Uncategorizedଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା l l l l ମୁକ୍ତି l l l l by Sunil Chandra NayakDecember 15, 2022December 16, 2022066 Share0 l l l l ମୁକ୍ତି l l l l ଶ୍ଯାମା ପ୍ରସାଦ୍ ବୋଷ୍ ହେ ବିଶ୍ବ କରତା ଦଇବ ବିଧାତା କେତେ ଦୁଃଖ ଦବ ଆଉ ହେ ଜୀବନ ଦାତା ଆହେ ବିଶ୍ବ ପିତା ବଢିଯାଏ ଦୁଃଖ ଦାଉ । ଗତି ମୁକ୍ତି ଦାତା ପ୍ରଭୁ ତ୍ରାଣ କର୍ତ୍ତା ପିଣ୍ଡରୁ ପରାଣ ଯାଉ ମୁକ୍ତି ର ବାରତା ମୁକ୍ତି ଦିବ୍ଯ ଗାଥା କର୍ଣ୍ଣେ ମୋର ଶୁଭୁଥାଉ । ଏ ମାୟା ସଂସାର ଲାଗଇ ଅସାର ଏତିକି କରୁଣା ହେଉ ଏ ମନ ଅଧିର ଖୋଜେ ମୁକ୍ତି ଦ୍ବାର ଏତେ ଦୁଃଖ କିଆଁ ଦେଉ । ଯନ୍ତ୍ରଣା କାତର ଏ ଜୀବନ ମୋର ମୃତ୍ୟୁ ଆପଣାଇ ନେଉ ଆଶା ନିରାଶାର ଦୁଃଖ ପାରାବାରେ ଉଛୁଳେ ଯାତନା ଢେଉ । ଅଗତି ର ଗତି ପ୍ରଭୁ ଗତି ମୁକ୍ତି ଜୀବନ ଜଞ୍ଜାଳ ଦାଉ ବଢିଯାଏ ଅତି ଜୀଇଁ ମରେ ନିତି ମୁକ୍ତି ଏବେ ମିଳିଯାଉ । ମୁକ୍ତି ର କାମନା କରେ ଆନମନା ବଞ୍ଚିବା ଚାହେଁନା ଆଉ ମୁକ୍ତି ର ପଥକୁ ଦେଖାଇ ଦିଅ ହେ ଆୟୁଷ ମୋ ସରିଯାଉ । ଏ ଜୀବନ ମୋର ହେଲାଣି ଅଧିର ଜୀଇଁବା ସେତିକି ଥାଉ ଏ ଜୀବନେ ଆଉ କିଛି ମୁଁ ଚାହୁଁନି ମୁକ୍ତି ଏବେ ମିଳିଯାଉ । ଶ୍ଯାମା ପ୍ରସାଦ୍ ବୋଷ୍ ଗ୍ରାମ :- ବେଗୁନିଁଆ , ମଲ୍ଲୀକ୍ ସାହି ପୋଷ୍ଟ /ଥାନା :- ଗୋପ୍ , ଜିଲ୍ଲା :- ପୁରୀ