ସାବ୍ତିରୀ ବରତ
ସିଆନୀର୍ ମନ୍ କରୁଛେ ଛନ୍ ଛନ୍
ସଜେଇ ଧଜେଇ ହେଇକରି
ସାବ୍ତିରୀ ବନିଛେ ବାଲ୍ ଢିଲିଦେଇ
ପିଂଧି କପ୍ଟା ସମଲ୍ପୁରି।୧
ଅଦର୍ବା କୁକ୍ରା ବନି ତାର୍ ଘଏତା
ପାରୁଛେ ଆଏଜ୍ ସୁନା ଗରା
ଲୁଟୁଛେ ସଂପନ୍ନ ବଛ୍ର୍ଟାକେଁ ଥରେ
କରିଦେବା ଦର୍ମରା ।୨
ଉପର୍କେ ଦିନେ ଯିବାକେ ହେବା
ବଁଚାବା ଆସି କେନ୍ ସତୀ
ଘଏତାର୍’ନୁ ଜଟ୍ବା ଲାଗି ଭାବି ଚିଁତି
ପନ୍ଡିତ୍ ବନାଲା ଇ ପୁଥି ।୩
ଫିଲ୍ଟର୍ ପାଏନ୍ ଯାହାର୍ ଟଁଟିକେ ନି’ଯାଏ
ସୁର୍କୁଟିବା କାଏଁ ଗୋଡ଼୍ଧୁଆ ପାଏନ୍
ଘଏତାକେ ବାଂଦୁ ବନାବାର୍ ଉପେ ଇଟା
ବଛର୍କେଁ ଦିନେ ହୋ ଧଏନ୍।୪
ମୁନୁଷର୍ ଗୋଡ଼୍ଧୁଆ ପାଏନ୍ ସୁର୍କୁଟି
ସପ୍ନା ଦେଖୁଥିବା କାଁଚିମାଲି
ଦେଇ ପାର୍ଲେଁ ଗଖା ମୁନୁଷ୍ ହେବୁ
ନାଇଁ ତ ଶୁନ୍ବୁ କଁଚାଗାଲି।୫
ଅପାରୁ ଘଏତାର୍ ଭାଏଗେଁ ନି’ଥାଏ
ନି’ଚାଖେ ପୂଜା ପର୍ସାଦ୍
ବୁଚ୍କା ଭରି ଫଲ୍ ଘିନି ଆନ୍ସି ସିନା
ଜାନି ନି’ପାରେ ସୁଆଦ୍। ୬
ମନ୍ ମିଲିକରି ଅଭାବେଁ ସଭାବେଁ
ହର୍ମିଶା ମିଲ୍ସି ଯେନ୍ ମଜା
ମନ୍ କୁହୁଲୁ ଥିବା ଉପରେଁ ଗହଗହ
କାଣା ମିଲ୍ବା କଲେଁ ପୂଜା।୭
ଘର୍ ଚଲାବାକେ କମାନି ଦରକାର୍
କମେଇ ପାରୁଥିଲେ ଘଏତା
ମାଏପୋ’ର୍ ମନ୍ ଚିନ୍ହିଁ ସେବା କର୍ଲେଁ
ଆପେଁ ବନ୍ସି ପତିବର୍ତା।୮
ଅଏଁଠା ଖାଏମି, ଗଛ୍ ତଲେଁ ଶୁଇମି
ଇ କଥା ହେସି ନାଟ୍ ସିନେମାଥିଁ
ଏନ୍ତା କଥାକେ ପର୍ତେ ନି’ଯିବ
ବୁଚ୍ଡ଼ି ନି’ପାର ଛୁଛାଥିଁ।୯
ସାବ୍ତିରୀ ବରତ୍ ଘର୍ବସା ମାଏଝି ଲାଗି
ତିହାର୍ ମଏଧେଁ ବଢ଼ିଆ
ମାଏପୋ ଲାଗି ନୂଆଁ କପ୍ଟା ଫି’ବଛରେଁ
ଘଏତାକେ ନି’ମିଲେ ଗଜି କରିଆ। ୧୦