ନୂଆପଡା ଜିଲ୍ଲା ସ୍ବର୍ଣ୍ଣକାର ସମାଜର ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ ପରିଆବାହାଲ ବନ୍ୟା ଆଶ୍ରୟସ୍ଥଳୀ ପରିସରରେ ଆୟୋଜିତ ହୋଇ ଯାଇଛି ।ଜିଲ୍ଲା ଉପସଭାପତି ମାୟାଧର ସରାଫ ସଭାପତିତ୍ବ କରି ଥିଲେ ।ନୂଆପଡା ଜିଲ୍ଲାର ସ୍ବର୍ଣ୍ଣକାର ସମାଜର ସଂଗଠକ ତଥା ସମାଜର ଦିଗଦର୍ଶକ ହେମଚନ୍ଦ୍ର ବୈଠାରୁ, ଗୋପୀନାଥ ବୈଠାରୁ, ଘାସିରାମ ବୈଠାରୁ,ଲାଭ ସରାଫ, ଅର୍ଜୁନ ସରାଫ, ଗୌରଚନ୍ଦ୍ର ବୈଠାରୁ, ହରେରାମ ବୈଠାରୁ , ମହେନ୍ଦ୍ର ସୁନାରୀ ପ୍ରମୁଖ କରୋନା କାଳରେ ମୢତ୍ୟୁବରଣ କରି ଥିଲେ । ଅମର ଆତ୍ମାର ସଦଗତି ନିମନ୍ତେ ସଭାପତି ଶୋକ ପ୍ରସ୍ତାବ ଆଗତ କରିଥିଲେ । ଜିଲ୍ଲା ସମାଜ ତରଫରୁ ନୀରବ ପ୍ରାର୍ଥନା କରା ଯାଇ ଥିଲ। ସାଧାରଣ ସଂପାଦକ ରୁଦ୍ର ମାଧବ ବୈଠାରୁ ସଂପାଦକୀୟ ବିବରଣୀ ପଠନ ପରେ ଜିଲ୍ଲା ସ୍ବର୍ଣ୍ଣକାର ସମାଜର ସଂଗଠନ,ସଂସ୍କାର ତଥା ଅନ୍ୟାନ୍ୟ ବିଷୟରେ ବିଷଦ ଭାବେ ଆଲୋଚନା କରା ଯାଇ ଥିଲା । ଆଲୋଚନାରେ ଦୁର୍ଗା ପ୍ରସାଦ ସୁନାରୀ, ବୋଧନକର ସରାଫ, ଅନୁପସିଂ ବୈଠାରୁ, ଯୋଗେଶ୍ବର ବୈଠାରୁ, ଦୟାରାମ ସୁନାରୀ, କାର୍ତ୍ତିକ ବୈଠାରୁ,ଉଗ୍ରମାଧବ ସରାଫ, ପହିଲମାନ ସୁନାରୀ,ଭଗଵାନ ସରାଫ, ସତ୍ୟନାରାୟଣ ଆଚାରୀ, ଧର୍ମୁ ସୁନାରୀ,ଦାମୋଦର ବୈଠାରୁ,କଳିଙ୍ଗ ବୈଠାରୁ,ଯଦୁନାଥ ସରାଫ ପ୍ରମୁଖ ଅଂଶଗ୍ରହଣ କରି ମତାମତ ଦେଇ ଥିଲେ । ଗତ କୋଭିଡ କାଳରେ ସମାଜର ଜିଲ୍ଲା ସଭାପତି ଗୋପୀନାଥ ବୈଠାରୁଙ୍କ ପରଲୋକ ହେବାରୁ ପଦବୀଟି ଖାଲି ପଡି ଥିଲା । ସର୍ବସମ୍ମତି କ୍ରମେ ସମାଜର ଯୁବ ସଂଗଠକ ମାୟାଧର ସରାଫଙ୍କୁ ସଭାପତି ଓ ଯୁବ ଆଇନଜୀବି ଦୁର୍ଗାପ୍ରସାଦ ସୁନାରୀଙ୍କୁ ଉପସଭାପତି ଭାବେ ମନୋନୀତ କରା ଯାଇ ଥିଲା । ଆଗାମୀ ଦିନରେ ଜିଲ୍ଲାର ୫ଟି ବ୍ଲକରେ ଗାଁ କମିଟିଠାରୁ ଯୁବ କମିଟି,ମହିଲା କମିଟି ତଥା ଜିଲ୍ଲା କମିଟିକୁ ସୁଦୢଢ କରିବା ସହ ସମାଜର ସଂଗଠନ,ସଂସ୍କାର,ନାରୀଶିକ୍ଷା ତଥା ଅନ୍ୟାନ୍ୟ ଦିଗ ଉପରେ ଗୁରୁତ୍ବ ଦେବାକୁ ନୂତନ ସଭାପତି ମାୟାଧର ସରାଫ କହିଛନ୍ତି । ସ୍ବର୍ଣ୍ଣକାର ସମାଜର ଯୁବ ସଂଗଠକ ଲଳିତ କୁମାର ସୁନାରୀ ମଞ୍ଚ ପରିଚାଳନା କରି ଥିବା ବେଳେ ଯୁଗ୍ମ ସଂପାଦକ ସରୋଜ କୁମାର ବୈଠାରୁ ଧନ୍ୟବାଦ ଜ୍ଞାପନ କରି ଥିଲେ । ଜିଲ୍ଲାର ୨୨ଟି ଗାଁରୁ ଶତାଧିକ ସ୍ବର୍ଣ୍ଣକାର ବୈଠକରେ ଯୋଗଦାନ କରି ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
next post