ସାବିତ୍ରୀ ବ୍ରତ
(ବ୍ୟଙ୍ଗ କବିତା)
ପ୍ରଶାନ୍ତ କୁମାର ନାଥ
ସାବିତ୍ରୀ ଵ୍ରତଟା ଆସୁଅଛି ଵୋଲି
ସାବିର ମନ ଉଚ୍ଛନ
ନୂଆ ଶାଢୀ ତାକୁ ମିଳିବ ଏଥର
ସତିଆ ଦେବେ ଏସନ।
ଫୁଲ ଫଳ ତାକୁ ମିଳିବ ବହୁତ
ପୂଜା କରିବାର ପାଇଁ
ହ୍ଵାଟସପ୍ ଫେସବୁକ୍ ସତ୍ୟଵନ
ପଠାଇବେ ତା’ର ପାଇଁ।
କେତେ ସରାଗରେ ହୋଇବ ସିଙ୍ଗାର
ଫଟୋଟେ ଛାଡିବା ପାଇଁ
ପତି ସତ୍ୟଵନ ନହୁଅନ୍ତୁ ପୂଜା
ହ୍ଵାଟସ (ପ୍)ସତ୍ୟଙ୍କୁ ଚାହିଁ।
ଯମର ପାଖରେ କରିବ ଗୁହାରି
ହ୍ଵାଟସ (ପ୍) ଵଞ୍ଚିବା ପାଇଁ
ଯୁଗେ ଯୁଗେ ସେ ତ ହୋଇଲେ ଅମର
ତା ପ୍ରେମ ହାରିଵ ନାହିଁ।
ନିଜ ପତି ଯଦି ମରିହଜି ଯାଏ
ଘର କି ଭାଙ୍ଗିବ ସେହି
ଫେସବୁକରେ ଉଣ୍ଡାଳି ଉଣ୍ଡାଳି ସେ
ସମ୍ପର୍କ ଯୋଡିବ କହି।
ଭଲ ଲାଗୁନାହିଁ ତୁମ ବିନା ଵନ୍ଧୁ
ମନକୁ କରିଛ ଚୋରି
ଆଜିର ଦିନରେ ଆସିଲେ ପାଖକୁ
ସାବିତ୍ରୀ ହେବି ତୁମରି।
ପତି ସତ୍ୟଵନ ନାହାନ୍ତି ତ ଘରେ
କାହାକୁ ପୂଜିବି ଆଉ
ତୁମେ ପରା ମୋର ସୁଖରେ ଦୁଃଖରେ
(ପତି )ଯମ ପାଖେ ଵନ୍ଧା ଥାଉ।।