ଭବାନୀପାଟଣା ତା ୧୬.୧୨.୨୦୨୨: ଆଜି ମେଦିନୀପୁର ସ୍ତିତ ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ର ଶତ ବାର୍ଷିକ ପୂର୍ତ୍ତି ଅବସରରେ ଦୁଇ ଦିନିଆ ବାର୍ଷିକ କ୍ରୀଡା ମହୋତ୍ସବ ଆରମ୍ଭ ହୋଇଯାଇଛି।ଏହି ଅବସରରେ ପ୍ରଧାନ ଶିକ୍ଷକ ତଥା ରାଜ୍ୟ ଶିକ୍ଷକ ନେତା ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସ୍ଥଳେ ଅଦ୍ୟ ପ୍ରଥମ ଦିବସ ସକାଳ ଘ ୭.୦୦ଣ୍ଟା ସମୟରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ,ଶିକ୍ଷକ ଶିକ୍ଷୟିତ୍ରୀ ,ଛାତ୍ର ଅଭିଭାବକ , ପରିଚାଳନା କମିଟି ଅଧ୍ୟକ୍ଷା ମଞ୍ଜୁରୀ ନାଗ, ଉପାଧ୍ୟକ୍ଷ ଆଶିଷ କୁମାର ପଣ୍ଡା, ଓ ସଦସ୍ୟ ସଦସ୍ୟାଙ୍କୁ ନେଇ ଗ୍ରାମଦେବୀ ମା ଗଙ୍ଗାଦି ଙ୍କ ମନ୍ଦିର ରୁ ପୂଜାର୍ଚ୍ଚନା ପୂର୍ବକ ଏକ ବିଶାଳ ଶୋ ଭାଯାତ୍ରା ଗ୍ରାମ ପରିକ୍ରମା କରି ଭୈରବନାଥ ମନ୍ଦିର,ବଜରଙ୍ଗବଳୀ ମନ୍ଦିର ଦେଇ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ପହଞ୍ଚି ଥିଲା । ମୁଖ୍ୟ ଅତିଥି ରୂପେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ସମ୍ମାନୀତ ଅତିଥି ଗୈାରୀ କୁମାର ମିଶ୍ର, ସରପଞ୍ଚ ମେଦିନୀପୁର, ମୁଖ୍ୟ ବକ୍ତା ସ୍ବାଧୀନ ପାତ୍ର , ଜିଲ୍ଲା ପ୍ରତିନିଧି “ସକାଳ “,ସମ୍ମାନୀତ ଅତିଥି ପ୍ରତିଷ୍ଠିତ ଚିତ୍ର ଶିଳ୍ପୀ ମୁକୁଦ ରେଡି,ବିଶିଷ୍ଟ କ୍ରିଡ଼ାବିତ ପ୍ରବିଣ କୁମାର ମହାନ୍ତି , ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ଭୋଇ ପ୍ରମୁଖ ଛାତ୍ର ଛାତ୍ରୀ ଙ୍କ ଠାରୁ ମଶାଲ ଗ୍ରହଣ କରି ମଞ୍ଚରେ ସ୍ଥାପିତ କରି ଥିଲେ। ମୁଖ୍ୟ ଅତିଥି ବେହେରା କ୍ରୀଡ଼ା ପତକା ଉତ୍ତୋଳନ ଓ ପ୍ରଦୀପ ପ୍ରର୍ଜୂଳନ ପୂର୍ବକ କ୍ରୀଡା ମହୋତ୍ସବ ର ଆନୁଷ୍ଠାନିକ ଶୁଭ ଉଦଘାଟନ କରଥିଲେ । ପ୍ରାରମ୍ଭରେ ବିଦ୍ୟାଳୟ ର ୬ ଗୋଟି ହାଉସ ପେରେଡ୍ ମାଧ୍ୟମରେ ଅତିଥି ଗଣ ଙ୍କୁ ଅଭିବାଦନ ଜଣାଇ ଥିଲେ ତତ୍ ପରେ ଛାତ୍ର ଛାତ୍ରୀଙ୍କ ମାସ୍ ଡ୍ରିଲ ପିରାମିଡ୍ ଇତ୍ୟାଦି ପ୍ରଦର୍ଶିତ ହୋଇଥିଲା ।ପରେ ମୁଖ୍ୟ ଅତିଥି ସିନିୟର୍ ବାଳକ ଓ ବାଳିକା ଙ୍କ ଦୌଡ଼ କୁ କ୍ଲାପର ଦେଇ କ୍ରୀଡା ପ୍ରତିଯୋଗିତା ର ଆରମ୍ଭ କରିଥିଲେ।ଅଦ୍ୟ ପ୍ରଥମ ଦିବସ ରେ ବେଙ୍ଗ ଡିଆଁ, ଦୌଡ଼ ପ୍ରତିଯୋଗିତା,ଗଣିତ ଦୌଡ,କବାଡି ପ୍ରତିଯୋଗିତା କରାଯାଇଥିଲା। ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଲକ୍ଷ୍ମୀ ବଗର୍ତ୍ତୀ,ସଂଯୁକ୍ତା ଦାଶ, ନିଶାମଣି ଦେଇ, ସଭ୍ୟା ମଞ୍ଜରୀ ପଟ୍ଟନାୟକ, କଲ୍ୟାଣୀ ଦାଶ,ସୁଚେତା ଦାଶ, ଜ୍ୟୋତ୍ସ୍ନା ମୟୀଦୋରା, ପ୍ରତିଭା ଦାଶ, ଏବଂ ପୂର୍ବତନ ଶିକ୍ଷୟତ୍ରୀ ମିନା ବିଦ୍ୟାଧର, ରିନା ମହାପାତ୍ର, ପ୍ରମୁଖ ଛାତ୍ର ଛାତ୍ରୀ ଙ୍କ କ୍ରୀଡା ପ୍ରତିଯୋଗିତା ପରିଚାଳନା କରିଥିଲେ।। ଉପାଧ୍ୟକ୍ଷ ଶ୍ରି ଆଶିଷ କୁମାର ପଣ୍ଡା ଧାରା ବିବରଣୀ ଉପସ୍ଥାପନା କରୁଥିଲେ।ବରିଷ୍ଠ ଶିକ୍ଷୟିତ୍ରୀ ଲକ୍ଷ୍ମୀ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।