ସ୍ତ୍ରୀ କରିଥିଲା ସାବିତ୍ରୀ ବ୍ରତ
ଅପର୍ତ୍ତି ସେଠୀ
(ରମ୍ୟ ରଚନା)
ଏତେ ଦିନେ ଭାଇ ଧନ୍ୟ ହେଲି ମୁହିଁ
ବିଚିତ୍ର ପ୍ରେମ ଦେଖିଲି,
ଦିନ ଦି’ପହରେ ଖରାବେଳଟାରେ
ସ୍ତ୍ରୀ ଠୁଁ ଚୂମା ପାଇଲି।
ମୋକାନ୍ଧେଓହଳି ହେଇ ସେ ଫୁଲେଇ
ମୋ ନାକରେ ଟିପ ମାରି,
ତଳକୁ ଅନେଇ ମୃଦ୍ଯୁ ହସିଦେଇ
ଲାଜେଇ ଗଲା ସେ ଭାରି ।
କେମିତି କେମିତି ଲାଗୁଥିଲା ମୋତେ
ଏ ତ ଅଲାଜୁକ କଥା,
ପିଲାମାନେ ଯଦି ଆସି ଦେଖିଦେବେ
ନାକେରା ହେବ ଅବସ୍ଥା(କିହୋ)
ଘଟଣା କ’ଣ କାହିଁଏତେ ପ୍ରେମ
କିଛି ବୁଝିହୁଏ ନାହିଁ,
ଜଣାପଡେ ଖର୍ଚ୍ଚ ହେବ ବୋଧେ ବାଆଁ
ପାପୁଲି ହୁଏ କୁଣ୍ଡେଇ।
ଅନୁମାନ ମୋର ସତ ହେଲା ସିଏ
କରିବ ସାବିତ୍ରୀ ବ୍ରତ,
ଶାଢ଼ୀ ଚୂଡି ଫଳ କିଣିବା ପାଇଁକି
କହେ ଯିବାକୁ ମାର୍କେଟ।
ତଳେ ଲାଗୁନାହିଁ ଖୁସିରେ ତା’ଗୋଡ
ଏଣେ କାନ୍ଦେ ହୃଦ ମୋର,
କୋଉଠୁ ଆସିବଏତେ ଗୁଡା ଟଙ୍କା
ପଡ଼ିଲା ମୁଣ୍ଡେ ବଜର।
ଆମ୍ବ କି ପଣସ ସପୁରୀ କଦଳୀ
ରେଏଟ୍ ଆକାଶ ଛୁଆଁ,
ରହମାନ ପଡେ ନାହିଁ କଞ୍ଚା କେନ୍ଦୁ
କଞ୍ଚା ଖଜୁରୀ ବି ଯାହା।
କି କଥା ଶୁଣୁଛି,ଏ ନେତ୍ର ଦେଖୁଛି
ଆଚମ୍ବିତ ଲାଗିଲାଣି,
ବଗ କ’ଣ କେବେ ଆଇଁଷ ଛାଡିକି
ହରିନାମ ଭଜିଲାଣି?
ଓଧ ସଙ୍ଗେ ଭୂଆଁବିଲେଇ ପରିକା
ଆଜି ବାଇ ହୋଇଲଣି,
ଗାଁ ମାଇପଙ୍କୁ ଦେଖି ତୁମେ ପୁଣି
ସାବିତ୍ରୀ ବ୍ରତ କଲଣି !
କଥାଟି ମୋହର ପାଟିରୁ ସରିନି
ରଡିଟାଏ ଛାଡିଦେଲା,
ବାପାମୋର ୟା’ ହାତେଛନ୍ଦିଦେଇ
ଜୀବନ ମୋ ନଷ୍ଟ କଲା।
ତୋଠାରୁ ଭଲ ମୋ ଧରମଭାଇଟି
ନ ମାଗୁଣୁ ସବୁ ଦିଏ,
ତୋ ଭଳି ଭିକାରୀ ହାତ ମୁହିଁ ଧରି
ସବୁଦିନେ କାନ୍ଦୁଥାଏ।
ମାଇପ ପୋଷିବା ଶକ୍ତି ନାହିଁ ଯଦି
ବାହା କାହିଁ ହେଉଥିଲୁ,
ଆଜିକାର ନାରୀ ନୁହେଁ ତ କାହାରି
ଏ କଥା କି ପାଶୋରିଲୁ?
