ଚନ୍ଦାହାଣ୍ଡି (ମ ନି ସ ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପୂଜାରିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଗୁରୁବାର ସକାଳ ୧୦ ଘଣ୍ଟା ସମୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥୁରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଜଲନ୍ଧର ମାଝୀ,ସମ୍ମାନୀୟ ଅତିଥିଭାବେ ସମାଜସେବୀ ଦିଲ୍ଲୀପ କୁମାର ଦାସ,ବିଦ୍ୟାଳୟ ସଭାପତି ଭୀମ ସାହୁ, ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମଣ ସାହୁ,ଅବସରପ୍ରାପ୍ତ ଶିକ୍ଷକ ମୀନକେତନ ସାହୁ,ଚନ୍ଦାହାଣ୍ଡି ଥାନା ଏ ଏସ୍ ଆଇ ଖଗେଶ୍ୱର ଖୋସଲା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନ ଶିକ୍ଷକ ବାବୁଧର ସାହୁଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ସଦସ୍ୟ ମାନେ ଶୋଭାଯାତ୍ରାରେ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ପରେ ମଶାଲ ଯାତ୍ରାରେ ବିଦ୍ୟାଳୟକୁ ଆସିଥିଲେ। ପରେ ଅତିଥିମାନେ ଶ୍ରୀ ଗଜାନନଙ୍କର ପୂଜାର୍ଚ୍ଚନା ପୂର୍ବକ ବାର୍ଷିକ କ୍ରୀଡାକୁ ଉଦଘାଟନ କରିଥିଲେ। ଏହି ଅବସରରେ ବାଳିକା ଓ ବାଳକମାନଙ୍କୁ ଜୁନିୟର ବର୍ଗରେ ଅଖା ଦୌଡ,ଗଣିତ ଦୌଡ,୧୦୦ ମିଟର ଦୌଡ, ଆଳୁ ଚାମଚ,ସ୍କିପିଙ୍ଗ ,ମ୍ୟୁଜିକ୍ ଚେୟାର୍ ,ପୁଚି,ହାଣ୍ଡି ଭଙ୍ଗା,ଆଳୁ ଚାମଚ ଦୌଡ ଓ ସିନିୟର ବର୍ଗରେ ୧୦୦ ମିଟର, ୨୦୦ ମିଟର ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟ୍ ଫୁଟ୍, ଡ଼ିସ୍କସ୍ ଥ୍ରୋ, ଫୁଟବଲ ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଉକ୍ତ କ୍ରୀଡାକୁ ବିଦ୍ୟାଳୟର ଶାରୀରିକ ଶିକ୍ଷୟତ୍ରୀ ମଞ୍ଜୁଶ୍ରୀ କର, ସନ୍ତୋଷ ଖମ୍ବାରି,ପୁରୁଷୋତ୍ତମ ନାୟକ ଖେଳକୁ ପରିଚାଳନା କରିଥିଲେ । ଏହି କ୍ରୀଡାରେ ଶିକ୍ଷକ ସଚିଦାନନ୍ଦ ବିଶି,ସୁରେଶ ସାହୁ,ଗୁନେଶ୍ୱର ନାୟକ,ମଧୁ ମେହେର,ଦିବାକର ନାୟକ,ଚନ୍ଦ୍ରମଣି ସାମଲ,ସଦାନନ୍ଦ ନାୟକ,ଗଜେନ୍ଦ୍ର ମାଝୀ,ପ୍ରେମରାଜ ମହାକୁଡ଼,ହେମଲାଲ୍ ନାୟକ,ସଂଗୀତା ବେହେରା,ଧୀରଜ କୁମାର ବିଶ୍ୱାସ ପ୍ରମୁଖ ଉପସ୍ଥିତ ରହି କ୍ରୀଡାରେ ସହଯୋଗ କରିଥିଲେ । ଶେଷରେ ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତାକାଲି ବାର୍ଷିକ ଉତ୍ସବର ଉଦଯାପନୀ ସମାରୋହରେ ପୁରସ୍କୃତ କରାଯିବ ବୋଲି ପ୍ରଧାନଶିକ୍ଷକ ଶ୍ରୀ ସାହୁ ସୂଚନା ଦେଇଥିଲେ ।
previous post