ଗୋଳାମୁଣ୍ଡା/ମସିହା, କଲାହାଣ୍ଡି ଜିଲ୍ଲାକେଗାଁ ଥାନା ଅନ୍ତର୍ଗତ, ମହାଳିଙ୍ଗଗ୍ରାମର ଦରଲୀ ବନ୍ଦ ପୋଖରୀରୁ ଜଣେ ଲୋକପାଣିରେ ବୁଡିରହିଥିବା ଦୁଇ ଛୁଆଙ୍କୁ ଉଦ୍ଧାର କରିଥିଲେ।ସୂଚନାରୁ ପ୍ରକାଶଯେ ମହାଳିଙ୍ଗ ଗ୍ରାମର ରୋହିତ ସାହୁଙ୍କ ଦୁଇପୁଅ ପ୍ରଥମପୁଅ ପିୟୁସ ସାହୁ (୭) ଦ୍ୱିତୀୟ ପୁଅ ୟେସ ସାହୁ (୬) ଦୁହେଁ ନିଛାଟିଆ ସମୟରେ ପୋଖରୀକୁ ସ୍ନାନ କରିବାକୁ ଯାଇ ପାଣିରେ ବୁଡିଯାଇଥିଲେ । ଜଣେଲୋକ ପୋଖରୀକୁ ଗାଧେଇବା ପାଇଁ ଗଲାବେଳକୁ ପୋଖରୀ ପାଣିର ବୁଜୁବୁଜି ଢେଉକୁ ଜାଣିପାରି ଗୋଟିଏ ଛୁଆକୁ ଉଦ୍ଧାର କରି ନିଜ ପିତାମାତାଙ୍କୁ ହସ୍ତାନ୍ତର କରିଥିଲେ ।ପରେ ଆଉ ଜଣେ ପୁଅକୁ ଖୋଜା ଖୋଜି କଲାବେଳକୁ ସେହି ପୋଖରୀରେ ହିଁ ମିଳିଥିଲା । ସଙ୍ଗେ ସଙ୍ଗେ ଦୁଇ ଛୁଆଙ୍କୁ ବୋର୍ଡି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଦୁଇ ଛୁଆଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ସାଙ୍ଘାତିକ ହେବାରୁ ଆମ୍ବୁଲେନ୍ସ ଯୋଗେ ଜିଲ୍ଲା ଚିକତ୍ସାଲୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋର୍ଷଣା କରିଥିଲେ । ଏପରି ଏକ ହୃଦୟ ବିଦାରକ ଘଟଣାଘଟି ଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି
ଗୋଳାମୁଣ୍ଡା ବ୍ଲକ ପ୍ରତିନିଧି ରାମକୁମାର ସେନାପତି ଙ୍କ ରିପୋର୍ଟ ,ମସିହା,