଡ଼ଭଙ୍ଗା ପରିଶ୍ରମରେ ଠୁଳ କରିଥିବା ସମ୍ପତ୍ତି ତ ନୁହେଁ। ଆଜି କାହିଁ ମୁଁ, ଅଛୁଆଁ ହୋଇଗଲି କ’ଣ ଘଟରୁ ପ୍ରାଣ ଛାଡ଼ିଗଲା ବୋଲି ନା ମୋର ଶରୀରରଟା ଅଚଳ ନିଶ୍ଚଳ ନିସ୍ତେଜ ନିସ୍ତବ୍ଧ ହୋଇଗଲା ଯଦି ଏହା ସତ୍ୟ ତେବେ ମୁଁ ଅକ୍ଳାନ୍ତ ପରିଶ୍ରମ କରି ଠୁଳ କରିଥିବା ସମ୍ପତ୍ତି, ହାତର ମୁଦି ଗଳାର ମଙ୍ଗଳ ସୂତ୍ର ଚେନ୍ ପାଦର ପାହୁଡ଼, ସେ ବି ତ ନିଶ୍ଚଳ ନିସ୍ତେଜ ନିସ୍ତବ୍ଧ ଆଉ ଅଚଳ ବି ମଧ୍ୟ କାହିଁ ସେ ତ ନୁହେଁ…. ସର୍ବୋପରି ଘର ଦ୍ଵାର ଜମି ବାଡ଼ି ଇତ୍ୟାଦି ସେଗୁଡିକ କାହିଁ ଅଛୁଆଁ ନୁହେଁ।। ସେଦିନ ମୁଁ ଥିଲି ଏକ ଜୀବନ୍ତ ଯନ୍ତ୍ର ଆଜି, ଆଜି ଶରୀରଟା ନିର୍ଜୀବ ବୋଲି ମୁଁ କ’ଣ ପୋଡ଼ା ଟ୍ରାନ୍ସଫର୍ମର। ଅଲୋଡ଼ା ଅସ୍ପୃଶ୍ୟ ଆଉ ଅଛୁଆଁ।। ଧର୍ମଶାଳା, ଯାଜପୁର