ନୂଆପଡ଼ା ଜିଲ୍ଲା ସିନାପାଲି ସ୍ଥିତ ଗଡରାମାଳ ସ୍ଥିତ ଆମ୍ବ ତୋଟା ଠାରେ ସିନାପାଲି ଡ଼୍ରାଇଭର ସଂଘ ର ଆୟୋଜନରେ ବନ୍ଧୁମିଳନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଓଡିଶା ଡ଼୍ରାଇଭର ମହା ସଂଘ ର ସଭାପତି ପ୍ରଶାନ୍ତ ମେଣ୍ଡୁଲି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ରାଜ୍ଯ ସଂଘ ଉପସଭାପତି ସୁମଳ ଅଳଟିଆ, ରାଜ୍ଯ ସଂପାଦକ ଘନଶ୍ୟାମ ବେହେରା, ସିନାପାଲି ବ୍ଲକ ଡ଼୍ରାଇଭର ସଂଘ ସଭାପତି ଗୋବିନ୍ଦ ବାଗ, ଉପସଭାପତି ବୁଲୁ ପଟେଲ, ସଂପାଦକ ପବିତ୍ର ରାଉତ ପ୍ରମୁଖ ମଞ୍ଚାସିନ ରହିଥିଲେ। ରାଜ୍ୟ ସଂଘ ର କର୍ମକର୍ତ୍ତା ମାନଙ୍କୁ କାପସି ଛକ ନିକଟରେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ସହ ଏକ ବିରାଟ ପଟୁଆର ରେ ଖୋଲା ଗାଡିରେ ନେଇ ସିନାପାଲି ସହର ପରିକ୍ରମା କରିବା ପରେ ଗଡରାମାଳ ନିକଟସ୍ଥ ବନ୍ଧୁମିଳନ ଉତ୍ସବ ପଡିଆ କୁ ନିଆଯାଇଥିଲା। ସେଠାରେ ସଙ୍ଘ ର ଆଗାମୀ କାର୍ଯ୍ୟପନ୍ଥା, ବିଭିନ୍ନ ସମସ୍ୟା ଓ ଗତ କିଛିଦିନ ତଳେ ସରକାରଙ୍କୁ ଦେଇଥିବା ସାମୁହିକ ସମସ୍ୟାର ସମାଧାନ ପାଇଁ ଦାବୀପତ୍ର ଉପରେ ସରକାର ୩ ମାସ ସମୟ ମାଗିଥିବା ବିଷୟରେ ଆଲୋଚନା କରଯାଇଥିଲା। ସଂଗଠାନକୁ ତଳସ୍ତର ରୁ ମଜଭୁତ କରିବାକୁ ପରାମର୍ଶ ଦେଇଥିଲେ। ଏହି ବନ୍ଧୁ ମିଳନ ଉତ୍ସବ ରେ ନୂଆପଡ଼ା ଜିଲ୍ଲା ସମେତ କଳାହାଣ୍ଡି ଓ ପଡୋଶୀ ଛତିଶଗଡ଼ ଅଞ୍ଚଳର ଡ଼୍ରାଇଭର ମାନେ ସାମିଲ ରହିଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post
next post