ଧରମ ଭାଇ ମୋ ରହିଛି ଅନେଇ
ଯଦି ମୁଁ ଈଶାରା ଦେବି,
ସାଙ୍ଗେସାଙ୍ଗେମୋତେନେଇଯିବ ସିଏ
ତା’ ସହିତ ପଳେଇବି।
ଏ କଥା ଶୁଣିଲି ସହି ନ ପାରିଲି
ଟଙ୍କା ପୁଳାଏ ଧରିଲି,
ସ୍କୁଟର କାଢିଲି ସ୍ତ୍ରୀକୁ ବସେଇ
ମାର୍କେଟ ବାହାରିଗଲି।
ଗୁଣ୍ଠୁଣୀ ହାତୀ ମୋ ଚାଲି ଢଳିଢଳି
ହସିଦେଲା ଖିଲି ଖିଲି,
ଚୁଡିଦାର ଲିପି ଷ୍ଟିକି ହାଇହିଲ
ଚଷମା ପିନ୍ଧିଛି ମଲ୍ଲୀ।
ଭେନିଟି ବେଅଗ କାନ୍ଧରେ ଝୁଲୁଛି
ମେକପ୍ ହେଇଛି କେତେ,
ମୋବାଇଲ ଗୀତ ସ୍କୁଟର ପଛରୁ
ମୋ କାନେ ବାଜୁଛି ଯେତେ।
ବାଟ ସାରା ସବୁ ଟୋକାଙ୍କ ନଜର
ମୋହରି ମଲ୍ଲୀ ଉପରେ,
ଷ୍ଟାଇଲି ବାଲି ସେ ଏହି ବୟସରେ
ଟୋକାଙ୍କୁ ବାଇଆ କରେ।
ବଜାରେ ହଜାରେ ଆଇଟମମାନ
କିଣିଲା ମନ ମଜେଇ,
ଦୋକାନୀ ମାନଙ୍କ ସଙ୍ଗେ କଳିକରେ
ବାର୍ଗେନିଙ୍ଗ୍ କରି ସେହି।
ସହଜେ ମଉକା ସାବିତିରୀ ଓଷା
ଦୋକାନୀଙ୍କ ଖୋଲେ ରାସ୍ତା,
ଟଙ୍କାକ ଜିନିଷ ପାଞ୍ଚ ଟଙ୍କା ଯେଣୁ
ସାବିତ୍ରୀ ବ୍ରତ ତାମସା।
ବ୍ରତ ଦିନ ଚୌକି ଉପରେ ବସାଇ
ମୋ ମୁଣ୍ଡେ ସିନ୍ଦୂର ଦେଲା,
ଆଖିବୁଜି ବସ ଥଟ୍ଟା କରିବନି
ହୁକୁମ୍ ବି ଦେଇଦେଲା।
ମୋମୁହଁକୁ ଦେଖି ଲାଜେଇ ସେ ଗଲା
ଯେଣୁ ନୂଆବ୍ରତ କରେ,
ମୁଁ ଆଖି ବୁଜିଲେ ବନ୍ଦେଇବ ମୋତେ
ଅରୁଆ ଚାଉଳ ଧରେ।
ଆଖି ମୁଁ ବୁଝିଛି ସେ ମୋତେ ପୂଜୁଛି
ଦୀପଟିଏ ଜଳେଇଛି,
ମୋ ମୁହଁ ଆଗରେ ଥାଳୀ ବୁଲଉଛି
ହୁଳହୁଳି ପକାଉଛି।
ହଠାତ୍ ମୋ ନିଶେ ଦୀପ ଲାଗିଗଲା
ଫାଳେ ନିଶ ପୋଡିଗଲା,
ହାଉଳି ଖାଇଲି ନିଶ ଦେଲୁପୋଡି
ସିଏ କିନ୍ତୁ ହସୁଥିଲା।
ଯନ୍ତ୍ରଣାକୁ ମୋର ଖାତିରି ତା’ ନାହିଁ
ହସିହସି ଗଡିଯାଏ,
ଫାଳେନିଶ ମୋରପୋଡିଗଲା ଯେଣୁ
ଭାରି କଷ୍ଟ ପାଉଥାଏ।
କି ଓଷା କରିଲୁ ଗେରସ୍ତ ପୂଜିଲୁ
ନିଶ ମୋର ପୋଡିଦେଲୁ,
ମୋଠାରେ ତୋହର କେଉଁ ଭଳି ଭକ୍ତି
ପ୍ରମାଣ ବି ଦେଇଦେଲୁ।
ହଜାରେ ପ୍ରକାର ଭୋଗ ଫଳମୂଳ
ପେଟଭରି ଖାଇଗଲା,
ହତଭାଗା ଏଇ ସତ୍ଯବାନଟିଏ
ଯାହା କଷ୍ଟ ଭୋଗୁଥିଲା।
ଫାଳେ ନିଶ ମୋର ପୋଡିଗଲା ପୁଣି
ଆଉ ଫାଳେ ଥିଲା ରହି,
ପୋଡ଼ା ନିଶ ଆଉ କେବେ ନ ଉଠିଲା
ଚମଛାଲି ଧଳା ହୋଇ।
ଲାଜସରମରେ ଚାଲିପାରିଲିନି
ସାଙ୍ଗ ମାନେ ଥଟ୍ଟାକଲେ,
ସତ୍ୟବାନ ଦେଖ ଆସୁଅଛି କହି
ଯାହା ଖୁଣ୍ଟା ଦେଉଥିଲେ।
ସେଇଦିନୁ ମୁହିଁ ଗାମୁଛା ମୁହଁରେ
ବାନ୍ଧିବା ଅଭ୍ୟାସ କଲି,
ସହକିଆ ନିଶ ହଳେ ରଖୁଥିଲି
ତାକୁ ଆଜି ହରେଇଲି।
ଧନ୍ୟ ହେ ସାବିତ୍ରୀ କଳିଯୁଗ ନାରୀ
ଲୋକ ଦେଖା ବ୍ରତ କରି,
ସର୍ବଦା ନଚାଅ ଗେରସ୍ତକୁ ତୁମେ
ହାତର କଣ୍ଢେଇ ପରି।
ମମି ବୋଉ କ’ଣ ସମାନହେଲେଣି
ଆଖି କେବେ ଦେଖିଲାଣି,
ଶାଢୀପିନ୍ଧା ବୋଉଠାରେ ଯାହାଥାଏ
ମମି ଠାରେ ମିଳିଲାଣି?
ତେଣୁ ହେ ପାଠକ ଆସିଲାଣି ବ୍ରତ
ତୁମ ଭାଲିଡିଟି ଯିବ ,
ଦାମୀ ଶାଢ଼ୀ ଚୂଡି ଦେଇକି ନିଜକୁ
ରିଚାର୍ଯ୍ କରାଇ ନେବ।
ପାଳକଣା, କୋରୋ , କେନ୍ଦ୍ରାପଡା