ବର୍ତମାନ ଭାରତ ରେ ଗଣମାଧ୍ୟମ ବିପର୍ଯ୍ୟସ୍ତ ଶିର୍ଷକ ରେ ଏକ ଆଲୋଚନା ଚକ୍ର ମୁକ୍ତ ବିଚାର ମଂଚ ତରଫ ରୁ ଅନୁଷ୍ଟିତ ହୋଇଯାଇଛି,ଏହି ଗଣମାଧ୍ୟମ ବିପର୍ଯ୍ୟସ୍ତ ସଂକ୍ରାନ୍ତ ରେ ସପକ୍ଷ ଗୋଷ୍ଟି ରେ ପବିତ୍ର ପ୍ରଧାନ ଅଂଶ ଗ୍ରହଣ କରିଥିବାବେଳେ ବିପକ୍ଷ ରେ ସାମ୍ବାଦିକ ରାଜୀବ ଶଗରିଆ ଓ ସାମ୍ବାଦିକ ବିଜୟ କୁମାର ସହିସ ଅଂଶ ଗ୍ରହଣ କରିଥିଲେ,ପୁର୍ବତନ ଆୟକର ବିଭାଗ କମିଶନର ଶ୍ରୀକାନ୍ତ ଚଟର୍ଜୀ ପରିଚାଲନା କରିଥିଲେ, ସର୍ବ ଭାରତୀୟ ସହ ବିଶ୍ବ ରେ ଗଣମାଧ୍ୟମ ର ବିପର୍ଯ୍ୟସ୍ତ କାହିକି ହେଉଛି,ଗଣମାଧ୍ୟମ ପ୍ରତିନିଧୀ ମାନ ଙ୍କ ଜୀବନ ମଧ୍ୟ ବିପଦ ଆଡ କୁ ଗତି କରୁଛି,ସାମ୍ବାଦିକ ମାନଙ୍କ ସ୍ବାଧିନତା ଅଧିକାର କିଭଳି ମିଲି ପାରିବ ଏହା ବ୍ୟତିତ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ନେଇ ମୁଖ୍ୟତଃ ଚର୍ଚା ହୋଇଥିଲା,ଆଲୋଚନା ଚକ୍ର ରେ ପୁର୍ବତନ ଖଡିଆଳ କଲେଜ ଅଧ୍ୟକ୍ଷ ଫଣିନ୍ଦମ ସିଂ ଦେଓ,ଅଧ୍ୟାପକ ଲୋହିତାକ୍ଷ ଯୋଷୀ,ଅଧ୍ୟାପକ ସାମୁଆଲ ଦାନୀ,ପଦ୍ମ ଲୋଚନ ବର୍ମା,ଶିକ୍ଷାବିତ ସୁଶାନ୍ତ ବିଶି,ବିନୋଦ ପାଢି,ଆଇନଜିବୀ କିଶୋର ବାଗ,ସମାଜସେବୀ କାର୍ତିକ ବାଗ,ମହିନ୍ଦ୍ର ଜଗତ,କିଶୋର ଅଗସ୍ତି ପ୍ରମୁଖ ବହୁ ସଂଖ୍ୟା ରେ ଯୋଗଦେଇଥିଲେ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post